ଲଣ୍ଡନରେ ଥିବା ‘ଇଣ୍ଡିଆ କ୍ଲବ୍‌’ ସବୁଦିନ ପାଇଁ ହୋଇଯିବ ବନ୍ଦ, ସ୍ବାଧୀନତା ସଂଗ୍ରାମରେ ରହିଛି ଏହାର ସ୍ବତନ୍ତ୍ର ଯୋଗଦାନ

ଲଣ୍ଡନ,୨୭।୮: ଲଣ୍ଡନରେ 70 ବର୍ଷ ପୁରୁଣା ଐତିହାସିକ ‘ଇଣ୍ଡିଆ କ୍ଲବ’ ସବୁଦିନ ପାଇଁ ବନ୍ଦ ହେବାକୁ ଯାଉଛି। ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଏହାର ସ୍ବତନ୍ତ୍ର ଯୋଗଦାନ ରହିଛି। କୃଷ୍ଣ ମେନନଙ୍କ ସମେତ ଜାତୀୟତାବାଦୀ ସଂଗ୍ରାମୀଙ୍କ କେନ୍ଦ୍ର ଭାବରେ ଏହି କ୍ଲବ ଜଣାଶୁଣା ଥିଲା। ତେବେ ଏହି କ୍ଲବ୍‌ ୧୭ ସେପ୍ଟେମ୍ବରକୁ ସବୁଦିନ ପାଇଁ ବନ୍ଦ ହୋଇଯିବ। କ୍ଲବର ମାଲିକ ଯାଦଗର ମାର୍କର ଏବଂ ତାଙ୍କ ଝିଅ ଫିରୋଜା ଗତ ୨୬ ବର୍ଷ ଧରି ଅନୁଷ୍ଠାନ ଚଳାଉଥିଲେ।

ଏହି ଇଣ୍ଡିଆ କ୍ଲବ ଭାରତର ସ୍ବାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଇଣ୍ଡିଆ ଲିଗ ପାଇଁ ଏକ କେନ୍ଦ୍ର ଭାବରେ ସୃଷ୍ଟି ହୋଇଥିବା ଏହି କ୍ଲବ ଲଣ୍ଡନରେ ବିଭିନ୍ନ ଭାରତୀୟ ସଂଗଠନ ଯଥା ଇଣ୍ଡିଆନ ସାମ୍ବାଦିକ ସଂଘ, ଇଣ୍ଡିଆନ ୱାର୍କର୍ସ ଆସୋସିଏସନ ଏବଂ ଇଣ୍ଡିଆନ ସୋସିଆଲିଷ୍ଟ ଗ୍ରୁପ ପାଇଁ ଏକ ସଭା ସ୍ଥଳ ଭାବରେ କାର୍ଯ୍ୟ କରିଛି। ଏହାର ସଦସ୍ୟତା ମଧ୍ୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଶେଷ ଭିକେରୋଇଙ୍କ ପତ୍ନୀ ଲେଡି ମାଉଣ୍ଟବ୍ୟାଟେନ ଭଳି ମଧ୍ୟ ସାମିଲ ଅଛନ୍ତି।

ଏହାର ଅନ୍ୟତମ ପ୍ରତିଷ୍ଠାତା ତଥା ସଦସ୍ୟ କୃଷ୍ଣ ମେନନ ସ୍ବାଧୀନତା ଏବଂ ବିଭାଜନ ପରେ ଏହାକୁ ବ୍ରିଟିଶ ଓ ଦକ୍ଷିଣ ଏସୀୟ ସମ୍ପ୍ରଦାୟ କେନ୍ଦ୍ରସ୍ଥଳୀ ଭାବେ ପରିଣତ କରିଥିଲେ। କୃଷ୍ଣ ମେନନ ଏହାକୁ ଏପରି ସ୍ଥାନ କରିବାକୁ ଚାହୁଁଥିଲେ। ଯେଉଁଠାରେ ଗରିବ ଯୁବକ ଭାରତୀୟ ଖାଦ୍ୟ ଖାଇପାରିବେ ଏବଂ ରାଜନୀତିରେ ଆଲୋଚନା କରି ସେମାନଙ୍କ ଭବିଷ୍ୟତ ଗଠନ କରିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ…

ଆଜିକାଲି ଅତ୍ୟଧିକ କାମର ଚାପ ହେଉ ଅବା କେତେକ କାରଣରୁ ଅନେକେ ଚିନ୍ତାଗ୍ରସ୍ତ ହେଉଛନ୍ତି। ତେବେ ଏଥିରୁ କେତେକାଂଶରେ ମୁକୁଳିବାର ଏକ ସହଜ ଉପାୟ ରହିଛି। ତାହା…

କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍‌ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ…

ଚାଷଜମିକୁ ଜଳସେଚନର ହେବ ସୁବିଧା : ଖୋଲିଲା ଜୟ ମଙ୍ଗଳ ଓ ଋଷିକୂଳ୍ୟାର ୧୫ ନମ୍ବର କେନାଲ

ଛତ୍ରପୁର,୧୦।୮, (ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ) : ଚଳିତ ଖରିଫ ଚାଷ ଋତୁରେ ଚାଷୀଙ୍କୁ ଆବଶ୍ୟକ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜୟ ମଙ୍ଗଳ କେନାଲରେ ଜଳ ଛଡ଼ାଯାଇଛି।…

ଶଶ୍ମାନ, ଠାକୁରାଣୀ ଶାଳରୁ ଜବରଦଖଲ ଉଚ୍ଛେଦ ଦାବି

ପାଟଣା,୧୦ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀ କାପୁଡ଼ି ଗାଁ ତେନ୍ତେଳା ଗ୍ରାମର ଶ୍ମଶାନ ଓ ଠାକୁରାଣୀ ଶାଳରେ ଉକ୍ତ ଗ୍ରାମର ସୁଦାମ ମହାନ୍ତ ଓ…

ଝାଡୁ ଧରିଲେ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଲକ୍ଷ୍ୟ ପୂରଣ ପାଇଁ ସମସ୍ତେ ଏକାଠି ହୋଇ…

ଭଞ୍ଜନଗର,୧୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ସ୍ବଚ୍ଛତା ପଖଓ୍ବାଡ଼ା ଅବସରରେ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ଓ…

ବିଦେଶୀ ମଦ ଦୋକାନ ବନ୍ଦ ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରାଉ

ବୀରମହାରାଜପୁର, ୧୦/୯ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ନୁଆଁପଡ଼ାଠାରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ମହିଳାମାନେ…

ଚାଷୀମାରଣ ନୀତିକୁ ବିରୋଧ, ଜେଲ୍‌ଭରୋ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): କୃଷିକ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ବିଭିନ୍ନ ନୀତିକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି । ଏହି କ୍ରମରେ ସୋମବାର ବରଗଡ଼…

ଓଲଟିଲା କୋଇଲା ବୋଝେଇ ଟ୍ରକ୍‌, ଓଡ଼ିଶା-ଆନ୍ଧ୍ର ରାସ୍ତା ଜାମ୍‌

ଗୁଣପୁର,୧୦ା୮(ସୁଜାତା ପାଢ଼ୀ): କୋଇଲା ବୋଝେଇ ଟ୍ରକ୍‌ ଓଲଟିଯିବା ଫଳରେ ଓଡ଼ିଶା ଆନ୍ଧ୍ର ରାସ୍ତା ଦୀର୍ଘ ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜାମ ହୋଇ ରହିଛି। ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri