ଜେଲରେ କଏଦୀଙ୍କୁ ନିର୍ଯାତନା ନେଇ ଓଏଚ୍‌ଆର୍‌ସିରେ ଅଭିଯୋଗ

ଭୁବନେଶ୍ୱର,୭।୮(ବ୍ୟୁରୋ): ଢେଙ୍କାନାଳ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କୁ ନିର୍ଯାତନା ଦିଆଯାଉଛି। ଜେଲ କର୍ମଚାରୀଙ୍କ ମାଡ଼ରେ ତାଙ୍କ ଆଖି ନଷ୍ଟ ହୋଇଥିବା ନେଇ ଶୁକ୍ରବାର ରାଜ୍ୟ ମାନବାଧିକର କମିଶନ(ଓଏଚ୍‌ଆରସି)ରେ ଅଭିଯୋଗ ହୋଇଛି। ଏପରିକି ଜେଲ କର୍ତ୍ତୃପକ୍ଷ ସମ୍ପୃକ୍ତ କଏଦୀଙ୍କୁ ଦେଖା କରିବାକୁ ତାଙ୍କ ପରିବାର ଲୋକଙ୍କୁ ଛାଡୁନାହାନ୍ତି। ସେ ଅସୁସ୍ଥ ଥିଲେ ମଧ୍ୟ ଚିକିତ୍ସା ନିମନ୍ତେ ତାଙ୍କୁ ମେଡିକାଲ ନିଆଯାଉନାହିଁ ବୋଲି ଅଭିଯୋଗ ହୋଇଛି। ସମ୍ପୃକ୍ତ କଏଦୀଙ୍କ ସମ୍ପର୍କାୟ ଭାଇ ଓ ମାନବାଧିକର କର୍ମୀ ପ୍ରଦୀପ୍ତ କୁମାର ନାୟକ ଏନେଇ କମିଶନରେ ପିଟିଶନ ଦାଖଲ କରିଛନ୍ତି।
ପିଟିଶନ ଅନୁଯାୟୀ, କଟକ ସଦରର ସଂଗ୍ରାମ ପାତ୍ରଙ୍କୁ କମିଶନରେଟ୍‌ ପୋଲିସ ଏକ ହତ୍ୟା ମାମଲାରେ ଗିରଫ କରିଥିଲା। ଉକ୍ତ ହତ୍ୟାକାଣ୍ଡରେ ସମ୍ପୃକ୍ତି ନ ଥିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇଥିଲା। ୨୦୧୩ ଅଗଷ୍ଟରୁ ୨୦୨୧ମେ ଯାଏ ସଂଗ୍ରାମ ଭୁବନେଶ୍ୱର ଝାରପଡ଼ା ସ୍ବତନ୍ତ୍ର ଜେଲରେ ବିଚାରାଧୀନ କଏଦୀ ଭାବେ ରହିଥିଲେ। ଏହାପରେ ତାଙ୍କୁ ଢେଙ୍କାନାଳ ଜେଲକୁ ସ୍ଥାନାନ୍ତର କରାଯାଇଥିଲା। କୋଭିଡ୍‌ କଟକଣା ପାଇଁ ସଂଗ୍ରାମଙ୍କ ସହ ତାଙ୍କ ପରିବାର ଲୋକଙ୍କର ଦେଖା ହୋଇ ପାରୁ ନ ଥିଲାବେଳେ ତାଙ୍କୁ ଜେଲରେ ନିର୍ଯାତନା ଦିଆଯାଉଥିବା ନେଇ ଉକ୍ତ ଜେଲରୁ ଫେରିଥିବା ଜଣେ କଏଦୀଙ୍କ ନିକଟରୁ ଖବର ମିଳିଥିଲା। ସଂଗ୍ରାମଙ୍କୁ ରାତି ଅଧରେ ଅନ୍ୟଏକ ଓ୍ବାର୍ଡକୁ ସ୍ଥାନାନ୍ତର ପାଇଁ ଜେଲ କର୍ତ୍ତୃପକ୍ଷ କହିଥିଲେ। ମାତ୍ର ସଂଗ୍ରାମ ସକାଳେ ପରିବର୍ତ୍ତନ କରିବେ ବୋଲି କହିବାରୁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ମାଡ଼ ମାରିଥିଲେ। ଏଥିରେ ତାଙ୍କ ବାମ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଖବର ପାଇବା ପରେ ପରିବାର ଲୋକେ ଜେଲକୁ ପ୍ରତିଦିନ ଯାଉଥିଲେ ମଧ୍ୟ ଫାଟକରୁ ଫେରାଇ ଦିଆଯାଉଛି। ଏପରିସ୍ଥଳେ ତାଙ୍କର ଚିକିତ୍ସା କରାଯିବା ସହ ପରିବାର ଲୋକଙ୍କୁ ଭେଟିବାକୁ କମିଶନ ନିର୍ଦ୍ଦେଶ ଦିଅନ୍ତୁ। ଏଥିସହିତ ସମ୍ପୃକ୍ତ ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଉ ବୋଲି ସଂଗ୍ରାମଙ୍କ ଭାଇ ଓ ପ୍ରଦୀପ୍ତ କମିଶନଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri