ବ୍ରେନ୍‌ ଟ୍ୟୁମର: କାରଣ, ସତର୍କତା

ମନୁଷ୍ୟ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ବ୍ରେନ୍‌ ବା ମସ୍ତିଷ୍କ। ଏହା ୨୮ଟି ଛୋଟବଡ଼ ହାଡ଼କୁ ନେଇ ଗଠିତ। ଖପୁରି ଭିତରେ ମସ୍ତିଷ୍କ ସୁରକ୍ଷିତ ହୋଇ ରହିଛି, ପୁଣି ପ୍ରାକୃତିକ ଉପାୟରେ। ମସ୍ତିଷ୍କଟି ବେଶ୍‌ ନରମ ଓ ଧଳା ଏହାର ଭିତର ଅଂଶ। ସେଥିପାଇଁ ଦୁର୍ଘଟଣାରେ ପଡ଼ି ଖପୁରି ଫାଟିଗଲେ ‘ଦହି ବାହାରି ଆସିଲା’ ବୋଲି ଲୋକେ କହିଥାଆନ୍ତି। ମସ୍ତିଷ୍କର ଓଜନ ଦେଢ଼ କିଗ୍ରା ଓ ଏହା ସ୍ନାୟୁକୋଷଗୁଡ଼ିକୁ ନେଇ ଗଠିତ। ମସ୍ତିଷ୍କର ରହିଛି ବିଭିନ୍ନ ଅଂଶ, ଯଥା- ସିରିବ୍ରମ, ସେରିବେଲମ୍‌, ବ୍ରେନ୍‌ ଷ୍ଟେମ୍‌ ଇତ୍ୟାଦି। ଅଂଶଭେଦରେ ସେଗୁଡ଼ିକର କାର୍ଯ୍ୟ ମଧ୍ୟ ଭିନ୍ନ ଭିନ୍ନ। ମସ୍ତିଷ୍କକୁ ଦେହର ‘ହେଡ୍‌ ଅଫିସ’ ବୋଲି କୁହାଯାଇଛି। କାରଣ ସମଗ୍ର ଦେହଟିର ସମସ୍ତ କାର୍ଯ୍ୟକୁ ନିୟନ୍ତ୍ରଣ କରିବାର ସୁଖୀ କାରିଗର ହେଉଛି ମସ୍ତିଷ୍କ। ଆମର ସୁଖ ଦୁଃଖ, କ୍ରୋଧ, ପ୍ରେମ, ଅଭିମାନ ସହ ବିଭିନ୍ନ ଅଭିବ୍ୟକ୍ତ ସମେତ ଶାରୀରିକ ସୁସ୍ଥଅସୁସ୍ଥ ମଧ୍ୟ ମସ୍ତିଷ୍କ ହାତରେ ରହିଛି। ଅନୁଭବ କରିବା, ଚଲାବୁଲା କରିପାରିବା, ଶ୍ୱାସକ୍ରିୟା କରିବା, ଚିନ୍ତା କରିବା, ମନେରଖିବା, ମନେପକାଇବା ଆଦି ଯାବତୀୟ କାମର ପଶ୍ଚାତ୍‌ରେ ରହିଛି ମସ୍ତିଷ୍କର ଭୂମିକା। ମସ୍ତିଷ୍କର ବିକାଶ ପ୍ରକ୍ରିୟାଟି ଆରମ୍ଭ ହୋଇଥାଏ ଭ୍ରୂଣ ଅବସ୍ଥାରୁ।
ବ୍ରେନ୍‌ ଟ୍ୟୁମର ବିଷୟରେ ଆମେ ଜାଣିବା ନିହାତି ଦରକାର। ଏହାର କାରଣ ଏବଂ କେଉଁ ପ୍ରକାର ସତର୍କତା ଅବଲମ୍ବନ କଲେ ସେଭଳି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ଆମେ ସମ୍ମୁଖୀନ ହେବା ନାହିଁ, ସେ ବିଷୟରେ ଜନସାଧାରଣ ଅବଗତ ହେବା ଦରକାର। ତେଣୁ ଏ ନେଇ ଯେତେ ଜନସଚେତନତା ସୃଷ୍ଟି କରାଯାଇ ପାରିବ ତାହା ସେତେ ଭଲ। ଏହାଦ୍ୱାରା ସାଧାରଣ ଲୋକ ଏଭଳି ସମସ୍ୟାର କାରଣ ବିଷୟରେ ଭଲ ଭାବରେ ଜାଣିପାରିବେ ଏବଂ ଠିକ୍‌ ସମୟରେ ତାହାର ଚିକିତ୍ସା ମଧ୍ୟ କରାଇପାରିବେ। ତେବେ ରୋଗର ଭାବୀ ପରିଣତି ଭଲ ହୋଇ ନ ଥିବାରୁ ରୋଗୀର ଚିକିତ୍ସାରେ ଅବହେଳା ନ କରି ରୋଗୀକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବା ଓ ତାହାର ମନୋବଳ ବୃଦ୍ଧି କରାଇବା ପାଇଁ ଯତ୍ନଶୀଳ ହେବା ହେଉଛି ପରମ କର୍ତ୍ତବ୍ୟ। ରୋଗୀ, ରୋଗୀ ପରିବାର ସଦସ୍ୟ, ରୋଗୀ ଚିକିତ୍ସାରେ ନିୟୋଜିତ ଚିକିତ୍ସକ, ସ୍ବାସ୍ଥ୍ୟକର୍ମୀମାନଙ୍କର ସମ୍ମିଳିତ ସହଯୋଗ ଏଥିପାଇଁ କାମ୍ୟ। ରୋଗ ସମ୍ବନ୍ଧୀୟ ଗବେଷଣା ପାଇଁ ମଧ୍ୟ ପର୍ଯ୍ୟାପ୍ତ ଅନୁଦାନ ଉପଲବ୍ଧ ହେବା ଉଚିତ।
ମସ୍ତିଷ୍କର କ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲେ ଆମେ ତାହାକୁ ‘ମସ୍ତିଷ୍କ ମୃତ୍ୟୁ’ ବା ବ୍ରେନ୍‌ ଡେଡ୍‌ ବୋଲି କହିଥାଉ। ସେପରି ଅବସ୍ଥା ଉପୁଜିଲେ ବିଭିନ୍ନ ଯାନ୍ତ୍ରିକ ଉପକରଣ ବିନିଯୋଗ କରି ରୋଗୀକୁ ବଞ୍ଚେଇ ରଖିହେଲେ ମଧ୍ୟ ମୃତ୍ୟୁ ହିଁ ହେଉଛି ଅବଶ୍ୟମ୍ଭାବୀ ପରିଣତି। ଏହି ବ୍ରେନ୍‌ ଡେଡ୍‌ ଅବସ୍ଥାରେ ହିଁ ଅଙ୍ଗ ପ୍ରତିରୋପଣ ପାଇଁ ତା’ର ଶରୀରରୁ ବିଭିନ୍ନ ଅଙ୍ଗ ସଂଗ୍ରହ କରାଯାଇଥାଏ।
ଅନ୍ୟାନ୍ୟ ଅଙ୍ଗଭଳି ମସ୍ତିଷ୍କଟି ମଧ୍ୟ ଜୀବକୋଷଗୁଡ଼ିକୁ ନେଇ ଗଠିତ ହୋଇଥିବାରୁ ମସ୍ତିଷ୍କରେ ମଧ୍ୟ ଅର୍ବୁଦ ବା ‘ଟ୍ୟୁମର’ ଜାତ ହୋଇଥାଏ। ତେବେ ମସ୍ତିଷ୍କଟି ଖପୁରି ହାଡ଼ଗୁଡ଼ିକ ଦ୍ୱାରା ଆବଦ୍ଧ ହୋଇଥିବାରୁ ମସ୍ତିଷ୍କରେ ଅର୍ବୁଦ ଶରୀରର ଅନ୍ୟ ଅଙ୍ଗଗୁଡ଼ିକୁ ପ୍ରସରି ପାରେ ନାହିଁ। କିନ୍ତୁ ଶରୀରର ଅନ୍ୟ ଅଙ୍ଗଗୁଡ଼ିକରେ କ୍ୟାନ୍‌ସର ବା କର୍କଟ ରୋଗ ହେଲେ ତାହା ମସ୍ତିଷ୍କକୁ ପ୍ରସରି ଯାଇପାରେ। ମସ୍ତିଷ୍କରେ ବିଭିନ୍ନ ପ୍ରକାର ଟ୍ୟୁମର ହେଉଥିଲେ ମଧ୍ୟ ‘ଗ୍ଲାୟୋମା’ ନାମକ ଟ୍ୟୁମର ସବୁଠାରୁ ବେଶି ମାରାତ୍ମକ। ମସ୍ତିଷ୍କରେ କାହିଁକି ଟ୍ୟୁମର ହୋଇଥାଏ ତାହାର ସ୍ପଷ୍ଟ କାରଣ ଜଣାପଡ଼ିନି। ଅଥଚ କେବଳ ଆମେରିକାରେ ରହିଛନ୍ତି ପାଖାପାଖି ୭ ଲକ୍ଷ ବ୍ରେନ୍‌ ଟ୍ୟୁମର ରୋଗୀ।
