ଦ୍ରୁତ ଗତିରେ ଚାଲିବା ବ୍ୟାୟାମ ଅପେକ୍ଷା ମସ୍ତିଷ୍କ ପାଇଁ ଦେଢ଼ଗୁଣା ଅଧିକ ଲାଭଦାୟକ…

ଓ୍ବାଶିଂଟନ,୨୫।୫ : ନିୟମିତ ବ୍ୟାୟାମ ମାନସିକ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କିନ୍ତୁ ମଧ୍ୟମ ଶାରୀରିକ କାର୍ଯ୍ୟକଳାପ ଯେପରିକି ଦ୍ରୁତ ଗତିରେ ଚାଲିବା, ସାଇକେଲ ଚଲାଇବା ଆମ ମସ୍ତିଷ୍କ ପାଇଁ ବ୍ୟାୟାମ ତୁଳନାରେ ଦେଢ଼ଗୁଣା ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। ଗତ ୩୦ ବର୍ଷ ମଧ୍ୟରେ ପ୍ରକାଶିତ ତଥ୍ୟ ଉପରେ ଆଧାର କରି ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ।

ଏହି ଅଧ୍ୟୟନଟି ଅଟଓ୍ବା ବିଶ୍ୱବିଦ୍ୟାଳୟର ସ୍ବାସ୍ଥ୍ୟ ବିଜ୍ଞାନ ବିଭାଗର ଆସୋସିଏଟ ପ୍ରଫେସର ମାଥିଉ ବୋଇସଗୋଣ୍ଟିଅର୍‌ ଏବଂ ସ୍ବିସ ସେଣ୍ଟର ଫର ଇଫେକ୍ଟିଭ ସାଇନ୍ସ ୟୁନିଭରସିଟି ଡେ ଜେନେଭାର ବରିଷ୍ଠ ଗବେଷକ ବୋରିସ ଚେଭାଲଙ୍କ ଅନୁସନ୍ଧାନ ଉପରେ ଆଧାରିତ।

ଏହି ଅଧ୍ୟୟନ ପରେ, ସ୍ବାସ୍ଥ୍ୟ ଏବଂ ସ୍ନାୟୁ ବିଜ୍ଞାନର ଅନୁସନ୍ଧାନକାରୀମାନେ ପ୍ରାୟ ଅଢ଼େଇ ଲକ୍ଷ ଲୋକଙ୍କୁ ଅଧ୍ୟୟନ କରିବା ପରେ ସିଦ୍ଧାନ୍ତରେ ପହଞ୍ଚିଥିଲେ ଉଭୟ ମଧ୍ୟମ ଏବଂ ଶକ୍ତିଶାଳୀ ଶାରୀରିକ କାର୍ଯ୍ୟକଳାପ ଜ୍ଞାନଗତ କାର୍ଯ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଜ୍ଞାନ ହେଉଛି ମଣିଷର ବିଭିନ୍ନ ମାନସିକ କାର୍ଯ୍ୟକଳାପର ସମନ୍ବୟ । ଏହି ପରିପ୍ରେକ୍ଷୀରେ କରାଯାଇଥିବା ପ୍ରଥମ ଅଧ୍ୟୟନ ହେଉଛି ୨୪ ମେଟା-ଆନାଲିସିସ ପରିସଂଖ୍ୟାନ ବିଶ୍ଳେଷଣ୍‌ର ସମୀକ୍ଷା। ଏହି ବିଶ୍ଳେଷଣ ସମାନ ପ୍ରଶ୍ନର ଅନେକ ବୈଜ୍ଞାନିକ ଅଧ୍ୟୟନର ଫଳାଫଳକୁ ଏକତ୍ର କରିଥିଲା।

ଅନୁସନ୍ଧାନକାରୀମାନେ ଏହି ଅଧ୍ୟୟନରେ ୧୧ ହଜାରରୁ ଅଧିକ ସୁସ୍ଥ ବ୍ୟକ୍ତିଙ୍କ ବ୍ୟାୟାମ ତଥ୍ୟ ପରୀକ୍ଷା କରିଥିଲେ। ଏହା ସିଦ୍ଧାନ୍ତରେ ସେମାନେ ଉପନୀତ ହୋଇଥିଲେ ନିୟମିତ ବ୍ୟାୟାମ ଜ୍ଞାନଗତ କାର୍ଯ୍ୟ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?