ପ୍ରେମିକାଙ୍କୁ ଭେଟିବାକୁ ଆସି ଧରାପଡ଼ିଲେ ଯୁବକ, ଭୟରେ ସୀମାରେଖା ଡେଇଁ ପଳାଇଲେ ପାକିସ୍ତାନ; ଏବେ..

ବାର୍‌ମେର,୨୪।୧: କିଛି ଦିନ ଅନ୍ତରରେ ପ୍ରେମିକାଙ୍କୁ ଲୁଚିଛପି ଭେଟୁଥିଲେ ପ୍ରେମିକ। ଦିନେ ତାଙ୍କୁ ଭେଟିବା ପାଇଁ ଘର ପର୍ଯ୍ୟନ୍ତ ମଧ୍ୟ ଚାଲିଗଲେ। ହେଲେ ପ୍ରେମିକାଙ୍କ ଘରଲୋକ ତାଙ୍କୁ ଧରି ପକାଇଥିଲେ। ଏହାପରେ ଯାହା ହେଲା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଯେକୌଣସି ପ୍ରକାରେ ସେମାନଙ୍କ ନିକଟରୁ ଖସି ଆସିବା ପରେ ସୀମାରେଖା ଡେଇଁ ସେ ପାକିସ୍ତାନ ଚାଲିଯାଇଛନ୍ତି। ଯୁବକଙ୍କ ଘର ଲୋକ ତାହା ଜାଣିବା ପରେ ଖୋଜାଖୋଜିରେ ଲାଗିପଡ଼ିଛନ୍ତି। ଏପରିକି ଭାରତୀୟ ଅଧିକାରୀ ପାକିସ୍ତାନ ପୋଲିସର ସହାୟତା ଲୋଡିଛି। ସୁରୁଖୁରୁରେ ତାଙ୍କୁ ଘରକୁ ଫେରାଇ ଆଣିବାକୁ ପ୍ରୟାସ କରାଯାଉଛି।

ଘଟଣାଟି ରାଜସ୍ଥାନର ବାର୍‌ମେରର। ବିଜରାଜ ଥାନା ଅଧିନରେ ଯାଉଥିବା ଏକ ଅଞ୍ଚଳର ପାକିସ୍ତାନ ସୀମା ସହ ମିଶିକରି ଅଛି। ସେଠାରେ ରହୁଥିବା ଗେମରା ରାମ ମେଘଓ୍ବାଲ ପଡୋଶୀ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ଲୁଚିଛପି ଉଭୟ ମିଳାମିଶା କରୁଥିଲେ। ହେଲେ ତାଙ୍କ ଘରକୁ ଯାଇଥିବା ସମୟରେ ପ୍ରେମିକାଙ୍କ ପରିବାରଲୋକେ ତାଙ୍କୁ ଦେଖି ନେଇଥିଲେ। ବଦ୍‌ନାମ ହେବାର ଭୟରେ ସେ ନିକଟରେ ଥିବା ସୀମାରେଖା ଡେଇଁ ପାକିସ୍ତାନ ଚାଲିଯାଇଥିଲେ। ଘରକୁ ନ ଫେରିବା ଯୋଗୁ ପରିବାରଲୋକେ ଚିନ୍ତାରେ ପଡ଼ିଥିଲେ। ଖୋଜାଖୋଜି କରି ନ ପାଇବା ଯୋଗୁ ନିରୁଦ୍ଧିଷ୍ଟ ଥିବା ନେଇ ଅଭିଯୋଗ କରାଯାଇଥିଲା। ପାକିସ୍ତାନରେ ତାଙ୍କ ପରିବାରର ବନ୍ଧୁ ରହୁଥିବାରୁ ସେ ସେଠାକୁ ଚାଲିଯାଇପାରିଥାନ୍ତି ବୋଲି ଘରଲୋକେ ଆଶଙ୍କା କରୁଥିଲେ। ହେଲେ ପାକିସ୍ତାନ ପୋଲିସ ତାଙ୍କୁ ଗିରଫ କରିନେଇଥିବା ଜଣାପଡ଼ିଥିଲା। ଏବେ ଯବାନମାନେ ପାକିସ୍ତାନର ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିତିଲେ ଗେହଲଟ

ଜୟପୁର,୧୪।୮: ରାଜସ୍ଥାନ ରାଜନୀତିରେ ଲାଗିରହିଥିବା ସଙ୍କଟ ଶେଷ ହୋଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାର ଆସ୍ଥା ଭୋଟରେ ବିଧାନସଭାରେ ବିଜୟଲାଭ କରିଛନ୍ତି। ବହୁମତ ସାବ୍ୟସ୍ତ...

ଆଭିମୁଖ୍ୟ ସ୍ପଷ୍ଟ କଲେ ଏକନାଥ ସିନ୍ଦେ

ମୁମ୍ବାଇ,୨୨।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ରବିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ରର ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ଯଦି ବିଦ୍ରୋହୀ ବିଧାୟକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ...

ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଗ୍ରାହକଙ୍କୁ ପିଇବାକୁ ଦିଆଯାଏ ଟଏଲେଟ୍‌ ପାଣି

ଶୀର୍ଷକଟି ପଢ଼ି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ। ତେବେ କଥାଟି ସତ। ବିଶ୍ୱରେ ଏମିତି ଏକ ରେଷ୍ଟୁରାଣ୍ଟ ରହିଛି ଯେଉଁଠାରେ ଗ୍ରାହକମାନଙ୍କୁ ଟଏଲେଟ୍‌ ପାଣି ପିଇବାକୁ ଦିଆଯାଏ।...

ଶେଷରେ ମୁଣ୍ଡ ନୁଆଁଇବେ ଉଦ୍ଧବ ଠାକ୍‌ରେ!

ମୁମ୍ବାଇ,୧୨।୭: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆପାତତଃ ରାଜି ହୋଇଛନ୍ତି। ଦଳର ଏମ୍‌ପିଙ୍କ ସହ...

ଡ୍ୟାନ୍ସ ମାଧ୍ୟମରେ କରୋନା ସଚେତନତା ସୃଷ୍ଟି କଲା ଚେନ୍ନାଇ ରେଲଓ୍ବେ ପୋଲିସ

ଚେନାଇ,୯।୫: କେରଳ ପରେ ବର୍ତ୍ତମାନ ଚେନ୍ନାଇ ରେଲଓ୍ବେ ପୋଲିସ ଦେଶର ନାଗରିକ ତଥା ଷ୍ଟେଶନକୁ ଆସୁଥିବା ଯାତ୍ରୀମାନଙ୍କୁ ସଚେତନତା ସଷ୍ଟି କରିବା ପାଇଁ ଡ୍ୟାନ୍ସର ଆୟୋଜନ...

ମେଣ୍ଟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍‌

ନୂଆଦିଲ୍ଲୀ,୨୩ା୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ଗଠନ ହେବା ପୂର୍ବରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍‌ କରାଯାଇଛି। ଭାଜପା କର୍ମୀ ସୁରେନ୍ଦ୍ର ବାହାଦୁର ସିଂଙ୍କ ପକ୍ଷରୁ ଦାଏର ପିଟିଶନରେ...

ଶିବସେନାକୁ ଶିକାର ଭୟ:ହୋଟେଲରେ ୫୬ ବିଧାୟକ

ମୁମ୍ବାଇ,୮-୧୧(ପି.ଟି./ଆଇଏଏନ୍‌ଏସ୍‌):ମହାରାଷ୍ଟ୍ରରେ କ୍ଷମତା ଭାଗବଣ୍ଟା ଛିଣ୍ଡୁନାହିଁ। ଦୁଇ ସହଯୋଗୀ ଭାଜପା ଓ ଶିବସେନା ମଧ୍ୟରେ ହିସାବକିତାବ ସରୁନାହିଁ। ତେଣୁ ସରକାର ଗଠନରେ ବିଳମ୍ବ ହେବାରେ ଲାଗିଛି। ଶୁକ୍ରବାର...

୪୪ ମିନିଟର ଭାଷଣରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ସିରସା,୧୯।୧୦: ହରିୟାଣା ବିଧାନସଭା ନିର୍ବାଚନର ଶେଷ ଦିନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଡ୍ଡା ଗ୍ରାଉଣ୍ଡରେ ଆୟୋଜିତ ‘ବିଜୟ ସଂକଳ୍ପ ରାଲି’ରେ ପାଖାପାଖି ୪୪ ମିନିଟ୍‌...

Advertisement
Archives

Model This Week