Posted inଫୁରସତ

ଗୋଟିଏ ଗୋଡ଼ରେ ପାହାଡ଼ ଚଢ଼ା

ନୂଆଦିଲ୍ଲୀ: କଥାରେ ଅଛି ମନୋବଳ ଦୃଢ ଥିଲେ ପଙ୍ଗୁ ବି ଲଙ୍ଘିପାରେ ଗିରି। ଠିକ୍‌ ଏମିତି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଛୋଟ ଝିଅଟିଏ ଗୋଟିଏ ଗୋଡ଼ରେ ବହୁ କଷ୍ଟରେ ପାହାଡ଼ ଚଢିବାର ଦୃଶ୍ୟ ବେଶ୍‌ ହୃଦୟସ୍ପର୍ଶୀ ହୋଇପାରିଛି। ଗୁଡ୍‌ ନ୍ୟୁଜ କରେସ୍‌ପଣ୍ଡେଣ୍ଟର ଟୁଇଟର ଆକାଉଣ୍ଟରେ ଏକ ଭିଜୁଆଲ ଶେୟାର କରାଯାଇଛି, ଯେଉଁଥିରେ ଏକ ଛୋଟ ଝିଅ ଗୋଟିଏ ଗୋଡରେ ବି ଏକ ପାହାଡିଆ ଉଚ୍ଚ ସ୍ଥାନକୁ ଉଠିବାକୁ ଚେଷ୍ଟା କରୁଛି। ଛୋଟ ଝିଅଟିର ନାଁ ଆଣ୍ଟୋନେଲା ବୋଲି ଟୁଇଟରରେ ଲେଖାଯାଇଛି। ଆଣ୍ଟୋନେଲାଙ୍କର ଗୋଟିଏ ଗୋଡ଼ ଥିବାରୁ ସେ ଏକ କୃତ୍ରିମ ଗୋଡ଼ ଲଗାଇଛନ୍ତି। ସେ ଏକ ପାହାଡିଆ ସ୍ଥାନର ଉପରକୁ ଚଢିବାକୁ ଉଦ୍ୟମ କରୁଥିବାବେଳେ ମାଆ ପଛରେ ଛିଡ଼ାହୋଇ ତାଙ୍କୁ ସାହସ ଦେଉଛନ୍ତି। ସେ ନିଶ୍ଚିତ ଉପରକୁ ଚଢିପାରିବ, ଆଦୌ ତଳକୁ ପଡିବ ନାହିଁ ବୋଲି ମାଆ ବାରମ୍ବାର କହୁଛନ୍ତି। ଏପରି ଶୁଣିବା ପରେ ଆଣ୍ଟୋନେଲାଙ୍କର ମନୋବଳ ବୃଦ୍ଧି ପାଉଛି ଏବଂ ସେ ଉପରକୁ ଉଠିବା ପାଇଁ ଚେଷ୍ଟା କରୁଛନ୍ତି। ବାରମ୍ବାର ଚେଷ୍ଟା କରି ଶେଷରେ ଉପରକୁ ଚଢିଯାଇ ବହୁତ ଖୁସି ହୋଇ ଯାଉଛନ୍ତି। ଭିଡିଓଟି ଟୁଇଟରରେ ଖୁବ ଭାଇରାଲ ହେଉଛି। ଲୋକେ ଏହାକୁ ହଜାର ହଜାର ସଂଖ୍ୟାରେ ରିଟୁଇଟ୍‌, ଲାଇକ୍‌ କରିବା ସହିତ କମେଣ୍ଟ ବି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri