ସିଂହାପୁର ଯାତ୍ରାରେ ପରମ୍ପରା ଭଙ୍ଗ

ରସୁଲପୁର,୨୧ା୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପ୍ରସିଦ୍ଧ ସିଂହାପୁର ଯାତ୍ରା ମଙ୍ଗଳବାର ଶେଷ ହୋଇଛି। ମାତ୍ର ଏହି ଯାତ୍ରାରେ ଐତିହାସିକ ପରମ୍ପରା ବଜାଇ ରଖିବାରେ ପ୍ରଶାସନ ବିଫଳ ହୋଇଛି। ଯାତ୍ରାରେ ଭକ୍ତଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁ ପ୍ରଭୁ ନାରାୟଣ ଗୋସାଇଁଙ୍କ ମୁଗୁନି ପ୍ରସ୍ତରର ମୂର୍ତ୍ତି ପାଣିରେ ଖସି ପଡ଼ିଛି। ଉକ୍ତ ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାଜଜେମା ଅପର୍ଣ୍ଣା ଧୀର ସିଂ ଭରଦ୍ୱାଜ। ଏହାଛଡ଼ା ଯାତ୍ରା ସମୟରେ ରାଜପରିବାରଙ୍କ ବିନା ପରାମର୍ଶରେ ନିଆଯାଇଥିବା କେତେକ ଅଗଣତାନ୍ତ୍ରିକ ନିଷ୍ପତ୍ତି ସମ୍ପର୍କରେ ଜାଣି ରାଜଜେମା ମର୍ମାହତ ହୋଇଛନ୍ତି।
ତାଙ୍କ କହିବା ମୁତାବକ, ଯାତ୍ରା ଅବଧିକୁ ୩ ଦିନ ବଦଳରେ ୫ ଦିନକୁ ବୃଦ୍ଧି କରାଯାଇଛି। ଯାତ୍ରା ପଡ଼ିଆରୁ ବେଆଇନ କମିଟି ଦ୍ୱାରା ବ୍ୟବସାୟୀଙ୍କଠାରୁ ଅର୍ଥ ଆଦାୟ ହୋଇଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଠାରୁ ପ୍ରଭୁ ନାରାୟଣ ଗୋସାଇଁଙ୍କ ଉଦ୍ଦେଶ୍ୟରେ ଆସୁଥିବା ଦାନଦକ୍ଷିଣା, ବେଆଇନ ନିର୍ମାଣ, ଠାକୁରଙ୍କ ସିଂହାସନକୁ ଭାଙ୍ଗିବାକୁ ମସୁଧା ଭଳି କେତେକ ଗୁତୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି। ଯାହାର ଖବର ରାଜପରିବାର ପାଖରେ ନାହିଁ। ଯାତ୍ରାରୁ କ’ଣ ଆୟ ହେଉଛି, କ’ଣ ଦାନ ଆସୁଛି ସେ ସମ୍ପର୍କରେ ରାଜପରିବାରକୁ ଅବଗତ କରାଯାଉନାହିଁ। ସେ ସବୁ ଅର୍ଥ ଓ ଜିନିଷର ତତ୍ତ୍ୱାବଧାରକ କିଏ ସେ ସମ୍ପର୍କରେ ରାଜପରିବାର ସମ୍ପୂର୍ଣ୍ଣ ଅଜ୍ଞ ବୋଲି ରାଜଜେମା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ସୂଚନା ମୁତାବକ, ମଧୁପୁରଗଡ଼ ରାଜ ପରିବାରର କୁଳଦେବତା ହେଉଛନ୍ତି ପ୍ରଭୁ ନାରାୟଣ ଗୋସାଇଁ। ପ୍ରଭୁଙ୍କ ବାର୍ଷିକ ୩ ଦିନିଆସ୍ଥଳ ବିଜେ ଯାତ୍ରା ମହାବିଷୁବ ସଂକ୍ରାନ୍ତିରୁ ଆରମ୍ଭ ହୋଇଥାଏ। ଯାତ୍ରାର ୪ର୍ଥ ଦିନ ପ୍ରତ୍ୟୁଷରେ ପ୍ରଭୁ ଜଳାସନକୁ ଯାତ୍ରା କରନ୍ତି। ଏହି ଯାତ୍ରା ସମ୍ପନ୍ନ ପାଇଁ ରାଜପରିବାରର ରାଜଗୁରୁ, ରାଜପୁରୋହିତ, ରାଜସେବକମାନେ ନିୟୋଜିତ ହୋଇଥାଆନ୍ତି। ଯାତ୍ରାରେ ପ୍ରଭୁଙ୍କୁ ବିଭିନ୍ନ ବେଶରେ ଭୂଷିତ ପାଇଁ ରାଜ ପରିବାରରୁ ଅଳଙ୍କାର, ପୂଜାରେ ବ୍ୟବହୃତ ସାମଗ୍ରୀ ଓ ପୂଜାରେ ନିୟୋଜିତ ସେବକଙ୍କୁ ପାରିଶ୍ରମିକ ଆଦି ରାଜପରିବାର ପକ୍ଷରୁ ପ୍ରଦାନ କରାଯାଇଥାଏ। ପୂଜା ସରିବା ପରେ ସେ ସବୁ ସାମଗ୍ରୀ ରାଜବାଟୀକୁ ଫେରିଥାଏ। ପୂଜାରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆସିଥିବା ଦାନଦକ୍ଷିଣା, ଯାତ୍ରା ପଡ଼ିଆର ଆୟରୁ ଟଙ୍କାଟିଏ ଅର୍ଥ ପ୍ରଭୁଙ୍କ ପୂଜାରେ ବ୍ୟବହାର ହୁଏ ନାହିଁ।
ମାତ୍ର ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତିଙ୍କ ଅନଧିକାର ପ୍ରବେଶ ପୂଜାରେ ବିଶୃଙ୍ଖଳା ସୃଷ୍ଟି କରୁଛି। ଐତିହାସିକ ପରମ୍ପରା ଭାଙ୍ଗିବା ଭଳି ସ୍ଥିତି ଉପୁଜୁଛି। କିଛି ବର୍ଷ ହେବ ଏହିଭଳି ସ୍ଥିତି ଉପୁଜୁଥିବା ଲକ୍ଷ୍ୟ କରାଯାଉଛି। ରାଜପରିବାରର ବିନା ପରାମର୍ଶରେ ସଫେଇ ଆଳରେ ପୁଷ୍କରିଣୀ ଶୁଖାଇ ଦିଆଯାଉଛି। ଜଳାଶୟସ୍ଥିତ ମନ୍ଦିର ଉପରେ ବୋଟ୍‌ ଚାଳନା କରାଯାଉଛି। ପୁଷ୍କରିଣୀ ପାଣିରେ ଆତସବାଜି ହେଉଛି। ପ୍ରଭୁଙ୍କୁ ପାଣିରୁ ଉଠାଇବା ସମୟରେ ଅଣସେବାୟତ ସାମିଲ ହେଉଛନ୍ତି ଓ ଠାକୁରଙ୍କୁ ପହଣ୍ଡି ବିଜେରେ କେବଳ ରାଜପରିବାର ପକ୍ଷରୁ ପୁଷ୍ପାଞ୍ଜଳି ଦିଆଯିବା ପ୍ରଥାକୁ ଭାଙ୍ଗି ଦିଆଯାଇଛି। ଶ୍ରଦ୍ଧାଳୁମାନେ ପହଣ୍ଡି ବିଜେ ଯାତ୍ରାରେ ସାମିଲ ହୋଇ ପୁଷ୍ପାଞ୍ଜଳି ପ୍ରଦାନ କରୁଛନ୍ତି। ବିନା ପରାମର୍ଶରେ ଯାତ୍ରାର ଅବଧିକୁ ବଢ଼ାଇ ଦିଆଯାଉଛି। ବ୍ୟବସାୟୀଙ୍କଠାରୁ ବିଭିନ୍ନ ଆଳରେ ଅର୍ଥ ଆଦାୟ କରାଯାଉଛି। ମାଳି ସେବାୟତଙ୍କୁ ଅଧିକାରରୁ ବଞ୍ଚତ୍ତ କରି ଯାତ୍ରା କମିଟି ପକ୍ଷରୁ ଫୁଲ ଦୋକାନକୁ ନିଲାମ ଦିଆଯାଉଛି ଓ ଭୋଗ, ଦୀପ ଦୋକାନ ଆଦିକୁ ନିଲାମ ଦିଆଯିବା ଘଟଣାକୁ ରାଜପରିବାର ପକ୍ଷରୁ ନାପସନ୍ଦ କରାଯାଇଛି। ରାଜ ପରିବାରର ଅଗୋଚରରେ ଏଭଳି ସମସ୍ତ ଆଚରଣ ଯାତ୍ରାର ଐତିହାସିକ ପରିମ୍ପରାକୁ ଭାଙ୍ଗୁଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ଦିଷ୍ଟ ଯାତ୍ରାରେ ବ୍ୟବସାୟିକ ମନୋବୃତ୍ତି ପରମ୍ପରା ଓ ଐତିହ୍ୟକୁ କଳଙ୍କିତ କରୁଛି। ଆଗକୁ ଏସବୁ ବନ୍ଦ କରାଯିବ। ଯାତ୍ରା ସମୟରେ ବେଆଇନ ଅର୍ଥ ଆଦାୟ ଉପରେ ଅଙ୍କୁଶ ଲଗାଇବା ଓ ଅନ୍ୟାନ୍ୟ ସମସ୍ତ ବେଆଇନ କାର୍ଯ୍ୟକୁ ବନ୍ଦ କରିବା ଉପରେ ଗୁରୁତ୍ୱ ଦିଆଯିବ। ଏ ଦିଗରେ ଯାଜପୁର ଜିଲା ପ୍ରଶାସନ ସହ ଆଲୋଚନାକରି ନିଷ୍ପତ୍ତି ନିଆଯିବ। ପ୍ରଶାସନ ପକ୍ଷରୁ ସହଯୋଗ ନ ମିଳିଲେ ରାଜଜେମା କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଶୁଣାଇଛନ୍ତି। ଚଳିତବର୍ଷ ଯାତ୍ରାରେ ଘଟିଥିବା ଅଘଟଣ, ଭାଙ୍ଗିଥିବା ପରମ୍ପରା ସମ୍ପର୍କରେ ସେ ଯାଜପୁର ଜିଲାପାଳ ଓ ଏସ୍‌ପିଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?