ବିପଦରେ ବୈତରଣୀ ନଦୀ ଉପର ବ୍ରିଜ

ଯାଜପୁର,୮।୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧିକାରୀ ଏବଂ କର୍ମଚାରୀଙ୍କ ଶସ୍ତା କାର୍ଯ୍ୟାନୁଷ୍ଠାନ ଏବଂ ଲାଭଖୋର ମନୋବୃତ୍ତି ପଡୋଶୀ ଜିଲାର ବାଲି ମାଫିଆମାନଙ୍କୁ ବେଶ ସୁହାଇଛି। ବୈତରଣୀ ନଦୀର ଯାଜପୁର ଜିଲା ଅଧୀନ ବିଭିନ୍ନ ବାଲିଘାଟରୁ ବ୍ୟବସାୟୀମାନେ ତହସିଲ ଅଫିସ୍‌ର କେତେଜଣ ଅଧିକାରୀଙ୍କ ସହ ହାତ ମିଲାଇ ବେଆଇନ ଭାବେ ବାଲି ଉତ୍ତୋଳନ କରି କେନ୍ଦୁଝର ଓ ଭଦ୍ରକ ଜିଲା ଅଞ୍ଚଳକୁ ଭାରିଯାନଗୁଡ଼ିକରେ ଚାଲାଣ କରୁଛନ୍ତି। ଏହି କ୍ରମରେ ବୈତରଣୀ ନଦୀ ଉପରେ ନିର୍ମିତ ମଥୁରାପୁର, ରୁଢ଼ିଆ, ଆଖୁଆପଦା, ଯାଜପୁର ଆଦି ବ୍ରିଜଗୁଡ଼ିକ ପ୍ରତି ବିପଦ ଆଶଙ୍କା ସୃଷ୍ଟି ହୋଇଛି। ରବିବାର ଅପରାହ୍ନ ପ୍ରାୟ ସାଢେ ୩ଟାରେ ବୈତରଣୀର ମୁକୁନ୍ଦପୁର ବାଲିଘାଟରୁ ବାଲି ଚୋରାଚାଲାଣ କରାଯାଇ ମଥୁରାପୁର ବ୍ରିଜ ଉପରେ ୩ଟି ବାଲି ବୋଝେଇ ଟ୍ରାକ୍ଟରର ଡ୍ରାଇଭର ତହସିଲ ଓ ପୋଲିସ ପ୍ରଶାସନର ଉପସ୍ଥିତିରେ ଫେରାର ହେବାରେ ସକ୍ଷମ ହୋଇଥିଲେ। ଦେଖଣାହାରିଙ୍କ କହିବା ଅନୁସାରେ ପୋଲିସ ସେମାନଙ୍କୁ ଗୋଡ଼ାଇ ଥିଲେ ହେଁ କିଛି ସୁଫଳ ମିଳି ପାରି ନ ଥିଲା।
ନିର୍ମାଣ ଓ ଖଣି ପୋତା କାର୍ଯ୍ୟ ପାଇଁ ନଦୀ ବାଲିର ଆବଶ୍ୟକତା ବଢ଼ିଛି। ତେଣୁ ସରକାର ବାଲି ଖାଦାନ ଲିଜ୍‌ ପ୍ରଦାନ ପାଇଁ ଅନେକ ନୀତି ନିୟମ ପ୍ରଣୟନ କରିଛନ୍ତି। କିନ୍ତୁ ଏହି ନୀତିନିୟମ ବାଲି ମାଫିଆ, ଲିଜ୍‌ଧାରୀ ଓ ତହସିଲ ଅଧିକାରୀମାନଙ୍କ ପାଇଁ କିଛି ଫରକ ପଡୁନାହିଁ। ବରଂ ବାଲି ଉତ୍ତୋଳନରେ ଏମିତି ବେଆଇନ କାର୍ଯ୍ୟ ଚାଲିଛି ଯେ, ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ନଦୀନାଳ ଉପରେ ନିର୍ମାଣ ହୋଇଥିବା ବ୍ରିଜଗୁଡ଼ିକ ପ୍ରତି ବିପଦ ଘନେଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ ରାଉତରାପୁରଠାରୁ କୁଣ୍ଡପାଟଣା ରାସ୍ତାର ସାମନ୍ତରାପୁର ଠାରେ ନିର୍ମାଣ ହୋଇଥିବା ବ୍ରାହ୍ମଣୀ ନଦୀ ଉପରେ ବ୍ରିଜ ଏବଂ ବୈତରଣୀ ନଦୀର ମଥୁରାପୁର, ରୁଢ଼ିଆ, ଆଖୁଆପଦା, ଯାଜପୁର ଇତ୍ୟାଦି ବ୍ରିଜଗୁଡ଼ିକୁ ଉଦାହରଣ ଭାବେ ନିଆଯାଇପାରେ। ବୈଷୟିକ ଗାଇଡ୍‌ଲାଇନ ଅନୁସାରେ ବ୍ରିଜଠାରୁ ୧ କିମି ଦୂର ମଧ୍ୟରେ କୌଣସି ବାଲି ଖାଦାନକୁ ଅନୁମତି ମିଳିବାର ନିୟମ ନାହିଁ। କିନ୍ତୁ ଏହିସବୁ ସ୍ଥାନରେ ଅନୁମତିଠାରୁ ଢେର ଗୁଣ ଅଧିକ ବାଲି ଚାଲାଣ କାରବାର ଲୋକଙ୍କ ଧନଜୀବନଠାରୁ ଅଧିକ ବୋଲି ତହସିଲ ପ୍ରଶାସନ ମନେକରୁଛି। ଜାରକା ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏଭଳି ଏକ ସମ୍ବେଦନଶୀଳ ବିଷୟ ଉପରେ ଆଲୋକପାତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗତ ଏପ୍ରିଲରେ ରସୁଲପୁର ତହସିଲଦାରଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଏହି ଅନୁରୋଧ ଉପରେ ପଦକ୍ଷେପ କେବଳ କିଛି ଦିନ ପାଇଁ ସୀମିତ ରହିଥିଲା ବୋଲି ମତପ୍ରକାଶ ପାଇଛି। ନଦୀ ଉପରେ ଥିବା ବ୍ରିଜଗୁଡ଼ିକ ସଂପୃକ୍ତ ଅଞ୍ଚଳବାସୀଙ୍କ ପାଇଁ ଅତି ଜରୁରୀ। ବିଶେଷକରି ବୈତରଣୀ ନଦୀ ଉପରେ ନିର୍ମିତ ବ୍ରିଜ ଦେଇ ପଡ଼ୋଶୀ ଜିଲାକୁ ବାଲି ଚାଲାଣ ଅତି ବିପଦପୂର୍ଣ୍ଣ ବୋଲି କୁହାଯାଉଛି। ୨୦୨୦ ମେ ମାସରେ ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ତହସିଲର ଜଣେ ଲିଜ୍‌ଧାରୀ ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀପଠାର ଧନତ୍ରୀ ମୌଜାରୁ ୫ ହଜାର ଘନଫୁଟ ବାଲି ଲୁଟ୍‌ କରିଥିଲେ। ଏହି ମର୍ମରେ ବ୍ୟାସନଗର ତହସିଲଦାର ଓଏମ୍‌ଏମ୍‌ସି (ଓଡ଼ିଶା ମାଇନର ମିନେରାଲସ୍‌ କନସେଶନ) ଆକ୍ଟର ସମ୍ପୂର୍ଣ୍ଣ ଉଲ୍ଲଂଘନ କରିଛନ୍ତି ବୋଲି ଭଣ୍ଡାରୀପୋଖରୀ ତହସିଲଦାରଙ୍କୁ ପତ୍ର ଲେଖିଥିଲେ। ଉକ୍ତ ପତ୍ରରେ ଚୋରି ହୋଇଥିବା ବାଲିର ରାଜସ୍ବ ପରିମାଣ ଅସୁଲ କରିବା ପାଇଁ ଲିଜ୍‌ଧାରୀଙ୍କ ନାମ ଓ ଠିକଣା ଜଣାଇବାକୁ ବ୍ୟାସନଗର ତହସିଲଦାର ଅନୁରୋଧ କରିଥିଲେ। ଏହି ଅନୁରୋଧପତ୍ର ଫାଇଲ ଭିତରେ ଚପି ଯାଇଥିବା କୁହାଯାଉଛି। ଏହାସହ ବୈତରଣୀ ନଦୀର ବ୍ରିଜଗୁଡ଼ିକ ଉପରେ ପଡ଼ୋଶୀ ଜିଲାକୁ ବାଲି ବୋଝେଇ ଭାରିଯାନ ଚଳାଚଳ ଉପରେ ତହସିଲ ପ୍ରଶାସନ ଆଦୌ ପଦକ୍ଷେପ ନେଉ ନ ଥିବା ମତପ୍ରକାଶ ପାଇଛି। ଫଳରେ ଭଦ୍ରକ ଏବଂ କେନ୍ଦୁଝର ଜିଲାର କେତେଜଣ ବାଲି ବ୍ୟବସାୟୀ ଏକାଧିକ ପୋକଲିନ ମେଶିନ ସହାୟତାରେ କରୁଥିବା ବାଲି ଲୁଟ୍‌ ଅଣାୟତ୍ତ ହେବାରେ ଲାଗିଛି। ବ୍ରିଜଗୁଡ଼ିକ ଉପରେ ଚାଲାଣ ହେଉଥିବା ଗାଡ଼ିଗୁଡ଼ିକଠାରୁ ମାସିକ ଚାନ୍ଦା ଆଦାୟ କରି ତହସିଲ ପ୍ରଶାସନ ନୀରବି ଯାଉଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀଙ୍କୁ ପଚାରିବାରେ ସେ କହିଛନ୍ତି, ଅଫିସ ସମୟରେ ଫୋନ୍‌ କଲେ ସେ ତଥ୍ୟ ଦେଇପାରିବେ। ବନ୍ୟା ସମୟରେ ସମସ୍ତ ବାଲି ଖାଦାନ ବନ୍ଦ ପଡ଼ିଛି। ଏବେ କିଛି କହି ପାରିବେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?