Posted inଖେଳ

ଓଡ଼ିଶା ଏଫ୍‌ସିରେ କୋଲ୍‌ : ଆଲେକ୍‌ଜାଣ୍ଡର

ଭୁବନେଶ୍ୱର, ୧୧ା୧୦ (ସ୍ପୋଟର୍‌ସ ବ୍ୟୁରୋ)-ହିରୋ ଇଣ୍ଡିଆନ ସୁପର ଲିଗ୍‌ର ୭ମ ସଂସ୍କରଣ ପୂର୍ବରୁ ଦକ୍ଷିଣ ଆଫ୍ରିକୀୟ ମିଡ୍‌ଫିଲ୍ଡର କୋଲ୍‌ ଆଲେକ୍‌ଜାଣ୍ଡର ଓଡ଼ିଶା ଏଫ୍‌ସି ସହ ୨ବର୍ଷିଆ ଚୁକ୍ତି କରିଛନ୍ତି। କ୍ଲବ ତରଫରୁ ଶନିବାର ଘୋଷଣା କରାଯାଇଛି। କେପ୍‌ଟାଉନ୍‌ରେ ଜନ୍ମଗ୍ରହଣ କରିଥିବା ଆଲେକ୍‌ଜାଣ୍ଡର ଭାସ୍କୋଡାଗାମା, ଚିପ୍ପା ୟୁନାଇଟେଡ୍‌ ପୋଲେକ୍ୱାନେ ସିଟି ଏବଂ ସୁପର ସ୍ପୋର୍ଟ ୟୁନାଇଟେଡ୍‌ ଆଦି ବିଭିନ୍ନ କ୍ଲବ ତରଫରୁ ଖେଳିଛନ୍ତି। ତାଙ୍କୁ ବର୍ତ୍ତମାନ ୩୧ ବର୍ଷ ବୟସ। ସେ ଦକ୍ଷିଣ ଆଫ୍ରିକା ଜାତୀୟ ଦଳର ଜଣେ ସଦସ୍ୟ। ଗତବର୍ଷ ସାଉଥ ଆଫ୍ରିକାନ୍‌ ପ୍ରିମିୟର ଲିଗ୍‌ରେ ବିଦ୍‌ଭେଷ୍ଟ ଓ୍ବିଟ୍ସ ତରଫରୁ ତାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା। ଓଡ଼ିଶା ଏଫ୍‌ସି ମୁଖ୍ୟ କୋଚ୍‌ ଷ୍ଟୁଆର୍ଟ ବାକ୍ସଟର କହିଛନ୍ତି, ସେ ବଫାନା ସହିତ ଥିବାବେଳେ କୋଲ୍‌ଙ୍କ ସହ କାର୍ଯ୍ୟ କରିଛନ୍ତି। ସେ ଜଣେ ଉଚ୍ଚକୋଟୀର ଖେଳାଳି। ଆମ ସମର୍ଥକଙ୍କ ସେ ପ୍ରିୟଭାଜନ ହୋଇ ପାରିବେ ବୋଲି ତାଙ୍କର ଦୃଢ ବିଶ୍ୱାସ। ଆଲକ୍‌ଜାଣ୍ଡର କହିଛନ୍ତି, କ୍ଲବର ସ୍ବତନ୍ତ୍ର ସମର୍ଥକଙ୍କ ବିଷୟରେ ମୁଁ ଅନେକ କିଛି ଶୁଣିଛି। ଚଳିତ ବର୍ଷ ଅବଶ୍ୟ ସେମାନଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିବନି। ଆମେ ପ୍ରଭାବୀ ପ୍ରଦର୍ଶନ ସହ ସେମାନଙ୍କୁ ଗର୍ବିତ କରିବାକୁ ଚେଷ୍ଟା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

ହରିହର ଯୋର ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ୪ଟି ଗେଟ୍‌ ଦେଇ ପାଣି ଛଡ଼ାଗଲା

ଅମରପାଲି, ୨୬/୭ (ପୀତାମ୍ବର ସାହୁ): ଗତକାଲି ରାତିସାରା ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତରେ ଅବସ୍ଥିତ ହରିହର ଯୋର ମଧ୍ୟମ…

୨୦୨୮ କର୍ନାଟକ ବିଧାନସଭା ନିର୍ବାଚନ, ବହୁ ପୂର୍ବରୁ ବଡ଼ ଘୋଷଣା କଲେ ସିଦ୍ଧରାମୈୟା

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ଦଳର ଜଣେ ଦୃଢ଼ ନେତା ସିଦ୍ଧରାମୈୟା ଘୋଷଣା…

ସଡ଼କ ପରେ ଏବେ ସଂସଦ…, କେସି ଭେନୁଗୋପାଳଙ୍କ ବଡ଼ ଦାବି, କହିଲେ-କ୍ଷମା ମାଗନ୍ତୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପ୍ରତିବାଦ କରୁଥିବା ଛାତ୍ରଙ୍କ ଉପରେ ପୋଲିସର କଥିତ ବର୍ବରତା ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି। ସୂତ୍ର ଅନୁଯାୟୀ,…

୧ ମାସ ପୂର୍ବରୁ ହିଁ ହୋଇଯାଇଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଭବିଷ୍ୟବାଣୀ! ସାମ୍ନାକୁ ଆସିଥିବା ଭିଡିଓ ଉଡ଼ାଇଦେବ ହୋସ୍‌!

ନୂଆଦିଲ୍ଲୀ,୨୬।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ପରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଇସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଥିଲେ, ଯାହା…

ଇରାନର ଭୟ ନା ଅନ୍ୟ କିଛି? ତୁର୍କୀ ଅଭିମୁଖେ ଯାତ୍ରା କରିବା ସମୟରେ ଟ୍ରମ୍ପଙ୍କ ବିମାନ ଗତିପଥ ବଦଳାଇ ଦେଇଥିଲା

ଓ୍ବାଶିଂଟନ,୨୬।୭: ତୁର୍କୀ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନ-ସମର୍ଥିତ…

ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…

ଆନ୍ଦୋଳନରୁ ଉଠୁ ଉଠୁ ଅଭିଜିତ୍‌ ଦିପକେଙ୍କୁ ହେଲା ଭୟଙ୍କର ରୋଗ! ସୋସିଆଲ ମିଡିଆରେ ସୂଚନା ଦେଇ କହିଲେ…

ନୂଆଦିଲ୍ଲୀ,୨୬।୭: ବର୍ଷା ଋତୁରେ ଟାଇଫଏଡ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହା ଏଭଳି ଏକ ରୋଗ, ଯାହାକୁ ଲୋକମାନେ ପ୍ରାୟତଃ ସାଧାରଣ ଜ୍ୱର ଭାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri