କୃତ୍ରିମ ବୁଦ୍ଧିମତ୍ତା

ଯଦିଓ କୃତ୍ରିମ ବୁଦ୍ଧିମତ୍ତାର ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟ ଆମେ ବର୍ତ୍ତମାନ ଆଣିଛୁ ତଥାପି କୃତ୍ରିମ ବୁଦ୍ଧିମତ୍ତା ମାନବ ସମାଜକୁ ଅନେକ ଉପାୟରେ ଉପକୃତ କରିବାର ସାମର୍ଥ୍ୟ ରଖିଛି। କୃତ୍ରିମ ବୁଦ୍ଧିମତ୍ତା ସ୍ବାସ୍ଥ୍ୟସେବାରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅବଦାନ ଦେଇପାରିବ। କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ପରିଚାଳିତ ଯନ୍ତ୍ର ଡାକ୍ତରମାନଙ୍କୁ ଅଧିକ ଠିକ୍‌ ଏବଂ ଶୀଘ୍ର ରୋଗ ନିର୍ଣ୍ଣୟ କରିବାରେ ସାହାଯ୍ୟ କରିଥାଏ। ଉଦାହରଣ ସ୍ବରୂପ କ୍ୟାନ୍‌ସର ଭଳି ମାରାତ୍ମକ ରୋଗକୁ ଅତି ପ୍ରାଥମିକ ସ୍ତରରୁ ଚିହ୍ନଟ କରି ଏହାକୁ ଭଲ କରିବାରେ ସହାୟକ ହେବ। କୃତ୍ରିମ ବୁଦ୍ଧିମତ୍ତା ନିର୍ଦ୍ଦେଶରେ ପରିଚାଳିତ ନାନୋ ରୋବୋ ଯାହା କି ମାନବ ଶରୀରରେ ପ୍ରବେଶ କରି ନିର୍ଦ୍ଦିଷ୍ଟ ଆଭ୍ୟନ୍ତରୀଣ ଅଙ୍ଗରେ ଜଟିଳ ଅସ୍ତ୍ରୋପଚାର କରିପାରିବ। ଏହାବ୍ୟତୀତ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ, ସ୍ମାର୍ଟ ହୋମ ନିର୍ମାଣ, ସ୍ବୟଂଚାଳିତ ଯାନ ପ୍ରସ୍ତୁତି ତଥା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ। ସମସ୍ତ ବୈଷୟିକ ଜ୍ଞାନକୌଶଳ ପରି କୃତ୍ରିମ ବୁଦ୍ଧିମତ୍ତାର ମଧ୍ୟ ବିପଜ୍ଜନକ ଦିଗ ଅଛି। କୃତ୍ରିମ ବୁଦ୍ଧିମତ୍ତା କେତେକ କ୍ଷେତ୍ରରେ ମନୁଷ୍ୟ ଠାରୁ ଅଧିକ ସକ୍ଷମ ହୋଇଥିବାରୁ ମନୁଷ୍ୟକୁ କର୍ମସଂସ୍ଥାନରୁ ବିସ୍ଥାପନ କରିପାରେ। ତେଣୁ ସବୁଠାରୁ ବଡ଼ ଚିନ୍ତା ହେଉଛି କୃତ୍ରିମ ବୁଦ୍ଧିମତ୍ତା ଚାକିରି କମାଇ ଦେଇ ବେକାରି ବୃଦ୍ଧି କରିପାରେ। ଅନ୍ୟପକ୍ଷରେ ବ୍ୟକ୍ତିଗତ ଗୋପନୀୟତାକୁ ନଷ୍ଟ କରିପାରେ। ଖଳ ପ୍ରକୃତିର ଲୋକ ତଥା ଆପରାଧିକ ତତ୍ତ୍ୱ ଏହାକୁ ସମାଜ ବିରୋଧୀ କାର୍ଯ୍ୟରେ ଲଗାଇପାରନ୍ତି। କୃତ୍ରିମ ବୁଦ୍ଧି ହେଉଛି ଏକ ଶକ୍ତିଶାଳୀ ସାଧନ, ଯାହା ଆମ ଦୁନିଆକୁ ସର୍ବଶ୍ରେଷ୍ଠ ଉନ୍ନତ ସଭ୍ୟତାରେ ପରିଣତ କରିବାର ସାମର୍ଥ୍ୟ ରଖିଛି ଓ ମନୁଷ୍ୟ ସମାଜର ସୁଖ, ସୁବିଧା ଓ ହିତ ପାଇଁ ବୈପ୍ଳବିକ ପରିବର୍ତ୍ତନ ଆଣିପାରେ। କିନ୍ତୁ ଏହା ଏକ ଦୁଇ ଧାରୁଆ ଅସ୍ତ୍ର, ଯାହାର ବ୍ୟବହାର ଅତି ସାବଧାନତାର ସହିତ କରିବା ଉଚିତ। ପୂର୍ବପରି ଅନ୍ୟାନ୍ୟ ବୈଜ୍ଞାନିକ ଆବିଷ୍କାର ପରି ଏହି ଦୁର୍ଲଭ ଉଦ୍ଭାବନକୁ ଲୋଭ ଓ ସ୍ବାର୍ଥର ବଶବର୍ତ୍ତୀ ହୋଇ ଯଦି ମାନବ ସମାଜ ବ୍ୟବହାର କରେ ତେବେ ଏହା ମାନବ ସମାଜର ପ୍ରଭୂତ କ୍ଷତି କରିପାରେ। ତେଣୁ ଏହାର ସୁବିଧା ଓ ଅସୁବିଧାକୁ ବୁଝି ଏହା ପ୍ରସ୍ତୁତ କରୁଥିବା ଆହ୍ବାନକୁ ସମାଧାନ କଲେ କୃତ୍ରିମ ବୁଦ୍ଧିମତ୍ତା ମାନବ ସଭ୍ୟତାକୁ ସର୍ବଶ୍ରେଷ୍ଠ ବିକଶିତ ସଭ୍ୟତାରେ ପରିଣତ କରିବ।

(ଶେଷ ଭାଗ)
– ଡ. ଦେବାଶିଷ ମହାନ୍ତି, ବିଭାଗୀୟ ମୁଖ୍ୟ, ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗ, ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ଢେଙ୍କାନାଳ
ମୋ: ୯୮୬୧୩୯୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା: ଗୋଡ଼ରେ ଲେଖି ମାଟ୍ରିକ୍‌ ପରୀକ୍ଷା ପାସ୍‌ କଲେ ଲକ୍ଷ୍ମୀ

ମାଲକାନଗିରି,୩ା୫(ଗୌରିଶଙ୍କର ପଣ୍ଡା/ଦୁର୍ଯ୍ୟୋଧନ ପାତ୍ର): ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା । ମାଲକାନଗିରି ଜିଲାର ଲକ୍ଷ୍ମୀ ଖିମୁଣ୍ଡୁ ୨ ହାତ…

କାଲି ବାହାରିବ ଭାଗ୍ୟଫଳ; ଆଜି ଦିଦିଙ୍କ ଆସନରେ ପୁଣି ହଙ୍ଗାମା, ଷ୍ଟ୍ରଙ୍ଗ ରୁମ ପାଖକୁ….

କୋଲକାତା,୩ା୫: ପଶ୍ଚିମବଙ୍ଗରେ ଭୋଟ ଗଣନା ପାଇଁ ୨୪ ଘଣ୍ଟାରୁ କମ୍ ସମୟ ବାକି ଥିବାବେଳେ, ରାଜ୍ୟରେ ପୁଣି ଥରେ ଅଶାନ୍ତି ଦେଖାଦେଇଛି । ଏଥର ମମତା ବାନାର୍ଜୀଙ୍କ…

ଭୁବନେଶ୍ବରରେ ବଡ଼ ଦୁର୍ଘଟଣା, ଆମ ବସ୍ ଧକ୍କାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ

ଭୁବନେଶ୍ବର,୩ା୫: ପୁଣି ଆମ ବସ୍ ନେଲା ଜୀବନ । ଆମ ବସ୍ ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ସତସଙ୍ଗ ବିହାର-ବାଣୀବିହାର ମଝିରେ ଏହି ମର୍ମନ୍ତୁଦ…

ସାନ ଭାଇକୁ ହତ୍ୟା କରି କୂଅରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ମର୍ମାହତ ହୋଇ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ବଡ଼ ଭାଇ

ଜୟପୁର,୩ା୫: ରାଜସ୍ଥାନର ବାଲୋତରା ଜିଲାରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଅପହରଣ କରି ପିଟି ପିଟି ହତ୍ୟା କରିଛନ୍ତି । ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କ ମୃତଦେହକୁ…

ବଡ଼ ଦୁଃଖଦ ଘଟଣା, ମୁଣ୍ଡନ ସମାରୋହରେ ଗଙ୍ଗାରେ ବୁଡ଼ିଗଲେ ୬

ଲକ୍ଷ୍ନୌ,୩ା୫: ରବିବାର ଦିନ ଉତ୍ତର ପ୍ରଦେଶର ବାଲିଆ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି । ମୁଣ୍ଡନ ପରେ  ଗଙ୍ଗା ନଦୀରେ ଗାଧୋଇବା ସମୟରେ…

ଓଲଟିଲା ମିକ୍ସଚର ମେସିନ୍ ଗାଡ଼ି, ମାଟି ତଳେ ଚାପି ହୋଇ ରହିଛନ୍ତି ଡ୍ରାଇଭର

ଭଞ୍ଜନଗର,୩।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର ତିଲିସିଙ୍ଗି ନିକଟରେ ଦୁର୍ଘଟଣା । ରାସ୍ତା କାମରେ ନିୟୋଜିତ ଏକ ମିକ୍ସଚର ମେସିନ୍ ଗାଡ଼ି ଓଲଟି…

ସାମାନ୍ୟ ବର୍ଷାରେ ବେହାଲ ଛତ୍ରପୁର, କଲେଜ ପରିସରରେ ଅଣ୍ଟାଏ ପାଣି

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁରରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହୋଇଛି । ତେବେ ହେଡ଼ କ୍ୱାଟରରେ ଥିବା ଜାତୀୟ ରାଜ ପଥରେ ସରବିସ…

ଚେନ୍ନାଇ ବିମାନବନ୍ଦରରେ ଚାଞ୍ଚଲ୍ୟ! ବିମାନରେ ଯାତ୍ରୀ ଖୋଲିଦେଲେ ଏମରଜେନ୍ସି ଦ୍ବାର, ତାପରେ…

ତାମିଲନାଡୁ,୩।୫: ଚେନ୍ନାଇ ବିମାନବନ୍ଦରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଲ୍ୟାଣ୍ଡିଂ କରିବା ପରେ ଏୟାର ଆରବିୟାର ଏକ ବିମାନରେ ଥିବା ଜଣେ ଯାତ୍ରୀ ଜରୁରୀକାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri