Posted inଜାତୀୟ

ଉପାସରେ ଅନ୍ନଦାତା: ଜିଦ୍‌ରେ ଅଟଳ କେନ୍ଦ୍ର ସରକାର, ରାଜନୈତିକ କାଦୁଅ ଫିଙ୍ଗା ଜୋରଦାର୍‌

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ୧୯ ଦିନରେ ପହଞ୍ଚିଛି। ସରକାରଙ୍କ ଉପରେ ଚାପ ବୃଦ୍ଧି କରିବା ଲାଗି ଅନ୍ନଦାତାମାନେ ସୋମବାର ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉପାସରେ ବସି ରହିଛନ୍ତି। ଅନ୍ନଦାତାଙ୍କୁ ସମର୍ଥନ କରି ଆମ ଆଦ୍‌ମୀ ପାର୍ଟି ପକ୍ଷରୁ ମଧ୍ୟ ୯ ଘଣ୍ଟିଆ ଅନଶନ କରାଯାଇଛି। କେନ୍ଦ୍ର ସରକାର ଜିଦ୍‌ରେ ଅଟଳ ରହିଛନ୍ତି। ଏପରିସ୍ଥଳେ ସରକାରଙ୍କୁ ଏବେ ବିରୋଧୀଙ୍କ ପକ୍ଷରୁ ଘେରିବା ଉଦ୍ୟମ ଆରମ୍ଭ ହୋଇଛି। ଚାଷୀ ସଂଗଠନ ସଦସ୍ୟ ରାଜରାସ୍ତାରେ ଶୀତ କାକରରେ ଭୋକଉପାସରେ ପଡ଼ି ରହିଥିବାବେଳେ ସେମାନଙ୍କ ସମସ୍ୟାର ସମାଧାନ ପରିବର୍ତ୍ତେ ଏହାକୁନେଇ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ କାଦୁଅ ଫିଙ୍ଗା ଜୋରଦାର ହେବାରେ ଲାଗିଛି। ଅନ୍ନଦାତାଙ୍କୁ ଅଟକାଇବା ପାଇଁ ବଜ୍ର ବାହନ ସହିତ ସୁସଜ୍ଜିତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏହା ବହୁ ବୁଦ୍ଧିଜୀବିଙ୍କୁ ବ୍ୟଥିତ କରୁବାରେ ଲାଗିଛି। ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ସଂଶୋଧନ ପ୍ରସ୍ତାବକୁ ଚାଷୀ ସଂଗଠନ ପୂର୍ବରୁ ଅଗ୍ରାହ୍ୟ କରିଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏହାକୁ ଉଠାଇ ନେବା ଆବଶ୍ୟକ ବୋଲି ବିରୋଧୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ପ୍ରଥମ ମଙ୍କିପକ୍ସ ଚିହ୍ନଟ, ଆକ୍ରାନ୍ତ କେବେ ଯାଇନାହାନ୍ତି ବିଦେଶ

ନୂଆଦିଲ୍ଲୀ,୨୪ା୭:  ରାଜଧାନୀ ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ସଂକ୍ରମିତ ବ୍ୟକ୍ତି କେବେ ବି ବିଦେଶ ଯାତ୍ରା କରିନାହାନ୍ତି। ପଶ୍ଚିମ...

ଭାରତରେ ଦ୍ୱିତୀୟ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ, ୧୪ା୩: କରୋନା ଭୂତାଣୁ ଭାରତରେ ଆଉ ଏକ ମୁଣ୍ଡ ନେଇଛି। ମଙ୍ଗଳବାର କର୍ନାଟକର କାଲବୁର୍ଗୀରେ ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ଘଟିଥିବାବେଳେ...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଶୋଇଥିଲେ ପୌର ଅଧିକାରୀ, ଭିଡ଼ିଓ ଭାଇରାଲ ପରେ ହେଲେ ନିଲମ୍ବିତ…

ଅହମଦାବାଦ,୩୦।୪ : ଗୁଜରାଟର କଚ୍ଛ ଜିଲ୍ଲାର ଭୁଜରେ ଜଣେ ପୌର ଅଧିକାରୀ ସରକାରୀ କାର୍ଯ୍ୟରେ ଶୋଇଥିବାରୁ ନିଲମ୍ବନ ହୋଇଛନ୍ତି। ନିଲମ୍ବିତ ଅଧିକାରୀ ଜିଗର ପଟେଲ ଭୁଜ...

ପାରିକରଙ୍କ ପୋଷ୍ୟ ଗ୍ରାମ ବୁଲିଲେ ସ୍ମୃତି, ସାଓ୍ବନ୍ତ

ପଣଜୀ,୨୨।୬: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ମନୋହର ପାରିକର ଆମେଥିର ଯେଉଁ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ସେହି ଗ୍ରାମ ଗସ୍ତରେ ଶନିବାର ଯାଇଛନ୍ତି...

ରାଜ୍ୟ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଆର୍‌ଜେଡି

ପାଟନା,୨୬।୫: ରାଜ୍ୟ ସଭା ପାଇଁ ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)। ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀ...

ଅଦରକାରୀ ପାର୍ଟସ୍‌ରୁ ବାଇକ୍‌: ଦାମ୍‌ ୨ହଜାର, ୫ଟଙ୍କାରେ ୫୦କିଲୋମିଟର ଯିବ

ସୁରଟ:ପରିବେଶ ପ୍ରଦୂଷଣ ବୃଦ୍ଧିପାଉଛି। ଆଗକୁ ଏକ ଭଲ ପରିବେଶ ମିଳିବ କି ନାହିଁ ତାହା କହିହେବନି। ଅନ୍ୟପକ୍ଷରେ ପେଟ୍ରୋଲ କିମ୍ବା ଡିଜେଲ ଦାମ୍‌କୁ ଲକ୍ଷ୍ୟ କଲେ...

କଂଗ୍ରେସ ଏବେ ଗୁଣ୍ଡାଙ୍କ ଦଳ: କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୮।୪ : ତାମିଲନାଡୁର ଡିଣ୍ଡିଗୁଲ ଜିଲା କଂଗ୍ରେସ ସଭାପତି ମାଣିକନ୍ଦନ ବିଚାରପତିଙ୍କ ଜିଭ କାଟିବା ଲାଗି ଦେଇଥିବା ବିବୃତ୍ତିକୁ କେନ୍ଦ୍ର କରି ବିବାଦ ଆରମ୍ଭ ହୋଇଛି।...

ଭାରତର ନିର୍ବାଚନ ଫଳାଫଳକୁ ନେଇ ପାକିସ୍ତାନର ବଢୁଛି ଚିନ୍ତା

ନୂଆଦିଲ୍ଲୀ, ୨୨।୫: ଲୋକ ସଭା ନିର୍ବାଚନର ଫଳାଫଳ ମେ ୨୩ ଘୋଷଣା ହେବ। ଏହାକୁ ଦେଶରେ ଯେତିକି ଚର୍ଚ୍ଚା, ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ଚାଲିଛି...

Advertisement
Archives

Model This Week