ପିଲାଠାରୁ ବୁଢ଼ା- ସମସ୍ତେ ବ୍ରେନ୍‌ ଟ୍ୟୁମରରେ ଆକ୍ରାନ୍ତ ହୋଇପାରନ୍ତି। ମହିଳାମାନଙ୍କ ଅପେକ୍ଷା ବେଶି ଆକ୍ରାନ୍ତ ହୋଇଥାଆନ୍ତି ପୁରୁଷମାନେ। ତେବେ ବ୍ରେନ୍‌ ଟ୍ୟୁମର କହିଲେ ଆମେ ସାଧାରଣତଃ ବ୍ରେନ୍‌ କ୍ୟାନ୍‌ସରକୁ ହିଁ ବୁଝିଥାଉ।
ଖପୁରି ପରିବେଷ୍ଟିତ ହୋଇଥିବାରୁ ବ୍ରେନ୍‌ରେ ଟ୍ୟୁମର ହେଲେ ବ୍ରେନ୍‌ଟି ପ୍ରସାରିତ ହେବାର ବାଟ ନ ଥାଏ। ଫଳରେ ଟ୍ୟୁମରର ଅବସ୍ଥିତି ଯୋଗୁ ବ୍ରେନ୍‌ରେ ଚାପ ବଢ଼ି ବଢ଼ି ଯାଏ। ପ୍ରକାଶ ପାଏ ଭୀଷଣ ମୁଣ୍ଡ ବ୍ୟଥା, ବାନ୍ତି, ଆଖିକୁ ଭଲ ଦେଖାଯାଏନା, କାନରେ ଭଲ ଶୁଣିହୁଏନି। ରୋଗୀ ସ୍ବଚ୍ଛନ୍ଦରେ ଚଲାବୁଲା କରି ନ ପାରି ଟଳଟଳ ହୁଏ। ଭଲ ଭାବରେ କଥା କହିପାରେନି। କୌଣସି କଥା ମନେରଖିପାରନି। ପରିଲକ୍ଷିତ ହୁଏ ମାନସିକ ଅସ୍ଥିରତା। ମସ୍ତିଷ୍କର କେଉଁ ସ୍ଥାନରେ ଟ୍ୟୁମର ହୋଇଛି ତାହା ଉପରେ ହିଁ ଲକ୍ଷଣମାନ ନିର୍ଭର କରିଥାଏ।
ରୋଗ ନିର୍ଣ୍ଣୟ ପାଇଁ ଡାକ୍ତରମାନେ ରୋଗୀର ଶାରୀରିକ ପରୀକ୍ଷା କରନ୍ତି। ଖପୁରିକୁ ଏକ୍ସ-ରେ, ମସ୍ତିଷ୍କର ସିଟି ସ୍କାନ, ଏମ୍‌ଆର୍‌ଆଇ ସ୍କାନ୍‌, ପେଟ ସ୍କାନ୍‌, ଇସିଜି, ଆଞ୍ଜିଓଗ୍ରାମ୍‌, ଭେଣ୍ଟିକ୍ୟୁଲୋଗ୍ରାମ ଇତ୍ୟାଦି ପରୀକ୍ଷା କରେଇ ନିଅନ୍ତି। ଅପରେଶନ କରିବା ସମୟରେ ଆକ୍ରାନ୍ତ ଅଂଶରୁ ତନ୍ତୁ ସଂଗ୍ରହ କରି କରେଇଥାଆନ୍ତି ତା’ର ବାୟୋଲୋଜି ପରୀକ୍ଷା।
ଅପରେଶନ ସମୟରେ ଖୁବ୍‌ ସାବଧାନତା ଅବଲମ୍ବନ କରାଯାଇଥାଏ। କାରଣ ମସ୍ତିଷ୍କରେ ଅତ୍ୟନ୍ତ ଗୁରୁତ୍ୱର୍ପୂ୍‌ଣ୍ଣ କେନ୍ଦ୍ରମାନ ଥିବାରୁ ସତର୍କ ନ ରହିଲେ ତାହା କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିବା ସ୍ବାଭାବିକ। ଅପରେଶନ କରି ସାରି କରାଯାଏ ରଶ୍ମି ଚିକିତ୍ସା ବା ‘ରେଡିଓଥେରାପି’। ସ୍ଥଳବିଶେଷରେ ରସାୟନ ଚିକିତ୍ସା ବା କେମୋଥେରାପି। ସଅଳ ଚିକିତ୍ସା କରା ନ ଗଲେ ରୋଗୀର ଭବିଷ୍ୟତ ଭଲ ନୁହେଁ।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬,
ପ୍ଲଟ ନଂ-୧୧୩୧,
ଅଭିନବ ବିଡ଼ାନାସୀ, କଟକ-୧୪
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?