ଆଇନଶୃଙ୍ଖଳାକୁ ନେଇ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଖୋଜ ଶିଶୁଙ୍କ ସଂଖ୍ୟା ବଢ଼ିଚାଲିଛି। ଦିନ ଦ୍ୱିପ୍ରହରରେ ଗୁଳି ଫୁଟୁଛି। ରାଜନୈତିକ ହତ୍ୟା ବଢ଼ିଚାଲିଛି। ରାଜ୍ୟରେ ଲୋକଙ୍କ ଧନଜୀବନ ସୁରକ୍ଷିତ ନାହିଁ। ପୋଲିସ ଶାସକ ଦଳ ପାଇଁ କାର୍ଯ୍ୟ କରୁଛି। ରାଜନୈତିକ ଆକ୍ରୋଶ ରଖି ବିରୋଧୀ ଦଳଙ୍କ ବିରୋଧରେ ମିଥ୍ୟା ମକଦ୍ଦମା କରାଯାଉଛି। ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାରେ ଆଜି ବିହାର, ପଶ୍ଚିମବଙ୍ଗ ଭଳି ଦୈନିକ ହତ୍ୟା, ବଳାତ୍କାର ଭଳି ଅପରାଧ ବଢ଼ିଚାଲିଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଭାଜପା ପକ୍ଷରୁ ଦିଆଯାଇଥିବା ‘ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନାହିଁ, ଲୋକମାନେ ତ୍ରାହି ତ୍ରାହି’ ଶୀର୍ଷକ ମୁଲତବୀ ଆଲୋଚନାରେ ବିରୋଧୀ ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି।
ଶନିବାର ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ମୁଲତବୀ ଆଲୋଚନା ଆରମ୍ଭ କରି କହିଲେ, ଓଡ଼ିଶାରେ ଧନଜୀବନ ଅସୁରକ୍ଷିତ ହୋଇଛି। ବୟସ୍କ ଲୋକ ବ୍ୟାଙ୍କକୁ ପଇସା ଆଣିବାକୁ ଯାଇପାରୁନାହାନ୍ତି। ପରୀ, ପିହୁ ଭଳି ଅନେକ ଶିଶୁ ନିଖୋଜହୋଇ ଯାଇଛନ୍ତି। ଗତ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ଅଛନ୍ତି। ରାଜ୍ୟରେ ୧୨,୯୧୬ରୁ ମାତ୍ର ୫୧୬୪ ଶିଶୁ ଉଦ୍ଧାର ହୋଇଛନ୍ତି। ମାସକରେ ୨୩୭ ଶିଶୁ ନିଖୋଜ ହେଉଥିବାବେଳେ ବର୍ଷକୁ ୧୨୮୭ ନିଖୋଜ ହେଉଛନ୍ତି। ଦୈନିକ ହାରାହାରି ୧୫ ନିଖୋଜ ହେଉଛନ୍ତି। ମାହାଙ୍ଗାରେ କୁଳମଣି ବରାଳ ଓ ଦିବ୍ୟ ସିଂ ବରାଳଙ୍କୁ ରାଜନୈତିକ ଆକ୍ରୋଶରୁ ହତ୍ୟା କରାଗଲା। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ଏଫ୍‌ଆଇଆରରେ ଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ, କଟକ ମାନସିଂପାଟଣାରେ ଜଣେ କଲେଜ ଛାତ୍ରୀଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କରାଗଲା। ରାୟଗଡ଼ାରେ ଜଣେ ଯୁବକଙ୍କୁ ପିଟିପିଟି ମାରିଦିଆଗଲା। ୫ ହଜାର ଝିଅ ହଜିଗଲେଣି। ରକ୍ଷକ ଆଜି ଭକ୍ଷକ ସାଜିଛି। ଭାଜପା ସଭ୍ୟ ଜୟନାରାୟଣ ମିଶ୍ର କହିଲେ, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିରୋଧୀ ଦଳଙ୍କୁ ପୋଲିସ ଲଗାଇ ଧମକ ଦିଆଯାଉଛି। ନିର୍ବାଚନରେ ଟଙ୍କା ବାଣ୍ଟିବା, ବିରୋଧୀଙ୍କ ବିରୋଧରେ ମିଥ୍ୟା କେସ୍‌ କରିବା ପୋଲିସର ମୂଳକାମ ହୋଇଛି। କଂଗ୍ରେସ ସଦସ୍ୟ ନରସିଂହ ମିଶ୍ର କହିଲେ, ମନ୍ତ୍ରୀଙ୍କ ଉତ୍ତର ଦୁର୍ଭାଗ୍ୟଜନକ। ଗାଁଗଣ୍ଡାରେ ଡ୍ରଗ୍‌ମାଫିଆ ଘୂରି ବୁଲୁଛନ୍ତି। ନିଯୁକ୍ତି ନ ଥିବାରୁ ବେକାର ଯୁବକମାନେ ନିଶାଗ୍ରସ୍ତ ହୋଇ ଅପରାଧ କରୁଛନ୍ତି। ଆଇନଶୃଙ୍ଖଳା ରକ୍ଷା ଓ ତଦନ୍ତକୁ ଅଲଗା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟରେ ତାହା କାର୍ଯ୍ୟକାରୀ କରାଯାଉ ନାହିଁ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଲେ, ରାଜ୍ୟ ସରକାର ବାହୁବଳ, ଧନବଳ ଓ ସରକାରୀ କଳକୁ ବ୍ୟବହାର କରୁଛନ୍ତି। ପ୍ରଶ୍ନ ପଚାରିଲେ ତଥ୍ୟ ସଂଗ୍ରହ ଉତ୍ତର ମିଳୁଛି। ବିରୋଧୀ ସରକାରଙ୍କୁ ଘେରିବା ବେଳେ ଶାସକ ଦଳ ସଭ୍ୟ ପ୍ରତାପ କେଶରୀ ଦେବ ବିରୋଧୀଙ୍କୁ ପାଲଟା ଆକ୍ରମଣ କରିଥିଲେ। ସେ କହିଥିଲେ, ରାଜ୍ୟରେ ଯଦି ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଥାଆନ୍ତା ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀ ୫ ଥର ଗାଦିରେ ବସାଇ ନ ଥାଆନ୍ତେ। ରାଜ୍ୟରେ ନିଖୋଜ ହୋଇଥିବା ୧୨୦୦ ଶିଶୁଙ୍କ ମଧ୍ୟରୁ ୮୦୦ ଉଦ୍ଧାର ହୋଇଛନ୍ତି।
ମୁଲତବୀ ଜବାବରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ଛାତ୍ର ବିଶୃଙ୍ଖଳା ନାହିଁ। କୋଭିଡ୍‌ ପରିଚାଳନାକୁ ପୋଲିସ ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ କରିଛି। କର୍ତ୍ତବ୍ୟ ପାଳନ ବେଳେ ୪୮ଜଣ ପୋଲିସ କର୍ମଚାରୀ କରୋନା ଯୋଦ୍ଧା ଭାବେ ଶହୀଦ ହୋଇଛନ୍ତି। ୧୫ଟି ନକ୍ସଲ ପ୍ରଭାବିତ ଜିଲାରୁ ୫ଟି ମୁକ୍ତ ହୋଇଛି। ୨୦୨୦ରେ ୧୬ଜଣ ମାଓବାଦୀ ପୋଲିସ ସହ ଗୁଳିବିନିମୟରେ ମୃତ୍ୟୁବରଣ କରିଛନ୍ତି। ୪୪ ମାଓବାଦୀ ଗିରଫ ହୋଇଥିବାବେଳେ ୨୧ ଜଣ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ପୋଲିସ ପାଇଁ ୩ଟି ସେତୁ ନିର୍ମାଣ କରାଯାଇଛି। ୨୦୨୦ରେ ଡକାୟତି ୧୨.୫ ପ୍ରତିଶତ, ଲୁଣ୍ଠନ ୧୩ ଓ ଚୋରି ୩ ପ୍ରତିଶତ କମିଛି। ରାଜ୍ୟରେ ଚୋରାଚାଲାଣ ବିରୋଧରେ ସ୍ବତନ୍ତ୍ର ଡ୍ରାଇଭ କରାଯାଇ ୩୧୧ଟି ମକଦ୍ଦମା ରୁଜୁ କରାଯାଇଥିବା ବେଳେ ୪୦୨ ଜଣଙ୍କୁ ଗିରଫ କରାଯାଇଛି। ବେଆଇନ ବାଲିଖନନ ଓ ପରିବହନ ବିରୋଧରେ ୧୭୩ଟି ମାମଲା ରୁଜୁ ହୋଇଛି। ୨୪୫ ଜଣଙ୍କୁ ଗିରଫ କରାଯାଇଛି। ବିରୋଧୀଙ୍କ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଖାରଜ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri