Posted inଖେଳ

ଶେଷ ଟେଷ୍ଟରେ ଇତିହାସ ରଚିଲେ ବ୍ରଡ

ଲଣ୍ଡନ,୧।୮: ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ବୋଲରମାନଙ୍କ ମଧ୍ୟରୁ ଅନ୍ୟତମ ଷ୍ଟୁଆର୍ଟ ବ୍ରଡ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। ପୂର୍ବରୁ ଅନ୍ତର୍ଜାତୀୟ ଦିନିକିଆ ଏବଂ ଟି-୨୦ରୁ ଅବସର ନେଇଥିବା ବ୍ରଡ ମଧ୍ୟ ଟେଷ୍ଟ କ୍ରିକେଟକୁ ବିଦାୟ ଦେଇଛନ୍ତି। ତେବେ, ତାଙ୍କର ଶେଷ ଟେଷ୍ଟ ମ୍ୟାଚରେ ବ୍ରଡ ଇତିହାସ ସୃଷ୍ଟି କରିଥିଲେ। ତାଙ୍କର ଶେଷ ଟେଷ୍ଟରେ ବ୍ରଡ ଏପରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ, ଯାହା ଟେଷ୍ଟ କ୍ରିକେଟର ୧୪୬ ବର୍ଷର ଇତିହାସରେ କେହି କରିପାରି ନ ଥିଲେ।
ଶେଷ ଟେଷ୍ଟରେ ବ୍ୟାଟିଂ କରୁଥିବା ଷ୍ଟୁଆର୍ଟ ବ୍ରଡ ଶେଷ ବଲରୁ ଛକା ମାରିଥିଲେ। ଶେଷ ବଲରେ ମଧ୍ୟ ଗୋଟିଏ ଉଇକେଟ ନେଇଥିଲେ। କ୍ୟାରିୟରର ଶେଷ ଟେଷ୍ଟରେ ପ୍ରଥମ ଥର ପାଇଁ ଜଣେ ଖେଳାଳି ଏହି କୀର୍ତ୍ତିମାନ କରିଛନ୍ତି। ଏହାପୂର୍ବରୁ ଅନେକ ବୋଲର ଶେଷ ଟେଷ୍ଟର ଶେଷ ବଲରେ ଉଇକେଟ ନେଇଛନ୍ତି। କିନ୍ତୁ ଶେଷ ଟେଷ୍ଟରେ ବ୍ୟାଟିଂ କରୁଥିବାବେଳେ ସେ ଶେଷ ବଲରେ ବ୍ୟାଟିଂରେ ଛକା ଏବଂ ବୋଲିଂରେ ଶେଷ ବଲରେ ଉଇକେଟ୍‌ ମିଳିଛି।
ଷ୍ଟୁଆର୍ଟ ବ୍ରଡ ତାଙ୍କର ଶେଷ ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ। ୨୦୨୩ ଆଶେଶ୍‌ ସିରିଜରେ ବ୍ରଡ ୨୨ ଉଇକେଟ ନେଇଥିଲେ। ସେ ସିରିଜରେ ଦ୍ୱିତୀୟ ସର୍ବାଧିକ ଉଇକେଟ ନେଇଥିଲେ। ଏହି ତାଲିକାରେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ପ୍ରଥମ ସ୍ଥାନରେ ରହିଥିଲେ। ଷ୍ଟାର୍କ ତାଙ୍କ ନାମରେ ମୋଟ ୨୩ ଉଇକେଟ ନେଇଥିଲେ।
୩୭ ବର୍ଷର ଷ୍ଟୁଆର୍ଟ ବ୍ରଡ ପ୍ରାୟ ୧୬ ବର୍ଷ ଧରି ଟେଷ୍ଟ କ୍ରିକେଟ ଖେଳିଥିଲେ। ୨୧ ବର୍ଷ ବୟସରେ ଡେବ୍ୟୁ କରିଥିବା ବ୍ରଡ ମୋଟ ୧୬୭ ଟେଷ୍ଟରେ ୬୦୪ ଉଇକେଟ ନେଇଥିଲେ। ଏହା ବ୍ୟତୀତ ସେ ୩୬୬୨ ରନ ମଧ୍ୟ କରିଥିଲେ। ଟେଷ୍ଟରେ ବ୍ରଡ୍ର ସର୍ବାଧିକ ସ୍କୋର ହେଉଛି ୧୬୯ ରନ। ବୋଲିଂରେ ଥିବାବେଳେ ବ୍ରଡ ୨୦ ଥର ଏକ ଇନିଂସରେ ପାଞ୍ଚ ଉଇକେଟ ନେଇଥିଲେ ଏବଂ ୨୮ ଥର ଏକ ଇନିଂସରେ ଚାରି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?