Posted inଫୁରସତ

ବ୍ରେନ୍‌ ଡେଡ୍‌ ମହିଳାଙ୍କ ଅଙ୍ଗ ୪ ଜଣଙ୍କ ଜୀବନ ବଞ୍ଚାଇଲା

ନୂଆଦିଲ୍ଲୀ: ଜଣେ ୪୩ ବର୍ଷୀୟ ବ୍ରେନ୍‌ ଡେଡ୍‌ ମହିଳାଙ୍କ ଅଙ୍ଗଦାନ ଫଳରେ ୪ ଜଣଙ୍କ ଜୀବନ ବଞ୍ଚତ୍ପାରିଛି। ତାଙ୍କ ଯକୃତ ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ ହୋଇଥିବାବେଳେ କିଡ୍‌ନୀକୁ ସାର୍‌ ଗଙ୍ଗାରାମ ହସ୍ପିଟାଲର ଅନ୍ୟ ଜଣେ ରୋଗୀଙ୍କ ଦେହରେ ଲଗାଯାଇଛି। ଅନ୍ୟ ଅଙ୍ଗକୁ ଦିଲ୍ଲୀ-ଏନ୍‌ସିଆର୍‌ର ଅନ୍ୟ ହସ୍ପିଟାଲକୁ ପଠାଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ମହିଳାଙ୍କର ଉଚ୍ଚ ରକ୍ତଚାପ ଥିବାବେଳେ ହଠାତ୍‌ ବାନ୍ତି ହେବା ସହ ଅତ୍ୟଧିକ ମୁଣ୍ଡବିନ୍ଧା ହେବାରୁ ତାଙ୍କୁ ଗତ ୨୦ ତାରିଖରେ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାରୁ ତାଙ୍କ ଗୁରୁତର ବ୍ରେନ୍‌ ହାମ୍‌ରେଜ ହୋଇଥିବା ଜଣାପଡ଼ିଥିଲା। ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରାଯାଇଥିଲା। ତାଙ୍କର ସ୍ବାମୀ ଓ ୨୧ ବର୍ଷର ପୁଅ ଅଛନ୍ତି। ପରିବାର ବିଚାରବିମର୍ଶ କରି ତାଙ୍କ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇ ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପ୍ରତିଦିନ କରୋନା ଦେବୀଙ୍କ ପୂଜା କରୁଛନ୍ତି ଏହି ବ୍ୟକ୍ତି

କୋଲ୍ଲମ,୧୪।୬: ବିଶ୍ୱରେ କରୋନା ଭାଇରସ ବେଳକୁ ବେଳ ବଢି ଚାଲିଥିବା ବେଳେ କେରଳର ଜଣେ ବ୍ୟକ୍ତି କରୋନା ଭାଇରସକୁ ଦେବୀ ଭାବେ ପୂଜା କରୁଛନ୍ତି। ଏହାସହ...

ପ୍ରଥମ ରୋଜଗାର ବାପାଙ୍କୁ ଦେଇଥିଲି: ନିର୍ମଳ ଚନ୍ଦ୍ର ଶୂରଦେଓ

ନୟାଗଡ଼ରେ ମୋର ଜନ୍ମ ଆଉ ପାଠପଢା। ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ନୟାଗଡ଼ କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ...

ବାଲାଜୀଙ୍କ ସମେତ ଅନ୍ୟ ଦେବାଦେବୀଙ୍କ ନାଗରିକତ୍ୱ ପ୍ରମାଣ ଲୋଡିଲେ ପୂଜାରୀ

ହାଇଦ୍ରାବାଦ୍‌ ,୨୬।୧: ଦେଶରେ ସିଏଏ ବିରୋଧ ତଥା ସମର୍ଥନରେ ବିଭିନ୍ନ ପ୍ରଦର୍ଶନ ଜାରି ରହିଛି। ତେବେ ହାଇଦ୍ରାବାଦ୍‌ ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସି.ଏସ୍‌....

ଜେଏନୟୁରେ ୫ ବର୍ଷ ଥିଲେ ସିକ୍ୟୁରିଟି ଗାର୍ଡ, ଏବେ ସେଠି ପାଠ ପଢିବାକୁ ଯୋଗ୍ୟ ବିବେଚିତ ହେଲେ

ନୂଆଦିଲ୍ଲୀ, ୧୫।୭: କଥାରେ ଅଛି ଯଦି ଧୈର୍ଯ୍ୟ, ସାହସ, ପରିଶ୍ରମ ଏବଂ ଇଚ୍ଛାଶକ୍ତି ଅଛି ତେବେ ସଫଳତା ପାଇବା ଆଦୌ କଷ୍ଟକର ନୁହେଁ। ଏହି ୪...

ଲକ୍‌ଜ୍ୟୁରିୟସ୍‌ ଭାସମାନ ମାନସନ୍‌

ଧନୀ ବ୍ୟକ୍ତିମାନେ ବିଳାସମୟ ୟଟ୍‌ରେ ଛୁଟି କାଟିବାକୁ ବହୁତ ଭଲ ପାଆନ୍ତି। ତେବେ ୟଟ୍‌ଟି ଯଦି ବିଳାସମୟ ଘର ଭଳି ହୋଇଥିବ ମଜା ଆହୁରି ବଢିଯିବ।...

ଗୀତ ପାଇଁ ବଦଳିଲା ଗାଁର ନାଁ

ପ୍ରତ୍ୟେକ ଗାଁର ପରିଚୟ ତା’ ନାଁ କୁ ନେଇ। କିନ୍ତୁ କେବେ କେବେ କୌଣସି ପରିସ୍ଥିତିରେ ବଦଳିଯାଏ ସେ ଗାଁର ନାଁ। ତାସହ ଯୋଡି ହୋଇଯାଏ...

ଝିଅ ବିବାହରେ ନୂଆ ଗାଡ଼ିକୁ ଗୋବର ଲେପ ଦେଲେ ଡାକ୍ତର

ନୂଆଦିଲ୍ଲୀ,୭।୧: ଭିନ୍ନ ଭିନ୍ନ ଢଙ୍ଗରେ ବିବାହ କରି ଅନେକ ଲୋକ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। କୋହ୍ଲାପୁରର ନବନାଥ ଦୁଧଲ ନାଁରେ ପରିଚିତ ଜଣେ ଡାକ୍ତର...

କୋଟିପତି କିନ୍ନର, ହାଇପ୍ରୋଫାଇଲ ମର୍ଡର: ସୁପାରି ୫୫ ଲକ୍ଷ

କୋଟିପତି କିନ୍ନରଙ୍କ ହାଇପ୍ରୋଫାଇଲ ମର୍ଡର। ହତ୍ୟା ପାଇଁ ବଛା ଯାଇଥିଲେ ସୁପାରି କିଲର। କୋଟିଏରୁ କଥା ଛିଣ୍ଡିଥିଲା ୫୫ ଲକ୍ଷରେ। କିନ୍ନର ଗୋଷ୍ଠୀ ବିବାଦ, ଉତ୍ତରାଧିକାରୀ...

Advertisement
Archives

Model This Week