ଡ୍ରଗ୍‌ ଲାଇସେନ୍ସ ପାଇଁ ଲାଞ୍ଚ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଜଣାଇଲେ ଜିଲାପାଳ

ଛତ୍ରପୁର,୭।୧(ଡି.ଏନ୍‌.ଏ.)- ଡ୍ରଗ ଲାଇସେନ୍ସ କରାଇ ଦେବାକୁ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ବନମାଳୀ ଶତପଥୀ ୨ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଗତ ସପ୍ତାହରେ ଜିଲାପାଳଙ୍କ କୋର୍ଟରେ ଉକ୍ତ ମାମଲାର ଶୁଣାଣି ହୋଇସାରିଛି । ଆସିଷ୍ଟାଣ୍ଟ କଲେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ପ୍ରି-ମାଚ୍ୟୁର ଅବସର ଦେବାପାଇଁ ରାଜ୍ୟ ସରକାରଙ୍କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଚିଠି ଲେଖିଛନ୍ତି । ଶତପଥୀ ପୂର୍ବରୁ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ସେଲ୍‌ରେ କାର୍ଯ୍ୟ କରୁଥିଲେ । ଡ୍ରଗ୍‌ ଲାଇସେନ୍ସ ପ୍ରଦାନ ପାଇଁ ତାଙ୍କର କ୍ଷମତା ନ ଥିବା ସତ୍ତ୍ୱେ ନିଜ ପଦବୀର ଅପବ୍ୟବହାର କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଭଳି ବ୍ରହ୍ମପୁରସ୍ଥିତ ଡେପୁଟି ଡ୍ରଗ୍‌ କଣ୍ଟ୍ରୋଲର (ସାଉଥ ଜୋନ୍‌) ମଧ୍ୟ ଡ୍ରଗ୍‌ ଲାଇସେନ୍ସ ଆବେଦନକାରୀଙ୍କୁ ହଇରାଣ କରିଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରିବାକୁ ଗତ ୨୩ ତାରିଖରେ ଜିଲାପାଳଙ୍କ ପକ୍ଷରୁ ଭିଜିଲାନ୍ସ ଏସ୍‌ପିଙ୍କୁ ଚିଠି କରାଯାଇଥିଲା । ପୁଣିଥରେ ଭିଜିଲାନ୍ସକୁ ଚିଠି ଲେଖାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି । ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପ୍ରୋସିଡିଙ୍ଗ ଆରମ୍ଭ ହୋଇଥିବା ଜିଲାପାଳ ଗୁରୁବାର କହିିଛନ୍ତି ।
ପ୍ରକାଶ ଯେ, ଆସିକା ବାଣୀବିହାରର ପବିତ୍ର ମୋହନ ଜେନାଙ୍କ ମେଡିକାଲ ଷ୍ଟୋର ରହିଛି । ପବିତ୍ରଙ୍କ ମୃତ୍ୟୁ ପରେ ନୂଆ ଡ୍ରଗ୍‌ ଲାଇସେନ୍ସ ପ୍ରଦାନ ପାଇଁ ତାଙ୍କ ସ୍ତ୍ରୀ ମିନତୀ ଜେନା ଆବେଦନ କରିଥିଲେ । ତେବେ ଏହି ଲାଇସେନ୍ସ ଦେବା ପାଇଁ ବ୍ରହ୍ମପୁରସ୍ଥିତ ଡେପୁଟି ଡ୍ରଗ୍‌ କଣ୍ଟ୍ରୋଲର ହଇରାଣ କରିଥିବା ମିନତୀ ଅଭିଯୋଗ କରିଛନ୍ତି । ପରେ ତାଙ୍କ ଝିଅ ଏ ସମ୍ପର୍କରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ହେଲ୍ପ ଲାଇନ୍‌ ନମ୍ବରକୁ ଫୋନ୍‌ କରି ଅଭିଯୋଗ କରିଥିଲେ । ହେଲ୍ପ ଲାଇନ୍‌ ଦାୟିତ୍ୱରେ ଥିବା ଆସିଷ୍ଟାଣ୍ଟ କଲେକ୍ଟର ନିଜ ମୋବାଇଲରେ ମିନତୀଙ୍କ ଝିଅଙ୍କୁ ଫୋନ୍‌ କରି ୨ ଲକ୍ଷ ଟଙ୍କା ଦେଲେ ଡ୍ରଗ୍‌ ଲାଇସେନ୍ସ ଡେପୁଟି ଡ୍ରଗ୍‌ ଡ୍ରଗ୍‌ କଣ୍ଟ୍ରୋଲରଙ୍କୁ କହି ଲାଇସେନ୍ସ କରାଇଦେବେ ବୋଲି କହିଥିଲେ । ପରେ ଆସିଷ୍ଟାଣ୍ଟ କଲେକ୍ଟର ୨ ଲକ୍ଷ ଟଙ୍କା ନେଇଥିଲେ ବୋଲି ଅଭିଯୋଗ ହୋଇଛି । ଦୀର୍ଘ ମାସ ପରେ ମଧ୍ୟ ଡ୍ରଗ୍‌ ଲାଇସେନ୍ସ ନ ମିଳିବାରୁ ଟଙ୍କା ଫେରାଇ ଦେବାକୁ ମିନତୀଙ୍କ ଝିଅ ବାରମ୍ବାର କହିିବା ପରେ ଆସିଷ୍ଟାଣ୍ଟ କଲେକ୍ଟର ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୭୦ ହଜାର ଟଙ୍କା ଫେରାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri