ଜାତିସଂଘ ସଂସ୍ଥାରୁ ରଣଦୀପ ବିଦା

ବଲିଉଡ୍‌ ଅଭିନେତା ରଣଦୀପ ହୁଡା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କୁ କଟାକ୍ଷ କରିଥିବା ନେଇ ଏକ ପୁରୁଣା ଭିଡିଓ ଏବେ ସାମ୍ନାକୁ ଆସିଛି। ଏହା ଭାଇରାଲ ହେବା ପରେ ରଣଦୀପଙ୍କୁ ଜାତିସଂଘର ଏକ ପରିବେଶ ସମ୍ପର୍କିତ ଚୁକ୍ତି କନ୍‌ଭେନ୍‌ଶନ୍‌ ଫର୍‌ ଦି କନ୍‌ଜର୍ଭେଶନ୍‌ ଅଫ୍‌ ମାଇଗ୍ରେଟୋରି ସ୍ପାଇସେସ୍‌ ଅଫ୍‌ ଓ୍ବାଇଲ୍ଡ୍‌ ଆନିମଲ୍‌ସ (ସିଏମ୍‌ଏସ୍‌) ଆମ୍ବାସାଡର ପଦରୁ ହଟାଇଦିଆଯାଇଛି। ୨୦୧୨ରେ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରଣଦୀପ ହୁଡା ଯୋଗଦେଇଥିଲେ। ସେଠାରେ ସେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀଙ୍କ ବିରୋଧରେ ଜାତିଆଣ ଓ ଲିଙ୍ଗଗତ ମନ୍ତବ୍ୟ ଦେଇଥିଲେ। ନିକଟରେ ଉକ୍ତ ଦୃଶ୍ୟର ଭିଡିଓ ସାମ୍ନାକୁ ଆସିଥିଲା। ରଣଦୀପଙ୍କ ମନ୍ତବ୍ୟ ଅପମାନଜନକ ଏବଂ ଏଥିରୁ ମୂଲ୍ୟବୋଧ ପ୍ରତିଫଳିତ ହେଉନାହିଁ ବୋଲି ଜାତିସଂଘ ସିଏମ୍‌ଏସ୍‌ ସେକ୍ରେଟାରିଏଟ୍‌ ପକ୍ଷରୁ କୁହାଯାଇଛି। ୨୦୨୦ ଫେବୃୟାରୀରେ ରଣଦୀପଙ୍କୁ ମାଇଗ୍ରେଟୋରି ସ୍ପାଇସେସ୍‌ର ଜଣେ ସିଏମ୍‌ଏସ୍‌ ଆମ୍ବାସାଡର ରୂପେ ନିଯୁକ୍ତ କରାଯିବା ସମୟରେ ସଂସ୍ଥା ଉକ୍ତ ଭିଡିଓ ସମ୍ପର୍କରେ ଅବଗତ ନ ଥିଲା ବୋଲି ଏକ ବିବୃତିରେ କୁହାଯାଇଛି। ମଙ୍ଗଳବାର ଟୁଇଟରରେ ଦେଖାଯାଉଥିବା ଉକ୍ତ ଭିଡିଓକୁ ନେଇ ରଣଦୀପ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଛି। ହ୍ୟାଶ୍‌ଟ୍ୟାଗ୍‌ ଆରେଷ୍ଟ ରଣଦୀପ ହୁଡା ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରିବାରେ ଲାଗିଛି। ତେବେ ରଣଦୀପଙ୍କ ପକ୍ଷରୁ ଏନେଇ କିଛି ପ୍ରତିକ୍ରିୟା ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶରେ ଥାଇ ବି ଦୀପାବଳିକୁ ଭୁଲିନାହାନ୍ତି ପ୍ରିୟଙ୍କା, ପ୍ରଶଂସକଙ୍କ ପାଇଁ ଲେଖିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସଙ୍କ ସହ ଲସ୍‌ଏଞ୍ଜେଲସରେ ରହୁଛନ୍ତି। କିନ୍ତୁ ଏହି ଅଭିନେତ୍ରୀ ଭାରତୀୟ ସଂସ୍କୃତିକୁ ଆଦୌ ଭୁଲିନାହାନ୍ତି। ଅନେକ...

ବଲିଉଡ୍‌ରେ ଦେଶଭକ୍ତିର ସଂଳାପ, ଆଜି ବି ଲୋମ ଟାଙ୍କୁରାଇ ଦିଏ

ବଲିଉଡ୍‌ରେ ଏମିତି କିଛି ଦେଶପ୍ରେମ ତଥା ଦେଶଭକ୍ତି ଫିଲ୍ମ ରହିଛି, ଯାହା ଦର୍ଶକଙ୍କୁ ଆଜି ପର୍ଯ୍ୟନ୍ତ ବାନ୍ଧି ରଖିଛି। କେବଳ ଯେ ଫିଲ୍ମ ତାହା ନୁହେଁ,...

କୋରିଓଗ୍ରାଫର୍‌ ଗଣେଶ ଆଚାର୍ଯ୍ୟଙ୍କ ନାଁରେ ପୁଣି ଯୌନ ନିର୍ଯାତନା ମାମଲା

ମୁମ୍ବାଇ,୬।୨: ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ କିଛି ଦିନ ହେବ ନକାରାତ୍ମକ ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦ୍ୱିତୀୟଥର ଜଣେ ମହିଳା ଗଣେଶଙ୍କ ନାଁରେ...

ସୁଶାନ୍ତଙ୍କ ପ୍ରତ୍ୟେକ ଟି-ଶର୍ଟରେ ଲେଖାଥିଲା ଏପରି କିଛି ବାର୍ତ୍ତା

ସୁଶାନ୍ତ ସିଂ ରାଜପୁତ୍‌ ବଲିଉଡ୍‌ର କେବଳ ଜଣେ ଭଲ ଅଭିନେତା ନ ଥିଲେ, ବରଂ ସେ ଜଣେ ଭଲ ମଣିଷ ମଧ୍ୟ ଥିଲେ। ଯାହା ସେ...

ଏହି ଦିନ ହାତକୁ ଦି’ ହାତ ହେବେ ରଣବୀର-ଆଲିଆ!

ବଲିଉଡ୍‌ ଅଭିନେତ୍ରୀ ରଣବୀର କପୁର ଏବଂ ଆଲିଆ ଭଟ୍ଟ କେବେ ବିବାହ କରିବେ ସେନେଇ ଦୀର୍ଘ ଦିନ ହେବ ତାଙ୍କ ପ୍ରଶଂସକ ମନରେ ପ୍ରଶ୍ନ ରହିଆସିଛି।...

ଫିଲ୍ମ ‘ଦି କଶ୍ମୀର ଫାଇଲସ’ ଦେଖି ବଲିଉଡ ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କଲେ ଏହି ଅଭିନେତା

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦି କଶ୍ମୀର ଫାଇଲସ’ ବର୍ତ୍ତମାନ ସବୁଠି ଚର୍ଚ୍ଚାରେ ରହିଛି। ତେବେ ‘ଦି କଶ୍ମୀର ଫାଇଲସ’କୁ ନେଇ ବଲିଉଡରେ କାହିଁକି ଏତେ...

ନିଜକୁ ଫିଟ୍‌ ରଖିବା ପାଇଁ ଏସବୁ କାମ କରନ୍ତି ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଟନେସ ପାଇଁ ଜଣାଶୁଣା। କେବଳ ଅଭିନୟରେ ନୁହେଁ ବରଂ ତାଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ପ୍ରଶଂସକ ପାଗଳ। ଅନୁଷ୍କା ଶର୍ମାଙ୍କ...

ଡାଏଲଗ କହିବାବେଳେ କାନ୍ଦି ପକାଇଲେ ଏହି ଅଭିନେତ୍ରୀ, ଭିଡିଓ ଭାଇରାଲ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ କ୍ୟାରିୟର ଖୁବ୍‌ ଭଲ ଏବଂ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଫିଲ୍ମରେ କାମ କରିଛନ୍ତି। ୨୦୧୯ ମସିହାର ଚଳଚ୍ଚିତ୍ର ‘ଗୁଲି...

Advertisement
Archives

Model This Week