ସିଙ୍ଗଲ୍‌ ଡୋଜ୍‌ ଡେଙ୍ଗୁ ଟିକାକୁ ବ୍ରାଜିଲର ମଞ୍ଜୁରୀ

ବ୍ରାସିଲିଆ,୨୮ା୧୧: ବିଶ୍ୱର ପ୍ରଥମ ସିଙ୍ଗଲ୍‌ ଡୋଜ୍‌ ଡେଙ୍ଗୁ ଟିକାକୁ ବ୍ରାଜିଲ କର୍ତ୍ତୃପକ୍ଷ ବୁଧବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ତାପମାତ୍ରା ବୃଦ୍ଧି ଯୋଗୁ ବିଶ୍ୱବ୍ୟାପୀ ମଶାଜନିତ ରୋଗ ବ୍ୟାପୁଥିବାବେଳେ ଏହା ଏକ ଐତିହାସିକ ସଫଳତା ବୋଲି ବ୍ରାଜିଲ କହିଛି। ଡେଙ୍ଗୁରେ ଅତ୍ୟଧିକ ଜ୍ୱର ହେବା ସହ ଥକ୍କା ଲାଗିବା ଓ ଦେହ ବିନ୍ଧା ଭଳି ଲକ୍ଷଣ ଦେଖାଦେଇଥାଏ। ୨୦୨୪ରେ ବିଶ୍ୱବ୍ୟାପୀ ସର୍ବାଧିକ ଡେଙ୍ଗୁ ସଂକ୍ରମିତ ହୋଇଥିଲା। ଏହି ରୋଗର ସଂକ୍ରମଣ ପାଇଁ ଗବେଷକମାନେ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି।
ସାଓ ପାଉଲୋସ୍ଥିତ ବୁଟାଣ୍ଟାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ବିକଶିତ ବୁଟାଣ୍ଟାନ୍‌-ଡିଭି ଟିକା ୧୨ରୁ ୫୯ ବର୍ଷ ବୟସର ଲୋକମାନଙ୍କ ନିମନ୍ତେ ବ୍ୟବହାର ପାଇଁ ବ୍ରାଜିଲ ସ୍ବାସ୍ଥ୍ୟ ନିୟାମକ ସଂସ୍ଥା ଏଏନ୍‌ଭିଆଇଏସ୍‌ଏ ମଞ୍ଜୁରୀ ଦେଇଛି। ସମ୍ପ୍ରତି ସାରା ବିଶ୍ୱରେ ଡେଙ୍ଗୁର ଗୋଟିଏ ଟିକା ଟିଏକେ-୦୦୩ ଉପଲବ୍ଧ ହେଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ଏହି ଟିକା ୩ ମାସ ଅନ୍ତରରେ ୨ଟି ଡୋଜ୍‌ରେ ଦିଆଯାଇଥାଏ। ବ୍ରାଜିଲରେ ପରୀକ୍ଷା ନିରୀକ୍ଷା ହେବାର ୮ ବର୍ଷ ପରେ ଏକକ ଡୋଜ୍‌ ବିଶିଷ୍ଟ ଟିକା ବିକଶିତ ହୋଇଛି। ଦ୍ରୁତତର ଏବଂ ସରଳ ଟିକାକରଣ ଅଭିଯାନ ପାଇଁ ଏହାକୁ ଅନୁମତି ମିଳିବ। ବ୍ରାଜିଲରେ ବିଜ୍ଞାନ ଓ ସ୍ବାସ୍ଥ୍ୟ ପାଇଁ ଏହା ଏକ ଐତିହାସିକ ସଫଳତା ବୋଲି ବୁଟାଣ୍ଟାଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଏସ୍‌ପେର କଲାସ କହିଛନ୍ତି। ଯେଉଁ ରୋଗ ବହୁ ଦଶନ୍ଧି ହେଲା ଆମକୁ ଅସ୍ତବ୍ୟସ୍ତ କରିଆସିଥିବାବେଳେ ଏବେ ଏକ ବହୁ ଶକ୍ତିଶାଳୀ ଅସ୍ତ୍ରରେ ଏହାର ମୁକାବିଲା କରାଯିବ ବୋଲି ସେ କହିଛନ୍ତି। କ୍ଲିନିକାଲ ପରୀକ୍ଷା ବେଳେ ଏହି ଟିକା ୯୧.୬ ପ୍ରତିଶତ ସଫଳ ହୋଇଛି। ୧୬,୦୦୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀଙ୍କ ଉପରେ କ୍ଲିନିକାଲ ପରୀକ୍ଷା ହୋଇଥିଲା।
ଏଡିସ୍‌ ମଶା ଦ୍ୱାରା ଡେଙ୍ଗୁ ସଂକ୍ରମିତ ହୋଇଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟ ଅନୁଯାୟୀ ୨୦୨୪ରେ ୧୪.୬ ନିୟୁତରୁ ଊର୍ଦ୍ଧ୍ୱ ଡେଙ୍ଗୁ ମାମଲା ଚିହ୍ନଟ ହୋଇଥିବାବେଳେ ପ୍ରାୟ ୧୨,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେଥିରୁ ଅର୍ଦ୍ଧେକ ମୃତ୍ୟୁ କେବଳ ବ୍ରାଜିଲରେ ହୋଇଥିଲା। ସେବର୍ଷ ୧୯ ପ୍ରତିଶତ ଡେଙ୍ଗୁ ବ୍ୟାପିବା ପାଇଁ ବୈଶ୍ୱିକ ଉତ୍ତାପ ବୃଦ୍ଧି ଦାୟୀ ବୋଲି ଆମେରିକା ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିର ଗବେଷକମାନେ ଅଧ୍ୟୟନରୁ ଜାଣିବାକୁ ପାଇଥିଲେ।

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

ବଲିଉଡରୁ ଆସିଲା ଦୁଃଖଦ ଖବର: ପରଲୋକରେ ଲୋକପ୍ରିୟ ଅଭିନେତା

ମୁମ୍ବାଇ: ଲୋକପ୍ରିୟ ଅଭିନେତା ପ୍ରଦୀପ ରାୱତଙ୍କର ୭୪ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ଦେହାନ୍ତ ସମ୍ବନ୍ଧୀୟ ସୂଚନା ଅଭିନେତା ଯଶପାଳ ଶର୍ମା ସୋସିଆଲ ମିଡିଆରେ ପୋଷ୍ଟ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

ପୁଅର ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଷ୍ଟାଲିନ, କହିଲେ ଅହଙ୍କାରରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଜାଗମ୍ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀକୁ ନେଇ ରାଜ୍ୟର ରାଜନୈତିକ ପାରା ଚରମ ସୀମାରେ ପହଞ୍ଚିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri