ବ୍ରେନ୍‌ ଖାଉଥିବା ଏମୋଇବା ସଂକ୍ରମଣ: ଆମେରିକାରେ ଆତଙ୍କ

ଓ୍ବାଶିଂଟନ,୨୪।୧୨: କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁ ନ ଥିବାବେଳେ ଆମେରିକାରେ ଏକ ନୂଆ ଆତଙ୍କ ଦେଖାଦେଇଛି। ମଣିଷ ବ୍ରେନ୍‌କୁ ଖାଉଥିବା ମାରାତ୍ମକ ଏମୋଇବା ନେଗଲେରିଆ ଫାଓଲେରି ସଂକ୍ରମଣ ଆମେରିକାର ଦକ୍ଷିଣ ଅଞ୍ଚଳରେ ବଢ଼ିବାରେ ଲାଗିଛି। ଧୀରେଧୀରେ ଏହି ସଂକ୍ରମଣ ଦେଶର ଉତ୍ତର ଅଞ୍ଚଳରେ ବ୍ୟାପିବା ଆରମ୍ଭ ହୋଇଥିବା କୁହାଯାଉଛି। ସମ୍ପ୍ରତି ଦେଶର ମଧ୍ୟବର୍ତ୍ତୀ ଅଞ୍ଚଳର କାନସାସା, ମିନ୍ନେସୋଟା ଏବଂ ଇଣ୍ଡିଆନାରେ ଏଭଳି ୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ମାରାତ୍ମକ ଏମୋଇବା ସାଧାରଣତଃ ମାଟି, ଉଷ୍ଣ ହ୍ରଦ, ନଦୀ ଏବଂ ଉଷ୍ଣ ଜଳଧାରା ଅଞ୍ଚଳରେ ମିଳିଥାଏ ବୋଲି ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ୍‌ (ସିଡିସି) ପକ୍ଷରୁ କୁହାଯାଇଛି। ୨୦୦୯ରୁ ୨୦୧୮ ମଧ୍ୟରେ ୩୪ ଜଣ ଏହା ଦ୍ୱାରା ସଂକ୍ରମିତ ହୋଇଥିଲେ। ୧୯୬୨ଠାରୁ ୨୦୧୮ ମଧ୍ୟରେ ୧୪୫ ଜଣଙ୍କଠାରେ ଏହି ସଂକ୍ରମଣ ଚିହ୍ନଟ କରାଯାଇଥିବା ସିଡିସି ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କମଧ୍ୟରୁ କେବଳ ୪ ଜଣ ଚିକିତ୍ସାପରେ ଜୀବିତ ରହିଥିବା ସିଡିସି କହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ପ୍ରତିଶତଙ୍କ ବଞ୍ଚିବା ଅସମ୍ଭବ ହୋଇଥାଏ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେଲ୍‌ ମାରିଲା ଇମ୍ରାନଙ୍କ ଆତଙ୍କି ଏଜେଣ୍ଡା: ହାଫିଜ୍‌ ସୟିଦଙ୍କ ସହ ପୋଷ୍ଟରରେ ନଜର ଆସିଲେ

ଇସ୍‌ଲାମାବାଦ,୨୬।୮: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜକୁ ଓ ଦେଶକୁ ପବିତ୍ର କହିବା ସହ ଆତଙ୍କବାଦୀଙ୍କ ବିରୋଧରେ ତାଙ୍କ ଲଢ଼େଇ ଜାରି ରହିଛି ବୋଲି ସମଗ୍ର...

ଗର୍ଲଫ୍ରେଣ୍ଡଙ୍କ ଜନ୍ମଦିନ ପାଇଁ କୋଭିଡ୍‌ ନିୟମ ଭାଙ୍ଗିଲେ ଏହି ପ୍ରସିଦ୍ଧ ଖେଳାଳି

ଜୁଭେଣ୍ଟସ,୨୯।୧: ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ଭାଇରସ ଯୋଗୁ ଯାତାୟତ ଉପରେ ଲାଗିଥିବା କଟକଣାକୁ ଭଙ୍ଗ କରିଛନ୍ତି। ଇଟାଲିର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା...

ସୌଦି ଆରବରେ ଏକାଥରେ ୮୧ ଲୋକଙ୍କୁ ଦିଆଗଲା ମୃତ୍ୟୁ ଦଣ୍ଡ!

ରିୟାଦ,୧୩ ।୩: ସୌଦି ଆରବରେ ହତ୍ୟା ଓ ଚରମପନ୍ଥି ସହ ସମ୍ପର୍କ ରଖିଥିବା ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ୮୧ ଜଣଙ୍କୁ ସାମୁହିକ ଭାବେ...

ଲଣ୍ଡନ ବ୍ରିଜ୍‌ ଆକ୍ରମଣରେ ୨ ମୃତ

ଲଣ୍ଡନ,୧ା୧୨(ପି.ଟି.): ଲଣ୍ଡନ ବ୍ରିଜ୍‌ରେ ଶୁକ୍ରବାର ଜଣେ ଆତଙ୍କବାଦୀଙ୍କ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୩ ଆହତ ହୋଇଥିଲେ। ପୋଲିସ ଗୁଳିରେ ଆକ୍ରମଣକାରୀ ନିହତ...

ପୁଟିନ୍‌ଙ୍କ ବିରୋଧରେ ବାଇଡେନ୍‌ଙ୍କ କଡ଼ା ପଦକ୍ଷେପ, ରୁଷିଆରୁ ତୈଳ ଆମଦାନୀ ବନ୍ଦ ନିଷ୍ପତ୍ତି…

ଓ୍ବାଶିଂଟନ,୮।୩ : ରୁଷିଆ ସୈନ୍ୟ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍‌ଙ୍କୁ ବଡ଼ ଝଟକା...

ମିଚେଲ ଓବାମାଙ୍କୁ ଉପରାଷ୍ଟ୍ରପତି କହିଲେ ବାଇଡେନ୍‌

ଓ୍ବାଶିଂଟନ,୪।୪ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଭୁଲ୍‌ବଶତଃ ମିଚେଲ ଓବାମାଙ୍କୁ ଉପରାଷ୍ଟ୍ରପତି କହି ସମାଲୋଚିତ ହୋଇଛନ୍ତି। ଶନିବାର ୟୁଏସ୍‌ଏସ୍‌ ଡେଲାଓ୍ବେର୍‌ କମିଶନିଂ ଉତ୍ସବରେ ଉଦ୍‌ବୋଧନ...

ନିକଟରେ ଶେଷ ହୋଇ ନ ପାରେ ଯୁଦ୍ଧ

ମସ୍କୋ,୧୦।୫: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ସୋଭିଏଟ୍‌ ୟୁନିୟନ ବିଜୟର ୭୭ତମ ବାର୍ଷିକୀ ଅବସରରେ ସୋମବାର ରୁଷିଆ ବିଜୟ ଦିବସ ପାଳନ କରିଛି। ଏହି...

ପ୍ରତିରକ୍ଷା ବଜେଟ କମାଇବ ପାକ୍‌

ଇସ୍‌ଲାମାବାଦ,୬ା୬(ପି.ଟି.)-ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପକ୍ଷରୁ ଏକ ଅପ୍ରତ୍ୟାଶିତ ପଦକ୍ଷେପ ନିଆଯିବା ପାଇଁ ସ୍ଥିର କରାଯାଇଛି। ଆସନ୍ତା ଆର୍ଥତ୍କବର୍ଷରେ ପାକିସ୍ତାନର ପ୍ରତିରକ୍ଷା ବଜେଟ...

Advertisement
Archives

Model This Week