Posted inଫୁରସତ

ବିବାହରେ ପୂର୍ବ ପ୍ରେମିକଙ୍କୁ ଦେଖି ‘ଆଲିଙ୍ଗନ କରିପାରିବେ କି’ ବୋଲି ସ୍ବାମୀଙ୍କୁ ପଚାରିଲେ ବଧୂ, ମିଳିଲା ଏଭଳି ଜବାବ

ନୂଆଦିଲ୍ଲୀ: ସବୁ ପ୍ରେମ ସମ୍ପର୍କ ବିବାହରେ ପହଞ୍ଚିବା ଆବଶ୍ୟକ ନୁହେଁ। ଅନେକ ଯୋଡ଼ି ଏଭଳି ଅଛନ୍ତି ଯେଉଁମାନେ ଆଗକୁ ବଢ଼ି ଅନ୍ୟର ହାତ ଧରିଥାନ୍ତି। ଏଭଳି ପରିସ୍ଥିତିରେ ସାଧାରଣତଃ ଲୋକମାନେ ନିଜର ଭାବି ସ୍ବାମୀ ଅଥବା ସ୍ତ୍ରୀଙ୍କଠାରୁ ନିଜର ସମ୍ପ+ର୍କ ବିଷୟରେ ଲୁଚାଇଥାନ୍ତି। ଅତୀତରେ କାହା ସହ ପ୍ରେମ ସମ୍ପର୍କ ଥିଲା ସେ ନେଇ ଜୀବନସାଥୀଙ୍କୁ କହିବାକୁ ଅସହଜ ମନେ କରନ୍ତି। ହେଲେ ସମୟ ସହ ଏବେ ଏହି ଧାରଣା ବଦଳି ଯାଇଛି। ଆଜିକାଲିର କେହି ନିଜର ପ୍ରେମ ସମ୍ପର୍କ ବିଷୟରେ ଲୁଚାଉ ନାହାନ୍ତି। ଏପରିକି ସେମାନେ ପୂର୍ବ ସାଥୀଙ୍କ ସହ ବନ୍ଧୁତା ଜାରି ରଖୁଛନ୍ତି। ହେଲେ ଯଦି କେହି ନିଜ ବିବାହରେ ପୂର୍ବ ପ୍ରେମିକଙ୍କୁ ଆଲିଙ୍ଗନ କରନ୍ତି, ତେବେ ଏହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ବାଭାବିକ। ଇଣ୍ଡୋନେସିଆରେ ଏଭଳି ଏକ ସାମ୍ନାକୁ ଆସିଛି, ଯେଉଁଠାରେ ବଧୂ ନିଜର ପୂର୍ବପ୍ରେମିକଙ୍କୁ ଆଲିଙ୍ଗନ କରି ଚର୍ଚ୍ଚାକୁ ଆସିଛନ୍ତି। ନିଜେ ବଧୂ ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏହା ବେଶ ଭାଇରାଲ ହେବାରେ ଲାଗିଛି।

ଘଟଣାଟି ଏପରି। ବଧୂଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କର ପୂର୍ବ ପ୍ରେମିକ ପହଞ୍ଚିଥିଲେ। ସେଠାରେ ସେ ହ୍ୟାଣ୍ଡସେକ୍‌ କରିବାକୁ ହାତ ବଢ଼ାଇଥିଲେ। ଏହାଦେଖି ବଧୂ ସ୍ବାମୀଙ୍କଠାରୁ ଅନୁମତି ମାଗିଥିଲେ। ଏହାପରେ ସେ ସହମତି ଦେଇଥିଲେ। ଏହାପରେ ଉଭୟ ଆଲିଙ୍ଗନ କରିଥିଲେ। ପରେ ବଧୂଙ୍କ ସ୍ବାମୀଙ୍କୁ ମଧ୍ୟ ଯୁବକଜଣଙ୍କ ଶୁଭେଚ୍ଛା ଜଣାଇଥିଲେ। ବେଶ୍‌ କିଛି ସମୟ ଉଭୟ କଥା ମଧ୍ୟ ହୋଇଥିଲେ। ବଧୂ ଏହି ଭିଡିଓକୁ ଶେୟାର କରିବା ପରେ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ମତ ରଖୁଛନ୍ତି। କିଛି ଲୋକ ତାଙ୍କର ସମାଲୋଚନା କରୁଥିବା ନଜର ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri