ଡ୍ରଗ୍‌ ଲାଇସେନ୍ସ ପାଇଁ ଲାଞ୍ଚ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଜଣାଇଲେ ଜିଲାପାଳ

ଛତ୍ରପୁର,୭।୧(ଡି.ଏନ୍‌.ଏ.)- ଡ୍ରଗ ଲାଇସେନ୍ସ କରାଇ ଦେବାକୁ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ବନମାଳୀ ଶତପଥୀ ୨ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଗତ ସପ୍ତାହରେ ଜିଲାପାଳଙ୍କ କୋର୍ଟରେ ଉକ୍ତ ମାମଲାର ଶୁଣାଣି ହୋଇସାରିଛି । ଆସିଷ୍ଟାଣ୍ଟ କଲେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ପ୍ରି-ମାଚ୍ୟୁର ଅବସର ଦେବାପାଇଁ ରାଜ୍ୟ ସରକାରଙ୍କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଚିଠି ଲେଖିଛନ୍ତି । ଶତପଥୀ ପୂର୍ବରୁ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ସେଲ୍‌ରେ କାର୍ଯ୍ୟ କରୁଥିଲେ । ଡ୍ରଗ୍‌ ଲାଇସେନ୍ସ ପ୍ରଦାନ ପାଇଁ ତାଙ୍କର କ୍ଷମତା ନ ଥିବା ସତ୍ତ୍ୱେ ନିଜ ପଦବୀର ଅପବ୍ୟବହାର କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଭଳି ବ୍ରହ୍ମପୁରସ୍ଥିତ ଡେପୁଟି ଡ୍ରଗ୍‌ କଣ୍ଟ୍ରୋଲର (ସାଉଥ ଜୋନ୍‌) ମଧ୍ୟ ଡ୍ରଗ୍‌ ଲାଇସେନ୍ସ ଆବେଦନକାରୀଙ୍କୁ ହଇରାଣ କରିଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରିବାକୁ ଗତ ୨୩ ତାରିଖରେ ଜିଲାପାଳଙ୍କ ପକ୍ଷରୁ ଭିଜିଲାନ୍ସ ଏସ୍‌ପିଙ୍କୁ ଚିଠି କରାଯାଇଥିଲା । ପୁଣିଥରେ ଭିଜିଲାନ୍ସକୁ ଚିଠି ଲେଖାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି । ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପ୍ରୋସିଡିଙ୍ଗ ଆରମ୍ଭ ହୋଇଥିବା ଜିଲାପାଳ ଗୁରୁବାର କହିିଛନ୍ତି ।
ପ୍ରକାଶ ଯେ, ଆସିକା ବାଣୀବିହାରର ପବିତ୍ର ମୋହନ ଜେନାଙ୍କ ମେଡିକାଲ ଷ୍ଟୋର ରହିଛି । ପବିତ୍ରଙ୍କ ମୃତ୍ୟୁ ପରେ ନୂଆ ଡ୍ରଗ୍‌ ଲାଇସେନ୍ସ ପ୍ରଦାନ ପାଇଁ ତାଙ୍କ ସ୍ତ୍ରୀ ମିନତୀ ଜେନା ଆବେଦନ କରିଥିଲେ । ତେବେ ଏହି ଲାଇସେନ୍ସ ଦେବା ପାଇଁ ବ୍ରହ୍ମପୁରସ୍ଥିତ ଡେପୁଟି ଡ୍ରଗ୍‌ କଣ୍ଟ୍ରୋଲର ହଇରାଣ କରିଥିବା ମିନତୀ ଅଭିଯୋଗ କରିଛନ୍ତି । ପରେ ତାଙ୍କ ଝିଅ ଏ ସମ୍ପର୍କରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ହେଲ୍ପ ଲାଇନ୍‌ ନମ୍ବରକୁ ଫୋନ୍‌ କରି ଅଭିଯୋଗ କରିଥିଲେ । ହେଲ୍ପ ଲାଇନ୍‌ ଦାୟିତ୍ୱରେ ଥିବା ଆସିଷ୍ଟାଣ୍ଟ କଲେକ୍ଟର ନିଜ ମୋବାଇଲରେ ମିନତୀଙ୍କ ଝିଅଙ୍କୁ ଫୋନ୍‌ କରି ୨ ଲକ୍ଷ ଟଙ୍କା ଦେଲେ ଡ୍ରଗ୍‌ ଲାଇସେନ୍ସ ଡେପୁଟି ଡ୍ରଗ୍‌ ଡ୍ରଗ୍‌ କଣ୍ଟ୍ରୋଲରଙ୍କୁ କହି ଲାଇସେନ୍ସ କରାଇଦେବେ ବୋଲି କହିଥିଲେ । ପରେ ଆସିଷ୍ଟାଣ୍ଟ କଲେକ୍ଟର ୨ ଲକ୍ଷ ଟଙ୍କା ନେଇଥିଲେ ବୋଲି ଅଭିଯୋଗ ହୋଇଛି । ଦୀର୍ଘ ମାସ ପରେ ମଧ୍ୟ ଡ୍ରଗ୍‌ ଲାଇସେନ୍ସ ନ ମିଳିବାରୁ ଟଙ୍କା ଫେରାଇ ଦେବାକୁ ମିନତୀଙ୍କ ଝିଅ ବାରମ୍ବାର କହିିବା ପରେ ଆସିଷ୍ଟାଣ୍ଟ କଲେକ୍ଟର ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୭୦ ହଜାର ଟଙ୍କା ଫେରାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri