ସାତଫେରା ନେବା ପୂର୍ବରୁ କନ୍ୟାଙ୍କ ମୃତ୍ୟୁ: ଶାଳୀଙ୍କୁ ବିବାହ କଲେ ବର

ଇଟାଓ୍ବା,୨୭।୫: ଉତ୍ତରପ୍ରଦେଶର ଇଟାଓ୍ବାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବେଶ୍‌ ଧୁମ୍‌ଧାମ୍‌ରେ ଚାଲୁଥିବା ବିବାହ ସମାରୋହରେ ଏକ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ବିବାହର ସମସ୍ତ ରୀତିନୀତି ସରିବା ପୂର୍ବରୁ ହଠାତ୍‌ କନ୍ୟାଙ୍କ ମୃତ୍ୟୁ ହୋଇଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ଅଧାରେ ରହିଯାଇଥିଲା ସବୁ ସ୍ବପ୍ନ। ସୂଚନାଯୋଗ୍ୟ, ଇଟାଓ୍ବା ଜିଲାର ଭରଥାନା ଅଞ୍ଚଳର ସମସପୁର ଗାଁର ସୁରଭି ନାମକ ଯୁବତୀଙ୍କ ସହ ମଞ୍ଜେସ ଗାଁର ନାଓ୍ବଲି ଚିତଭବନଙ୍କ ସହ ମେ’ ୨୫ରେ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହର ସମସ୍ତ ରୀତିନୀତି ସୁରୁଖୁରରେ ଚାଲିଥିଲା।

ଠିକ୍‌ ସାତଫେରା ନେବା ପୂର୍ବରୁ ହଠାତ୍‌ କନ୍ୟା ଅଚେତ୍‌ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ପରିବାରଲୋକେ କନ୍ୟାଙ୍କୁ ସ୍ଥାନୀୟ ଡାକ୍ତରଙ୍କ ପାଖକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ହେବାରୁ କନ୍ୟାଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଥିଲେ। ଏହାପରେ ଦୁଇ ପରିବାରରେ ଶୋକର ଛାୟା ଖେଳିଯାଇଥିଲା। ତେବେ ବିବାହରେ ଉପସ୍ଥିତ ଥିବା ସର୍ମ୍ପକୀୟ ଓ ବରପକ୍ଷ ଲୋକଙ୍କ ଆପୋଷ ବୁଝାମଣାରେ ମୃତକ କନ୍ୟାଙ୍କ ସାନ ଭଉଣୀଙ୍କୁ ବର ବିବାହ କରିଥିଲେ। ଏହି ସମୟରେ ମୃତକନ୍ୟାଙ୍କ ମୃତଦେହକୁ ଅନ୍ୟ ଏକ ଘରେ ରଖାଯାଇଥିଲା। ପରେ ସାନ ଝିଅର ବିଦାୟି ପରେ ବଡ଼ ଝିଅର ଅନ୍ତିମ ସଂସ୍କାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥିତି ପୁଣି ଅଣାୟତ୍ତ ମୁହାଁ…

ନୂଆଦିଲ୍ଲୀ, ୧୨।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

‘ଭଙ୍ଗା, ଗଢ଼ା ପୁରୁଣା ହୋଇଯାଇଛି’

ମୁମ୍ବାଇ,୨।୭: ମହାରାଷ୍ଟ୍ରରେ ଲାଗି ରହିଥିବା ଅସ୍ଥିରତା ମଧ୍ୟରେ ନୂଆ ସରକାର ଗଠନକୁ ନେଇ ଶିବସେନା ନେତା ତଥା ଏମ୍‌ପି ସଞ୍ଜୟ ରାଉତ ମୁହଁ ଖୋଲିଛନ୍ତି। ସେ...

ଭାରତରେ ଲକ୍‌ଡାଉନ୍‌ ଜାରି ହେବା ଜରୁରୀ: ଟାସ୍କ୍‌ଫୋର୍ସ

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ମୃତ୍ୟୁ ସଂଖ୍ୟା ସହିତ ସମତାଳରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ଦେଶର ବିଭିନ୍ନ ଶ୍ମଶାନରେ...

ଏଠାରେ ମାତ୍ର ୧୦ ଟଙ୍କାରେ ମିଳେ ପେଟପୂରା ସୁସ୍ବାଦୁ ଖାଦ୍ୟ

ଆଜିକାଲି ମହଙ୍ଗା ଯୁଗରେ ଶସ୍ତାରେ ଖାଦ୍ୟ ମିଳିବା ଅସମ୍ଭବ। ମାତ୍ର ଏମିତି ଏକ ସ୍ଥାନ ଅଛି, ଯେଉଁଠି ୧୦ ଟଙ୍କାରେ ପେଟପୂରା ଭୋଜନ କରିହେବ। ଏପରି...

ଭାଜପାକୁ ଘେରିଲେ ମମତା, ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀଙ୍କୁ କାହିଁକି କରାଯାଇନି ଗିରଫ…

କୋଲକାତା, ୧୦।୯ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ରରେ ଭାଜପା ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯାଇଥିବାବେଳେ...

ବଳାତ୍କାର ପରେ ପୀଡିତାଙ୍କୁ ପିଲା ଜନ୍ମ କରିବାକୁ ବାଧ୍ୟ କରିବା ସାମ୍ବିଧାନିକ ଦର୍ଶନ ବିରୋଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୮: ଜଣେ ବଳାତ୍କାର ପୀଡିତାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇ ସୋମବାର ସୁପ୍ରିମକୋର୍ଟ କହିଛନ୍ତି, ଏଭଳି ମାମଲାରେ ଜଣେ ମହିଳାଙ୍କୁ ସନ୍ତାନ ପ୍ରସବ କରିବାକୁ ଚାପ...

କୁଲଗାମ୍‌ରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର ୨୨।୫: ଜମ୍ମୁ-କଶ୍ମୀର କୁଲଗାମ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌ କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସ୍ଥାନୀୟ ଗୋପାଲପୋରାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ...

ଥିଏଟରରେ ବାଣ ଫୁଟାଉଥିବା ଫ୍ୟାନ୍ସଙ୍କ ପାଇଁ ଏମିତି କହିଲେ ଭାଇଜାନ

ନୂଆଦିଲ୍ଲୀ,୨୮।୧୧: ନିକଟରେ ରିଲିଜ ହୋଇଛି ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ: ଦି ଫାଇନାଲ ଟ୍ରୁଥ୍‌’। ଏହି ଫିଲ୍ମର ସ୍କ୍ରିନିଂ ବେଳେ ଥିଏଟରରେ ବାଣ...

Advertisement
Archives

Model This Week