ଟିକା ନେବା ପରେ ବ୍ରିଟିଶ ମହିଳାଙ୍କ ମୃତ୍ୟୁ

ଡବଲିନ, ୨୪।୫ : ସାଇପ୍ରସର ହସ୍ପିଟାଲରେ ଆଷ୍ଟ୍ରାଜେନେକା କୋଭିଡ୍‌-୧୯ ଟିକା ନେବା ପରେ ଜଣେ ୩୯ ବର୍ଷୀୟା ବ୍ରିଟିଶ ମହିଳାଙ୍କ ମୃତ୍ୟୁ ହୋଇଛି। ତାଙ୍କ ଠାରେ ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖା ଦେଇଥିଲା।

ୟୁରୋପିଆନ ମେଡିସିନ ଏଜେନ୍ସି (ଏଏମ୍‌ଏ) ଉକ୍ତ ମହିଳାଙ୍କ ମୃତ୍ୟୁର ତଦନ୍ତ କରିବ ବୋଲି ରାଜ୍ୟର ସ୍ବାସ୍ଥ୍ୟସେବା ପ୍ରବକ୍ତା ଚାରାଲାମ୍ବସ ଚାରିଲାଓ କହିଛନ୍ତି। ଉକ୍ତ ମହିଳାଙ୍କୁ ଗତ ୬ ତାରିଖରେ ପ୍ରଥମ ଡୋଜ ଦିଆଯାଇଥିଲା। ଟିକା ନେବାର ପରଦିନ ତାଙ୍କ ଠାରେ ଦେଖାଦେଇଥିଲା ରକ୍ତ ଜମାଟ ବାନ୍ଧିବାର ଲକ୍ଷଣ।

ସାଇପ୍ରସ ଅଧିକାରୀମାନେ ଟିକା ନେବା ପରେ ରକ୍ତ ଜମାଟ ବାନ୍ଧୁଥିବା ଘଟଣାର ତଦନ୍ତ କରୁଛନ୍ତି। ଟିକା ନେଇଥିବା ୪ ଜଣଙ୍କ ଠାରେ ମଧ୍ୟମ ଧରଣର ରକ୍ତ ଜମାଟ ବାନ୍ଧିବାର ଲକ୍ଷ୍ୟଣ ଦେଖାଦେଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ଆଷ୍ଟ୍ରାଜେନେକା ଓ ଜଣେ ଫାଜର ଟିକା ନେଇଥିଲେ। କିଛି ଦେଶରେ ଆଷ୍ଟ୍ରାଜେନେକା ଟିକା ଉପରେ ପ୍ରତିବନ୍ଧକ ଜାରି କରିଥିବାବେଳେ ଅନ୍ୟ ଦେଶରେ ଏହି ଟିକାକୁ ଟିକାକରଣ ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକାର ହେଲେ ବିରଳ ଧଳା ଜିରାଫ

ନାଇରୋବି,୧୧।୩: ସାଧାରଣ ଜିରାଫଙ୍କଠାରୁ ଅଲଗା ଥିବା ଧଳା ଜିରାଫ ଓ ତା’ର ଛୁଆ ପ୍ରଥମ କରି ୨୦୧୭ ମସିହାରେ ଦେଖାଯାଇଥିଲେ। କେନିଆ ବନ୍ୟଜନ୍ତୁ ଅଭୟାରଣ୍ୟରେ ଦେଖାଯାଇଥିବା...

ମରାମତି ପରେ ପ୍ରଥମ ଜେଏଫ-୧୭ ଯୁଦ୍ଧ ବିମାନ ପାକିସ୍ତାନକୁ ହସ୍ତାନ୍ତର କଲା ଚାଇନା

ବେଜିଂ,୨୨।୫: ଆବଶ୍ୟକ ମରାମତି ପରେ ଏକ ଇଞ୍ଜିନବିଶିଷ୍ଟ ଜେଏଫ-୧୭ ଯୁଦ୍ଧ ବିମାନକୁ ଚାଇନା ପାକିସ୍ତାନକୁ ହସ୍ତାନ୍ତର କରିଛି। ପ୍ରାୟ ଏକ ଦଶନ୍ଧି ତଳେ ଜେଏଫ-୧୭ ଯୁଦ୍ଧ...

ଅନ୍ତଃବସ୍ତ୍ରକୁ ପୋତା ଯାଉଛି ମାଟିରେ…

ଜୁରିଚ୍‌,୧୯।୪: ଅନ୍ତଃବସ୍ତ୍ରକୁ ପୋଷାକ ତଳେ ପିନ୍ଧା ଯାଏ। ତେବେ ଏହାକୁ ମାଟିରେ ପୋତିଯାଉଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏଭଳି କାର୍ଯ୍ୟ ସ୍ବିଜରଲାଣ୍ଡରେ...

ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ: ୨୮ ଯାତ୍ରୀ ମୃତ

ଦାମାସକସ୍‌,୩୧।୧୨: ଦକ୍ଷିଣ ସିିରିଆର ଡେର୍‌ ଅଲ୍‌-ଜୌର ପ୍ରଦେଶରେ ଏକ ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ୨୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ପ୍ରଦେଶର...

ବଳାତ୍କାରୀଙ୍କୁ ଦିଆଯିବ ନପୁଂସକ ଇଞ୍ଜେକଶନ

ମଣ୍ଟଗୋମେରୀ,୧୨।୬: ବଳାତ୍କାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଦାବିକୁ ଆଖି ଆଗରେ ରଖି ଗୋଟିଏ ରାଜ୍ୟ ଦୋଷୀଙ୍କୁ ନପୁଂସକ କରିବା ପାଇଁ ଏକ କେମିକାଲର ବ୍ୟବହାର କରିବାକୁ...

ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଆମେରିକା ପ୍ରବେଶ ନେଇ ଚାଇନାର ଚେତାବନୀ, ଏଠାରେ ଚଳିବନି ନାଟୋ ନୀତି…

ବେଜିଂ/ଓ୍ବାଶିଂଟନ,୨୧।୩ : ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଆମେରିକାର ପ୍ରବେଶକୁ ଚାଇନା ବିରୋଧ କରିଛି। ଚାଇନା କହିଛି ୟୁରୋପରେ ନାଟୋର ବିସ୍ତାରବାଦୀ ନୀତି...

ଏହି ଦେଶକୁ ଗଲେ ଚାଲିଯିବ ଜୀବନ

ଗ୍ଲୋବାଲ ୱାର୍ମିଂ ବ୍ୟତୀତ ବାୟୁ ପ୍ରଦୂଷଣ ମଧ୍ୟ ବର୍ତ୍ତମାନର ଯୁଗ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଦେଶର ରାଜଧାନୀ ଦିଲ୍ଲୀକୁ ପ୍ରାୟତଃ ଏହି ସମସ୍ୟାର...

କରୋନା ସଂକ୍ରମିତ ପେଟେଇ ଶୋଇଲେ ନିଶ୍ୱାସପ୍ରଶ୍ୱାସ ନେବା ହେବ ସ୍ବାଭାବିକ !

ବେଜିଂ,୨୮।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ଗୁରୁତର କରୋନା ସଂକ୍ରମିତ...

Advertisement
Archives

Model This Week