Posted inଖେଳ

ବ୍ରାଜିଲ, କଲମ୍ବିଆର ପ୍ରଥମ ବିଜୟ

ସାଓପାଲୋ, ୧୧ା୧୦ (ଏପି)-ଓ୍ବାଲର୍‌ଡକପ୍‌ ଫୁଟ୍‌ବଲ କ୍ୱାଲିଫାୟର୍ସ ଓପନିଂ ରାଉଣ୍ଡରେ ବ୍ରାଜିଲ ଓ କଲମ୍ବିଆ ସେମାନଙ୍କର ପ୍ରଥମ ବିଜୟ ହାସଲ କରିଛନ୍ତି। କୋଭିଡ୍‌ ସ୍ବାସ୍ଥ୍ୟ ପ୍ରୋଟୋକଲ ଯୋଗୁ ବିନା ଦର୍ଶକରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସାଓପାଲୋଠାରେ ବର୍ଷା ମଧ୍ୟରେ ଖେଳାଯାଇଥିବା ବଲିଭିଆ ବିପକ୍ଷ ମ୍ୟାଚରେ ବ୍ରାଜିଲ ୫-୦ ଗୋଲରେ ସହଜ ବିଜୟ ହାସଲ କରିଥିଲା। ବାରାଙ୍କ୍ବିଲାଠାରେ ଖେଳାଯାଇଥିବା ମ୍ୟାଚ୍‌ରେ କଲମ୍ବିଆ ୩-୦ ଗୋଲରେ ଜିତିଥିଲା। ଏହି ତିନୋଟି ଯାକ ଗୋଲ ପ୍ରଥମାର୍ଦ୍ଧ ଖେଳରେ ସ୍କୋର ହୋଇଥିଲା। ପ୍ରଥମ ରାଉଣ୍ଡ ପରେ ବ୍ରାଜିଲ, କଲମ୍ବିଆ, ଉରୁଗୁଏ ଓ ଆର୍ଜେଣ୍ଟିନା ପ୍ରତ୍ୟେକ ୩ ପଏଣ୍ଟ ଲେଖାଏ ଅର୍ଜନ କରି ଅଗ୍ରଣୀ ରହିଛନ୍ତି। ପେରୁ ଓ ପାରାଗୁଏ ଗୋଟିଏ ଲେଖାଏ ପଏଣ୍ଟ ପାଇଛନ୍ତି। ଇକ୍ୱେଡର, ଚିଲି, ଭେନେଜୁଏଲା ଏବଂ ବଲିଭିଆ ଗୋଟିଏ ହେଲେ ପଏଣ୍ଟ ହାସଲ କରିବାରେ ସମର୍ଥ ହୋଇପାରି ନାହାନ୍ତି। ଦ୍ୱିତୀୟ ରାଉଣ୍ଡରେ ସମସ୍ତ ୫ଟି ଯାକ ମ୍ୟାଚ ମଙ୍ଗଳବାର ଖେଳାଯିବ। ମ୍ୟାଚ୍‌ଗୁଡ଼ିକ ପେରୁ ଓ ବ୍ରାଜିଲ, ବଲିଭିଆ ଓ ଆର୍ଜେଣ୍ଟିନା, ଚିଲି ଓ କଲମ୍ବିଆ, ଇକ୍ୱେଡର ଓ ଉରୁଗୁଏ ଏବଂ ଭେନେଜୁଏଲା ଓ ପାରାଗୁଏ ମଧ୍ୟରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪ରେ ଦକ୍ଷିଣ ଆଫ୍ରିକା- ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ

ନୂଆଦିଲ୍ଲୀ,୧।୩: ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୫ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଜିମ୍ବାଓ୍ବେ ଦ୍ୱାରା ପ୍ରଦତ୍ତ ୧୫୪ ରନର ଟାର୍ଗେଟକୁ…

ଯୁଦ୍ଧର ପ୍ରଭାବ: ଆବୁଧାବିରେ ପାକିସ୍ତାନ-ଇଂଲଣ୍ଡ ମ୍ୟାଚ ବାତିଲ

କରାଚୀ,୧ା୩: ଇରାନ ଉପରେ ଆମେରିକାର ଆକ୍ରମଣ ପରେ ସୁରକ୍ଷାଗତ କାରଣ ଦୃଷ୍ଟିରୁ ଆବୁଧାବିରେ ଶନିବାର ପାକିସ୍ତାନ ଶାହିନ୍ସ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ…

T୨୦ ବିଶ୍ୱକପ୍‌ ଫାଇନାଲ ଜିତିବା ଟିମ୍‌ ହେବ ମାଲାମାଲ, ମିଳିବ ଏତିକି କୋଟି

ନୂଆଦିଲ୍ଲୀ,୧।୩: କ୍ରିକେଟ ଜଗତର ନଜର ଆଜିର ଦିନ ଉପରେ ଅଟକିଛି। କାରଣ ରବିବାରରେ ଟି-୨୦ ବିଶ୍ୱକପ୍‌ ସୁପର-୮ ରାଉଣ୍ଡର ସବୁଠାରୁ ବଡ଼ ତଥା ଶେଷ ମୁକାବିଲା ଖେଳାଯିବ।…

IND VS WI: ଇଡେନ ଗାର୍ଡେନ୍ସରେ ମହାଲଢ଼େଇ, ଟସ୍‌ ଜିତିଲା ଭାରତ, ଏକାଦଶକୁ ନେଇ ବଡ଼ ନିଷ୍ପତ୍ତି

କୋଲକାତା,୧।୩: ଟି-୨୦ ବିଶ୍ୱକପ ୨୦୨୬ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଆଜି(ରବିବାର) କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ମଇଦାନରେ ଖେଳାଯାଉଛି। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା…

ODI ରୁ ଅବସର ନେଲେ ଏହି ଖେଳାଳି, ଭାରତ ବିପକ୍ଷରେ ମ୍ୟାଚ୍‌ରେ…

ନୂଆଦିଲ୍ଲୀ,୧।୩: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ମହିଳା କ୍ରିକେଟର ଆଲିସା ହିଲି ଓ୍ବାନଡେ କ୍ରିକେଟରୁ ଅବସର ନେଇଛନ୍ତି । ସେ ମାର୍ଚ୍ଚ ୧ ତାରିଖରେ ଭାରତ ବିପକ୍ଷରେ ତାଙ୍କ କ୍ୟାରିୟରର…

ଟି୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କାର ନୈରାଶ୍ୟଜନକ ପ୍ରଦର୍ଶନ: କୋଚ୍‌ ପଦରୁ ଇସ୍ତଫା ଦେବେ…

କଲମ୍ବୋ,୧।୩: ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କା କ୍ରିକେଟ ଦଳର ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ ପରେ, ଦଳର ମୁଖ୍ୟ କୋଚ୍‌ ସନଥ ଜୟସୂରିୟା ନିଜ ପଦରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି।…

ବ୍ୟାଟ ବଲ ଉପରେ ବୋମା ବାରୁଦର ପ୍ରଭାବ, IPL 2026ରେ ବିଦେଶୀ ଖେଳାଳିଙ୍କ ଆସିବାକୁ ନେଇ ବଢୁଛି ସସପେନ୍ସ…

ନୂଆଦିଲ୍ଲୀ,୧।୩: IPL 2026 ପାଇଁ ପ୍ରସ୍ତୁତି ମଧ୍ୟରେ ପୁଣି ଥରେ କ୍ରିକେଟ ଉପରେ ଭୌଗୋଳିକ ରାଜନୀତି ଛାଇ ଗଲାଣି। T20 ବିଶ୍ୱକପ ଶେଷ ହେବା ସହିତ, ଫ୍ରାଞ୍ଚାଇଜଗୁଡ଼ିକ…

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri