ସାହସୀ ଇରାନୀୟ ମହିଳା

ମହସା ଅମିନ୍‌ଙ୍କ ମୃତ୍ୟୁ ପରେ ଇରାନ୍‌ରେ ହିଜାବ ବିରୋଧୀ ଆନ୍ଦୋଳନ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ରକ୍ଷଣଶୀଳ ଶାସକଙ୍କୁ ବିରୋଧ କରି ଇରାନ୍‌ ମହିଳାଙ୍କ ସହ ସେଠାକାର ପୁରୁଷମାନେ ଯେଭଳି ପ୍ରତିବାଦ କରୁଛନ୍ତି, ତାହା ଏକ ବିପ୍ଳବର ରୂପ ନେଇଛି। ନିକଟରେ ସେଲିବ୍ରିଟି ସେଫ୍‌ ମେହରଶଦ ଶାହିଦି ହିଜାବ ବିରୋଧୀ ଆନ୍ଦୋଳନରେ ସାମିଲ ହେବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ହାଜତରେ ଥିବା ବେଳେ ଇରାନ୍‌ର ରିଭୋଲ୍ୟୁଶନାରୀ ଗାର୍ଡଙ୍କ ମାଡ଼ରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଇରାନ୍‌ରେ ଗୃହଯୁଦ୍ଧ ଭଳି ସ୍ଥିତି ଉପୁଜିଲାଣି। ଇରାନ୍‌ ମାନବ ଅଧିକାର ଗ୍ରୁପ୍‌ ପକ୍ଷରୁ କୁହାଯାଇଛି ଯେ, ଗତ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଦେଶବ୍ୟାପୀ ବିକ୍ଷୋଭରେ ଇତିମଧ୍ୟରେ ୨୦୧ ଜଣଙ୍କ ମୃତ୍ୟୁ ଘଟିଲାଣି।
ପାଶ୍ଚାତ୍ୟ ଦେଶଗୁଡ଼ିକ ସାଧାରଣତଃ ଇରାନ୍‌ ସମେତ ଅନ୍ୟାନ୍ୟ ଆରବୀୟ ଓ ମଧ୍ୟପ୍ରାଚ୍ୟ ରାଷ୍ଟ୍ରକୁ ନୂ୍ୟନ ଦୃଷ୍ଟିରେ ଦେଖି ରକ୍ଷଣଶୀଳ ଓ ଧର୍ମାନ୍ଧ ଆଖ୍ୟା ଦେଇଥାଆନ୍ତି। ହେଲେ ଏବେ ଯେଭଳି ଭାବେ ଇରାନ୍‌ର ମହିଳା ରାସ୍ତାକୁ ଓହ୍ଲାଇ ସେମାନଙ୍କ ବ୍ୟକ୍ତିଗତ ସ୍ବାଧୀନତା ଲାଗି ବିଦ୍ରୋହାତ୍ମକ ପନ୍ଥା ଅବଲମ୍ବନ କରିଛନ୍ତି, ତାହା ବିକଶିତ ଓ ପାଶ୍ଚାତ୍ୟ ରାଷ୍ଟ୍ରକୁ ବ୍ୟଥିତ କରିବା କଥା। ଉଦାହରଣ ସ୍ବରୂପ, ଆମେରିକାର ଅନେକ ରାଜ୍ୟରେ ମହିଳାଙ୍କ ବହୁ ଅଧିକାର ସମେତ ଗର୍ଭପାତ ଭଳି ବ୍ୟକ୍ତିଗତ ପସନ୍ଦକୁ ସଙ୍କୁଚିତ କରିଦିଆଯାଇଛି। ଏଥିରୁ ବୁଝାପଡ଼ୁଛି ଯେ, ପ୍ରଗତିଶୀଳ ଚିନ୍ତାଧାରା ପୋଷଣ କରି ବିଶ୍ୱକୁ ସର୍ବଦା ନୂଆ ବାର୍ତ୍ତା ଦେଉଥିବା ଆମେରିକୀୟଙ୍କ କ୍ଷେତ୍ରରେ ଇରାନ୍‌ ମହିଳାଙ୍କ ଭଳି ସାହସ ଦେଖିବାକୁ ମିଳିନାହିଁ। ବ୍ୟକ୍ତିର ନିଜ ଶରୀର ଓ ଚିନ୍ତା ଉପରେ ଅଧିକାର ନିହିତ ରହିଛି। ତାହାକୁ ଛଡ଼ାଇ ନେବାକୁ ଚାହୁଁଥିବା ବର୍ଗକୁ ସବୁଆଡ଼ୁ ବିରୋଧ ହେବା ଦରକାର। ସମ୍ଭବତଃ ଦୀର୍ଘବର୍ଷ ଧରି ଅତ୍ୟାଚାରିତ ହୋଇ ଆସୁଥିବା ଇରାନ୍‌ ମହିଳାମାନେ ହୃଦୟଙ୍ଗମ କରିବା ପରେ ଅନ୍ଦୋଳନ ବ୍ୟାପକ ହୋଇଛି। ସେମାନଙ୍କୁ ସହଯୋଗ କରିବା ଲାଗି ପୁରୁଷମାନେ ଆଗେଇ ଆସିବା ଏକ ସକାରାତ୍ମକ ବାର୍ତ୍ତା ଦେଇଛି। ଜଣେ ବ୍ୟକ୍ତି କ’ଣ ପିନ୍ଧିବେ, ଖାଇବେ, କାହାକୁ ବିବାହ କରିବେ, ପସନ୍ଦ କ’ଣ ରହିବ ସବୁକିଛି ତାଙ୍କ ଇଚ୍ଛାଧୀନ ହେବା କଥା। ଗୋଟେ ବର୍ଗ ବା ଗୋଷ୍ଠୀ ତାଙ୍କ ଉପରେ କଟକଣା ଲଗାଇବା ବ୍ୟକ୍ତି ସ୍ବାଧୀନତାକୁ କୁଠାରାଘାତ କରିଥାଏ। ଭାରତରେ ମଧ୍ୟ କିଛି ବର୍ଷ ହେବ ଧର୍ମୀୟ ଚିନ୍ତା ଲୋକଙ୍କ ଉପରେ ଲଦି ଦିଆଯିବା ଓ ଅସହିଷ୍ଣୁତାଜନିତ ବିବାଦ ଯୋଗୁ ଅନେକ ଲୋକଙ୍କ ଜୀବନ ଯାଇଛି। ଏଠାରେ ଯୁବତୀ ବା ମହିଳାଙ୍କୁ ବଳାତ୍କାର କରାଗଲେ, ଦୋଷ ସେମାନଙ୍କ ପୋଷାକ ଆଡ଼କୁ ଯାଉଛି। ଗୋଟିଏ ପଟେ ଭାରତ ସୁପରପାଓ୍ବାର ହେବ ବୋଲି କୁହାଯାଉଥିବା ବେଳେ ଅପରପକ୍ଷରେ ରକ୍ଷଣଶୀଳ ଚିନ୍ତାଧାରା ଅନେକ ନେତାଙ୍କୁ ଜାବୁଡ଼ି ଧରିଛି।
ଇରାନ୍‌ରେ ଏବେ ମହିଳାମାନେ ଯେଭଳି ପଦକ୍ଷେପ ନେଇ ସେଠାକାର ସରକାରଙ୍କୁ ସମଗ୍ର ବିଶ୍ୱରେ ନିନ୍ଦିତ କରାଇ ଦେଇଛନ୍ତି, ସମ୍ଭବତଃ ନିକଟ ଅତୀତରେ ଅନ୍ୟ କୌଣସି ରାଷ୍ଟ୍ରରେ ଏଭଳି ଦେଖିବାକୁ ମିଳି ନ ଥିଲା। କେବଳ କୁହାଯାଇପାରିବ ନାହିଁ, ସବୁ ଅଭିନବ ଓ ନୂତନ ଚିନ୍ତାଧାରା ବିକଶିତ ରାଷ୍ଟ୍ରଗୁଡ଼ିକଠାରୁ ଆସିବ। ପୃଥିବୀର ଯେକୌଣସି କୋଣରେ ଯେଉଁମାନେ ଯେଉଁଭଳି ଭାବେ ନିଷ୍ପେଷିତ ହେଉଛନ୍ତି, ସେମାନେ ସ୍ବର ଉଠାଇଲେ ଅତ୍ୟାଚାରୀବର୍ଗ ଦବିଯିବେ। ଟ୍ୟୁନିସିଆରେ ‘ଜସ୍ମିନ୍‌ ରିଭୋଲ୍ୟୁଶନ’ ହେବା ପରେ ଅନେକ ଏକଚ୍ଛତ୍ରବାଦୀ ରାଷ୍ଟ୍ରରେ ତତ୍‌କ୍ଷଣାତ୍‌ ପରିବର୍ତ୍ତନ ଆସିପାରିଥିଲା। ବର୍ତ୍ତମାନ ରୁଷିଆ ଓ ଚାଇନା ସମେତ କେତେକ ରାଷ୍ଟ୍ରର ଏକଚ୍ଛତ୍ରବାଦୀ ନେତାଙ୍କ ଗତିବିଧିକୁ ଅନେକ ଗଣତାନ୍ତ୍ରିକ ରାଷ୍ଟ୍ରର ନେତୃବର୍ଗ ଅନୁସରଣ କରି ଏକଚାଟିଆ ନିଷ୍ପତ୍ତି ନେଉଛନ୍ତି। ଏହା ଭବିଷ୍ୟତରେ ବିଶ୍ୱ ପାଇଁ ବିପଜ୍ଜନକ ସ୍ଥିତି ସୃଷ୍ଟି କରିପାରେ। ନାଗରିକଙ୍କୁ ମୁକ୍ତ ଭାବେ ବଞ୍ଚତ୍ବାକୁ ନ ଦେଇ ଯେଉଁ ନେତାମାନେ ନିଜ ସ୍ବାର୍ଥ ରକ୍ଷା ଲାଗି କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ବିରୋଧ କରିବାର ତରିକା ବିଶ୍ୱ ନାଗରିକମାନେ ସାହସୀ ଇରାନୀୟ ମହିଳାଙ୍କଠାରୁ ଶିଖିବାର ସମୟ ଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri