ପଥଚାରୀଙ୍କ ପାଇଁ ଭାଟେଣୀ ଭଗ୍ନ ସ୍ଲୁଇସ୍‌ କ୍ରିକ୍‌ ବିପଦପୂର୍ଣ୍ଣ

ମହାକାଳପଡ଼ା,୧୩ା୯(ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଚାଷଜମିରୁ ବନ୍ୟା, ଲୁଣିପାଣି, ଉଦ୍‌ବୃତ୍ତ ବର୍ଷାଜଳ ନିୟନ୍ତ୍ରଣ ଓ ନିଷ୍କାସନ ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ୨ଟି ସ୍ଲୁଇସ୍‌ କ୍ରିକ୍‌ ଗେଟ୍‌ କରାଯାଇଛି। ଗୋବରୀ ନଦୀ ମାଉଥ ୧- ଭାଟେଣୀ ଓ ମହାନଦୀ ସଂଲଗ୍ନ ଗୁପ୍ତଗିରି ନଦୀକୁ ସଂଯୋଗ କରୁଥିବା ଆଖଡାସାହିଠାରେ ଉଦ୍‌ଘାଟିତ ହୋଇଥିଲା। କିନ୍ତୁ ଭାଟେଣୀ ସ୍ଲୁଇସ୍‌ କ୍ରିକ୍‌ ଗେଟ୍‌ଟି ଭାଙ୍ଗିଯିବାରୁ ତାହା କାର୍ଯ୍ୟକ୍ଷମ ହୋଇନାହିଁ। ଏହା ଉପରେ ଦେଇ କେବୀ ଦାଣ୍ଡୁଆ ପଞ୍ଚାୟତର ବଗଗହନ, ପଙ୍କପାଳ ଗଁା ଲୋକେ, ଛାତ୍ରୀଛାତ୍ର ଭାଟେଣୀସ୍ଥିତ ନରେନ୍ଦ୍ରନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବେଣାକନ୍ଧା ହାଇସ୍କୁଲକୁ ବିପଦସଙ୍କୁଳ ଭାବେ ପ୍ରତିଦିନ ଯାତାୟାତ କରୁଛନ୍ତି।
ସୂଚନଯୋଗ୍ୟ, ବ୍ଲକର ଜମ୍ବୁ ପଞ୍ଚାୟତର ସ୍ଥାନୀୟ ଗୋବରୀ ନଦୀ ମାଉଥ ୧-ଭାଟେଣୀଠାରେ ୨୦୦୩ ଜୁଲାଇରେ ନୂତନ ସ୍ଲୁଇସ୍‌ କ୍ରିକ୍‌ ଗେଟ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା। ଏହାର ପ୍ରାଥମିକ ବ୍ୟୟ ଅଟକଳ ୯୭ ଲକ୍ଷ ଟଙ୍କା ଥିଲା। ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପରେ ୬ କୋଟି ଟଙ୍କା ବ୍ୟୟ ହୋଇଥିଲା। ଭାଟେଣୀ ସ୍ଲୁଇସ୍‌ ଗେଟ୍‌ ନିର୍ମାଣରେ ବୈଷୟିକ ଜ୍ଞାନକୌଶଳ ତ୍ରୁଟି ଓ ନିମ୍ନମାନର କାମ ଯୋଗୁ ୨୦୦୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଉଦ୍‌ଘାଟନ ହେବାକୁ ଥିବାବେଳେ ଭୁଶୁଡ଼ି ପଡ଼ିଥିଲା। ଫଳରେ ୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପର ଅର୍ଥ ପାଣିରେ ପଡ଼ିଥିଲା। ମହାନଦୀ ସଂଲଗ୍ନ ଶାଖା ଗୁପ୍ତଗିରି ନଦୀକୁ ସଂଯୋଗ କରୁଥିବା ଆଖଡ଼ାସାହିଠାରେ ୨୦୧୩ ମେ’ରେ ନୂଆ ସ୍ଲୁଇସ୍‌ କ୍ରିକ୍‌ ଗେଟ୍‌ ନିର୍ମାଣ କାର୍ଯ୍ୟ ପାଇଁ ୭ କୋଟି ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ଫଳରେ ବରକନ୍ଧା ଓ ପେଟଛେଲା ପଞ୍ଚାୟତର ଆଖଡ଼ାସାହିଠାରେ ୨୦୧୩ରେ ନୂଆ ସ୍କୁଇସ୍‌ ଗେଟ୍‌ ନିର୍ମାଣ ଆରମ୍ଭ ହୋଇ ୨୦୧୮ରେ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା। ଅଦ୍ୟାବଧି ଦୁଇପାର୍ଶ୍ୱରେ (ଆପ୍ରୋଚ୍‌ ରୋଡ୍‌) ରାସ୍ତା ପାଇଁ ଘରୋଇ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ସଂଯୋଗ ହୋଇ ନ ପାରି ଅଧାପନ୍ତରିଆ ଭାବେ ୪ ବର୍ଷ ହେଲା ପଡ଼ିଛି। ଫଳରେ ରାମନଗର, ବଉଳକଣି, ପେଟଛେଲା, ବରକନ୍ଧା, ମଙ୍ଗଳପୁର, ବାରଡାଙ୍ଗ ପଞ୍ଚାୟତର ଶତାଧିକ ହେକ୍ଟର ଚାଷ ଜମିରେ ଖରାଦିନେ ସମୁଦ୍ର ଲୁଣି ପାଣି ପ୍ରବେଶ କରୁଛି। ଏଥିସହ ପ୍ରତିବର୍ଷ ମହାନଦୀର ବନ୍ୟାଜଳ ପ୍ରବେଶ ଯୋଗୁ ଖରିଫ୍‌ ଫସଲ ବାଧାପ୍ରାପ୍ତ ହେଉଛି। ଏହି ୨ଟି ସ୍ଲୁଇସ୍‌ କ୍ରିକ୍‌ କାର୍ଯ୍ୟକ୍ଷମ ହେବା ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି।
ସେହିପରି ମହାନଦୀ ଓ ଶାଖା ଗୁପ୍ତଗିରି ନଦୀକୁ ସଂଯୋଗ କରୁଥିବା ଆଖଡ଼ାସାହିଠାରେ ସ୍ଲୁଇସ୍‌ କ୍ରିକ ଗେଟ୍‌ ଦେଇ ୬ଟି ପଞ୍ଚାୟତର ଶତାଧିକ ହେକ୍ଟର ଚାଷଜମିରେ ଚଳିତବର୍ଷ ବନ୍ୟାଜଳ ପ୍ରବେଶକରି ଖରିଫ୍‌ ଫସଲ ନଷ୍ଟ କରିଛି ବୋଲି ପ୍ରାକ୍ତନ ସରପଞ୍ଚ ନାଥ କୁମାର ଭୋଳ କହିଛନ୍ତି। ସେହିପରି ଗୋବରୀ ମାଉଥ୍‌ ୧ ଭାଟେଣୀଠାରେ ଭଗ୍ନ ସ୍ଲୁଇସ୍‌ କ୍ରିକ୍‌ ଦେଇ ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକର ହଜାର ହଜାର ହେକ୍ଟର ଚାଷଜମିର ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନ ପଥ ଦେଇ ସମୁଦ୍ରକୁ ଯାଇଥାଏ। ଖରାଦିନେ ଏହି ଭାଟେଣୀ କ୍ରିକ୍‌ ଏହି ଦୁଇ ବ୍ଲକର ଶତାଧିକ ହେକ୍ଟର ଚାଷଜମିରେ ସମୁଦ୍ର ଲୁଣି ପାଣି ପ୍ରବେଶ କରି ଫସଲ ନଷ୍ଟ କରିଛି। ରାଜ୍ୟ ସରକାର ଏହି ୨ଟି ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଚାଷୀମାନେ ଦାବି କରିଛନ୍ତି। ଏହି ୨ଟି ସ୍ଲୁଇସ୍‌ କ୍ରିକ୍‌ କାର୍ଯ୍ୟକ୍ଷମ ହେଲେ ଖରାଦିନେ ସମୁଦ୍ର ଲୁଣିପାଣି ଓ ବର୍ଷାଦିନେ ବନ୍ୟାଜଳକୁ ନିୟନ୍ତ୍ରଣ କରାଯାଇ ଚାଷୀଙ୍କ ଖରିଫ, ରବି, ପରିବା ସମେତ ଅନ୍ୟାନ୍ୟ ଫସଲ ଉତ୍ପାଦନ ହେବ। ଏଥିସହ ହଜାର ହଜାର ହେକ୍ଟର ଚାଷଜମିକୁ ମଧୁର ଜଳସେଚିତ ହୋଇପାରିବ ବୋଲି ବିରଞ୍ଚତ୍ ନାରାୟଣ ଦାସ, ସୁବାସ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri