ଜେଲରେ କଏଦୀଙ୍କୁ ନିର୍ଯାତନା ନେଇ ଓଏଚ୍‌ଆର୍‌ସିରେ ଅଭିଯୋଗ

ଭୁବନେଶ୍ୱର,୭।୮(ବ୍ୟୁରୋ): ଢେଙ୍କାନାଳ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କୁ ନିର୍ଯାତନା ଦିଆଯାଉଛି। ଜେଲ କର୍ମଚାରୀଙ୍କ ମାଡ଼ରେ ତାଙ୍କ ଆଖି ନଷ୍ଟ ହୋଇଥିବା ନେଇ ଶୁକ୍ରବାର ରାଜ୍ୟ ମାନବାଧିକର କମିଶନ(ଓଏଚ୍‌ଆରସି)ରେ ଅଭିଯୋଗ ହୋଇଛି। ଏପରିକି ଜେଲ କର୍ତ୍ତୃପକ୍ଷ ସମ୍ପୃକ୍ତ କଏଦୀଙ୍କୁ ଦେଖା କରିବାକୁ ତାଙ୍କ ପରିବାର ଲୋକଙ୍କୁ ଛାଡୁନାହାନ୍ତି। ସେ ଅସୁସ୍ଥ ଥିଲେ ମଧ୍ୟ ଚିକିତ୍ସା ନିମନ୍ତେ ତାଙ୍କୁ ମେଡିକାଲ ନିଆଯାଉନାହିଁ ବୋଲି ଅଭିଯୋଗ ହୋଇଛି। ସମ୍ପୃକ୍ତ କଏଦୀଙ୍କ ସମ୍ପର୍କାୟ ଭାଇ ଓ ମାନବାଧିକର କର୍ମୀ ପ୍ରଦୀପ୍ତ କୁମାର ନାୟକ ଏନେଇ କମିଶନରେ ପିଟିଶନ ଦାଖଲ କରିଛନ୍ତି।
ପିଟିଶନ ଅନୁଯାୟୀ, କଟକ ସଦରର ସଂଗ୍ରାମ ପାତ୍ରଙ୍କୁ କମିଶନରେଟ୍‌ ପୋଲିସ ଏକ ହତ୍ୟା ମାମଲାରେ ଗିରଫ କରିଥିଲା। ଉକ୍ତ ହତ୍ୟାକାଣ୍ଡରେ ସମ୍ପୃକ୍ତି ନ ଥିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇଥିଲା। ୨୦୧୩ ଅଗଷ୍ଟରୁ ୨୦୨୧ମେ ଯାଏ ସଂଗ୍ରାମ ଭୁବନେଶ୍ୱର ଝାରପଡ଼ା ସ୍ବତନ୍ତ୍ର ଜେଲରେ ବିଚାରାଧୀନ କଏଦୀ ଭାବେ ରହିଥିଲେ। ଏହାପରେ ତାଙ୍କୁ ଢେଙ୍କାନାଳ ଜେଲକୁ ସ୍ଥାନାନ୍ତର କରାଯାଇଥିଲା। କୋଭିଡ୍‌ କଟକଣା ପାଇଁ ସଂଗ୍ରାମଙ୍କ ସହ ତାଙ୍କ ପରିବାର ଲୋକଙ୍କର ଦେଖା ହୋଇ ପାରୁ ନ ଥିଲାବେଳେ ତାଙ୍କୁ ଜେଲରେ ନିର୍ଯାତନା ଦିଆଯାଉଥିବା ନେଇ ଉକ୍ତ ଜେଲରୁ ଫେରିଥିବା ଜଣେ କଏଦୀଙ୍କ ନିକଟରୁ ଖବର ମିଳିଥିଲା। ସଂଗ୍ରାମଙ୍କୁ ରାତି ଅଧରେ ଅନ୍ୟଏକ ଓ୍ବାର୍ଡକୁ ସ୍ଥାନାନ୍ତର ପାଇଁ ଜେଲ କର୍ତ୍ତୃପକ୍ଷ କହିଥିଲେ। ମାତ୍ର ସଂଗ୍ରାମ ସକାଳେ ପରିବର୍ତ୍ତନ କରିବେ ବୋଲି କହିବାରୁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ମାଡ଼ ମାରିଥିଲେ। ଏଥିରେ ତାଙ୍କ ବାମ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଖବର ପାଇବା ପରେ ପରିବାର ଲୋକେ ଜେଲକୁ ପ୍ରତିଦିନ ଯାଉଥିଲେ ମଧ୍ୟ ଫାଟକରୁ ଫେରାଇ ଦିଆଯାଉଛି। ଏପରିସ୍ଥଳେ ତାଙ୍କର ଚିକିତ୍ସା କରାଯିବା ସହ ପରିବାର ଲୋକଙ୍କୁ ଭେଟିବାକୁ କମିଶନ ନିର୍ଦ୍ଦେଶ ଦିଅନ୍ତୁ। ଏଥିସହିତ ସମ୍ପୃକ୍ତ ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଉ ବୋଲି ସଂଗ୍ରାମଙ୍କ ଭାଇ ଓ ପ୍ରଦୀପ୍ତ କମିଶନଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri