ଛାଡ଼ପତ୍ର ଦେଲେନି ବୋଲି…ବୋହୂଙ୍କ ଗୋଡ଼ ଭାଙ୍ଗିଦେଲେ

ଢେଙ୍କାନାଳ ଅଫିସ, ୨।୩: କୁହାଯାଏ ବିବାହ ଏକ ପବିତ୍ର ବନ୍ଧନ। ଦାମ୍ପତ୍ୟ ଜୀବନ ଆରମ୍ଭ ହେଲେ ଅଜାଡ଼ି ହୋଇପଡ଼େ ଗୁରୁଜନଙ୍କ ଆଶୀର୍ବାଦ। ନବଦମ୍ପତିଙ୍କ ସୁଖମୟ ଜୀବନ କାମନା କରନ୍ତି ସଭିଏଁ। ହେଲେ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କେରଜୋଳି ପଞ୍ଚାୟତର ସରବେରେଣି ଗ୍ରାମରୁ ଆସିଛି ଏହାର ବିପରୀତ ଚିତ୍ର। ଛାଡ଼ପତ୍ର ଦେବାକୁ ଅମଙ୍ଗ ହେବାରୁ ପୁତ୍ର ଏବଂ ପୁତ୍ରବଧୂଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ମହିଳାଙ୍କ ଦୁଇ ଗୋଡ଼ ଭାଙ୍ଗିଯାଇଥିବାବେଳେ ସ୍ବାମୀ ମଧ୍ୟ ଆହତ ହୋଇଛନ୍ତି। ଏଭଳି ଅମାନୁଷିକ ଘଟଣା ସାରା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ପୋଲିସ ତନାଘନା ଆରମ୍ଭ କରିଛି।

ପୋଲିସ ସୂଚନା ଅନୁଯାୟୀ, ସରବେରେଣୀ ଗ୍ରାମର ଅଶୋକ କୁମାର ମହାନ୍ତଙ୍କ ସହ ନିର୍ମଳା ମହାନ୍ତଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା। ତେବେ ଶାଶୁଘର ଲୋକେ ଯୌତୁକ ଦାବି କରି ତାଙ୍କୁ ନିର୍ଯାତନା ଦେଉଥିଲେ। ଏପରି କି ଛାଡ଼ପତ୍ର ଦେବାକୁ ପୁଅ-ବୋହୂଙ୍କ ଉପରେ ଚାପ ପକାଉଥିଲେ। ହେଲେ ଏଥିରେ ଅଶୋକ ରାଜି ହେଉ ନ ଥିଲେ। ବୁଧବାର ସକାଳେ ୩ ଜଣ ବ୍ୟକ୍ତି ହଠାତ୍‌ ପହଞ୍ଚତ୍ ଦମ୍ପତିଙ୍କୁ ଷ୍ଟିଲ୍‌ ରଡ୍‌ରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଘରେ ପଡ଼ିଥିବାବେଳେ ପାଖପଡ଼ୋଶୀ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଆକ୍ରମଣରେ ନିର୍ମଳାଙ୍କ ଉଭୟ ଗୋଡ଼ ଭାଙ୍ଗିଯାଇଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ପାଇ କଙ୍କଡ଼ାହାଡ଼ ପୋଲିସ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚତ୍ ତଦନ୍ତ କରିଛି। ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ। ପୋଲିସ ନିଜ ଆଡୁ ମାମଲା (ନଂ. ୩୦/୨୩) ରୁଜୁ କରି ତଦନ୍ତ ଚଳାଇଥିବା ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳ ଅଭୟାରଣ୍ୟ:୫୧ ସ୍ଥାନରେ ଲାଗିଛି ନିଆଁ

ବାରିପଦା ଅଫିସ,୩।୪-ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ ନିଆଁ ବଢିବାରେ ଲାଗିଛି। ଏକ ମାସ ଧରି ଅଭୟାରଣ୍ୟ ଜଳୁଥିବା ବେଳେ ଏହାକୁ ଆୟତ୍ତ କରିବାରେ...

କଲେଜ ବାଇପାସ୍‌-ବସ୍‌ଷ୍ଟାଣ୍ଡ ଦୁଇଥାକିଆ ରାସ୍ତା: ମୋହର ଅପେକ୍ଷାରେ ପ୍ରସ୍ତାବ

ଢେଙ୍କାନାଳ ଅଫିସ, ୧୨ା୭:  ଢେଙ୍କାନାଳ ସହର ଉପକଣ୍ଠ କଲେଜ ବାଇପାସ୍‌ ଛକଠାରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତା ନିର୍ମାଣ ପ୍ରସ୍ତାବକୁ ମୋହର ବାଜିପାରୁନି। ଏହି ରାସ୍ତାର ଉନ୍ନତୀକରଣ...

ଟାଟା ଷ୍ଟିଲର ଭ୍ରାମ୍ୟମାଣ ମେଡିକାଲ ୟୁନିଟ କ୍ରିୟାଶୀଳ

ଡୁବୁରୀ,୨୪।୮(ଡି.ଏନ୍‌.ଏ.)- ସୁକିନ୍ଦା ଓ ଦାନଗଦୀ ବ୍ଲକ ଆଦିବାସୀ ତଥା ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟରେ ଟାଟାଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ୨୦୧୩ରୁ ଆରମ୍ଭ...

ମଧୁମେହ ରୋଗୀଙ୍କ ସହ ଏହି ସବୁ ଲୋକଙ୍କୁ କରୋନା ହେବାର ରହିଛି ଅଧିକ ଆଶଙ୍କା: ଜାଣନ୍ତୁ କିପରି ହେବେ ଯତ୍ନବାନ

ବ୍ରହ୍ମପୁର ଅଫିସବ,୧୨।୭: କରୋନା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।...

ନିର୍ବାଚନୀ ହିଂସା ଏଡ଼ାଇବା ପାଇଁ ଫ୍ଲାଗ ମାର୍ଚ୍ଚ

ଛତ୍ରପୁର,୬।୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ଛତ୍ରପୁର ବ୍ଲକ ସୁନ୍ଦରପୁର ଓ ଭିକାରିପଲୀ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ସ୍ଥନୀୟ ପୋଲିସ ପକ୍ଷରୁ ଫ୍ଲାଗ...

ଗାଁ ଦାଣ୍ଡରେ ଶାଶୁଙ୍କୁ ଘୋଷାଡ଼ି ପିଟିଲେ ବୋହୂ

ପରଜଙ୍ଗ, ୯।୮(ଡି.ଏନ.ଏ.)-ଢେଙ୍କାନାଳ ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଗେହ୍ଲେଇକାଟେଣୀ ଗ୍ରାମର ଜଣେ ମହିଳା ତାଙ୍କ ବୃଦ୍ଧା ଶାଶୁଙ୍କୁ ଗଁା ଦାଣ୍ଡରେ ଘୋଷାଡ଼ି ନିସ୍ତୁକ ମାଡ଼ ମାରୁଥିବା...

ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଲା ଭଦ୍ରକ ଜିଲା ପ୍ରଶାସନ, ନଚେତ ଗଣିବେ ଜରିମାନା

ଭଦ୍ରକ ଅଫିସ, ୧୧।୪ – ଭଦ୍ରକ ଜିଲାବାସୀ ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛି ଜିଲା ପ୍ରଶାସନ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କରୋନାକୁ ମୁକାବିଲା...

ସିର୍ଜାପାଲି ସମିତି ସଭ୍ୟ ଉପନିର୍ବାଚନ: ଚୌଧୁରୀ ଭୁଏ ବିଜୟୀ

କେସିଙ୍ଗା,୨୮।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସିର୍ଜାପାଲି ପଞ୍ଚାୟତରେ ହୋଇଥିବା ସମିତି ସଭ୍ୟ ନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ଆଜି ସକାଳେ ଭୋଟ ଗଣତି...

Advertisement
Archives

Model This Week