Posted inଖେଳ

ବ୍ରାଜିଲ କୋଚ୍‌ ଟିଟେଙ୍କୁ ଜରିମାନା

ସାଓ ପାଉଲୋ,୨୫।୬: କୋଭିଡ୍‌-୧୯ ମହାମାରୀ ଭୟାବହତା ଜାରି ରହିଥିବା ବେଳେ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟ ଆୟୋଜନକୁ ସମାଲୋଚନା କରିବା ବ୍ରାଜିଲ କୋଚ୍‌ ଟିଟେଙ୍କୁ ଭାରି ପଡିଛି। ପୂର୍ବରୁ ଗୋଟିଏ ସପ୍ତାହ ତଳେ ଜଣେ ବଲିଭିଆ ଫୁଟ୍‌ବଲର ମଧ୍ୟ ସମକାରଣ ପାଇଁ ଟୁର୍ନାମେଣ୍ଟକୁ ସମାଲୋଚନା କରି ବାସନ୍ଦର ସମ୍ମୁଖୀନ ହୋଇଥିଲେ। କଲମ୍ବିଆ ଓ ଆର୍ଜେଣ୍ଟିନା ପ୍ରଥମେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍‌-୧୯ କାରଣରୁ ଏହି ଦୁଇ ଦେଶ ଆୟୋଜନରୁ ଓହରିଯିବା ପରେ ବ୍ରାଜିଲକୁ ଆୟୋଜନ ଅଧିକାର ମିଳିଥିଲା।
ଗତ ଜୁନ୍‌ ୧୨ ତାରିଖରେ ଟିଟେ ଏକ ସାମ୍ବାଦିକ ସମ୍ମିଳନୀରେ ଟୁର୍ନାମେଣ୍ଟ ଆୟୋଜନ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଟୁର୍ନାମେଣ୍ଟ ଆରମ୍ଭ ହେବାର ଦୁଇ ସପ୍ତାହରୁ କମ୍‌ ସମୟ ଥିବାବେଳେ ଦକ୍ଷିଣ ଆମେରିକାର ସର୍ବୋଚ୍ଚ ଫୁଟ୍‌ବଲ ପ୍ରଶାସନିକ ସଂସ୍ଥା କନ୍‌ମେବୋଲ ବ୍ରାଜିଲକୁ ଆୟୋଜକ ରୂପେ ଘୋଷଣା କରିଥିଲା। ଟୁର୍ନାମେଣ୍ଟ ବ୍ରାଜିଲକୁ ଏକ ଗୋଳମାଳିଆ ପରିସ୍ଥିତିରେ ସ୍ଥାନାନ୍ତର ହୋଇଛି ବୋଲି ସେ କହିଥିଲେ। ଫଳରେ କନ୍‌ମେବୋଲ ଟିଟେଙ୍କ ଉପରେ ୫,୦୦୦ ଡଲାର ଜରିମାନା ଧାର୍ଯ୍ୟ କରିଛି। ଏବେ ବ୍ରାଜିଲ ଫୁଟ୍‌ବଲ କନ୍‌ଫେଡେରେଶନ ଟିଟେଙ୍କ ବିରୋଧରେ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରିପାରିବ ନାହିଁ ବୋଲି କନ୍‌ମେବୋଲ ଅଧ୍ୟକ୍ଷ ଏଡୁଆର୍ଡୋ ଗ୍ରସ ବ୍ରାଉନ କହିଛନ୍ତି। ଆଉଥରେ ଏଭଳି ସମାଲୋଚନା କଲେ ଟିଟେଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ ସତର୍କ କରାଇଦେଇଛନ୍ତି। ରିଓ ଡି ଜେନିରୋରେ ଗତ ବୁଧବାର ବ୍ରାଜିଲ ୨-୧ ଗୋଲରେ କଲମ୍ବିଆକୁ ହରାଇବା ପରେ ଟିଟେ ଏଭଳି ମନ୍ତବ୍ୟ ଦେଇଥିଲେ। ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଫୁଟ୍‌ବଲ ଖେଳିବା ଠିକ୍‌ ନୁହେଁ ବୋଲି ସେ କହିଥିଲେ। ପୂର୍ବରୁ ଜୁନ୍‌ ୧୮ ତାରିଖରେ ବଲିଭିଆ ଷ୍ଟ୍ରାଇକର ମାର୍ସେଲୋ ମାର୍ଟିନ୍ସଙ୍କ ଉପରେ ୨୦,୦୦୦ ଆମେରିକୀୟ ଡଲାର ଜରିମାନ ଧାର୍ଯ୍ୟ କରାଯାଇଥିଲା। ତାଙ୍କୁ ମଧ୍ୟ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରାଯାଇଥିଲା। ଟୁର୍ନାମେଣ୍ଟରେ ଭାଗ ନେଇଥିତ୍ବା ୧୦ଟି ଦଳରୁ ୫ଟି ଦଳରେ କୋଭିଡ୍‌-୧୯ ମାମଲା ଦେଖିବାକୁ ମିଳିଥିଲା। କରୋନାରେ ଏ ପର୍ଯ୍ୟନ୍ତ ୫, ୧୦,୦୦୦ ବ୍ରାଜିଲ ନାଗରିକ ପ୍ରାଣ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri