ବକ୍ସ କଲଭର୍ଟ କାମରେ ମନମାନି

ଜଗତ୍‌ସିଂହପୁର ଅଫିସ,୩୦ା୩: ଜଳ ସମ୍ପଦ ବିଭାଗ ଜଗତ୍‌ସିଂହପୁର ଡିଭିଜନର ମନମାନି ପୁଣି ପଦାକୁ ଆସିଛି। ଜଗତ୍‌ସିଂହପୁର ସହର ବଙ୍ଗଳା ଛକ ନିକଟ ପୋଷ୍ଟ ଅଫିସ ଛକରୁ ଏଲ୍‌ଆଇସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ୧୦ନଂ. ଡିଷ୍ଟ୍ରିବ୍ୟୁଟାରୀରେ କେନାଲ ଉପରେ ୩,୬୦,୬୮,୫୩୯ ଟଙ୍କା ବ୍ୟୟ ବରାଦରେ ଚାଲିଥିବା ବକ୍ସ କଲଭର୍ଟ ନିର୍ମାଣରେ ଅନିୟମିତତା ପ୍ରସଙ୍ଗକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏଥିସହ ଟାଟା ପାୱାର, ବିଏସ୍‌ଏନ୍‌ଏଲ୍‌, ପୂର୍ତ୍ତ ବିଭାଗ ଓ ଜଗତ୍‌ସିଂହପୁର ପୌର ପରିଷଦକୁ କାମ ପୂର୍ବରୁ ସୂଚନା ଦିଆଯାଇ ନ ଥିବାରୁ ସମ୍ଭାବ୍ୟ ପରିସ୍ଥିତିକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଭାଜପା ଓ କଂଗ୍ରେସ ପକ୍ଷରୁ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ଥାନୀୟ ଶ୍ରୀକୃଷ୍ଣ (ଏସ୍‌କେ) ଏକାଡେମୀ ଖେଳ ପଡିଆକୁ ଜବରଦଖଲରେ ରଖି ରଡ କଟାଠାରୁ ବାଇଡିଂ, ଗୋଡି, ସିମେଣ୍ଟ, ମେଟାଲ ଓ ବାଲି ଆଦି ଗଚ୍ଛିତ ରଖାଯିବାକୁ ନେଇ ଶିକ୍ଷାନୁଷ୍ଠାନ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହା ସତ୍ତ୍ବେ ଠିକାଦାରଙ୍କ ମନମାନି କମିନାହିଁ। ଶ୍ରମିକମାନଙ୍କୁ ନିୟୋଜିତ ପୂର୍ବରୁ ଠିକାଦାର ସମସ୍ତ ଶ୍ରମ ଆଇନକୁ ଉଲ୍ଲଂଘନ କରିଛନ୍ତି। ଯାହାକୁ ନେଇ ପ୍ରଭାଗୀୟ ଶ୍ରମ ଆୟୁକ୍ତ (ଡିଏଲ୍‌ସି) ବାବା ଆନନ୍ଦ ରଞ୍ଜନ ଦାଶ ଅସନ୍ତୋଷ ବ୍ୟକ୍ତ କରିବା ସହ ଠିକାଦାର ଶ୍ରାବଣୀ ଦଳାଇଙ୍କୁ ୭ ଦିନ ଭିତରେ ପଞ୍ଜୀକରଣ, ଲାଇସେନ୍ସ ଆଦି କରିବା ସହ ସେସ୍‌ ଆଦି ଜମା କରିବାକୁ ନୋଟିସ ଜାରି କରିଛନ୍ତି। ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ନୋଟିସରେ ଉଲ୍ଲେଖ ଅଛି, ଅନ୍ୟ କର୍ମଚାରୀମାନଙ୍କ ସହ ସେ ବକ୍ସ କଲଭର୍ଟ ନିର୍ମାଣସ୍ଥଳକୁ ଅନୁଧ୍ୟାନ ପାଇଁ ଯାଇଥିଲେ। ବଡ଼ କଥା ହେଲା ସେଠାରେ ଶ୍ରମିକମାନଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇ ନ ଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଆଇନ ଅନୁଯାୟୀ କାମ ଆରମ୍ଭ ପୂର୍ବରୁ ଶ୍ରମ ବିଭାଗକୁ ଅବଗତ କରାଯିବା କଥା। ଯାହା ହୋଇନାହିଁ। ନିର୍ମାଣ ପୂର୍ବରୁ ଭିତ୍ତିଭୂମି ଆଦିକୁ ନେଇ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ପଞ୍ଜୀକରଣ ପାଇଁ ଦରଖାସ୍ତ କରାବା ନିୟମ ଥିଲେ ସୁଦ୍ଧା ତାହା କରାଯାଇନାହିଁ । ନିର୍ମାଣରେ ହେବାକୁ ଥିବା ବ୍ୟୟ ଉପରେ ସେସ୍‌ ଦେବା ବାଧ୍ୟତାମୂଳକ। ଏ ନେଇ ଆବଶ୍ୟକ ଫର୍ମ-୧ରେ ଆବେଦନ କରିବା ଜରୁରୀ। କିନ୍ତୁ ତାହା କରାଯାଇନା ଶ୍ରମିକ ନିୟୋଜନ ପୂର୍ବରୁ ଠିକା ଶ୍ରମିକ ଆଇନ (ଆର୍‌ ଆଣ୍ଡ ଏ) ୧୯୭୦ର ଅନୁପାଳନ କରାଯିବା ଉଚିତ। ଅର୍ଥାତ୍‌ ଏହି ଅନୁଯାୟୀ ଲାଇସେନ୍ସ କରିବା ବାଧ୍ୟତାମୂଳକ ଥିଲେ ସୁଦ୍ଧା ତାହା ହୋଇନାହିଁ। ଅନୁଧ୍ୟାନ ସମୟରେ ୫ ଜଣ ଅନ୍ତରାଜ୍ୟ ଶ୍ରମିକଙ୍କୁ କାମରେ ଲଗାଯାଇଥିବା ଦେଖିବାକୁ ମିଳିଥିଲା। ବିନା ଲାଇସେନ୍ସରେ ଏଭଳି ଚାଲିଥିବାରୁ ଡିଏଲ୍‌ସି ଅସନ୍ତୋଷ ପ୍ରକାଶ କରିବା ସହ ଠିକାଦାରଙ୍କୁ ନୋଟିସ୍‌ କରିଥିବା ଜଣାଯାଇଛି ।
ତେବେ ଠିକାଦାର କାହା ବଳରେ ଏଭଳି ମନମାନି କରି ପାରୁଛନ୍ତି ତାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି। ଜଗତ୍‌ସିଂହପୁର ଜଳ ସମ୍ପଦ ଡିଭିଜନ ତତ୍ତ୍ବାବଧାନରେ କାମ ଚାଲିଥିଲେ ସୁଦ୍ଧା ବିଭାଗ ଆଖି ବୁଜି ଦେଇଛି। କେବଳ ବିଭାଗ ନୁହେଁ, ଜିଲା ପ୍ରଶାସନ ମଧ୍ୟ ନୀରବ ରହିଛି। ଚଳିତମାସ ପ୍ରଥମ ସପ୍ତାହରେ ଜିଲାପାଳଙ୍କ ଅନୁପସ୍ଥିତିକ୍ରମେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ କିଛିଦିନ ଜିଲାପାଳ ଦାୟିତ୍ୱରେ ଥିଲେ। ଗତ ୨ ତାରିଖରେ ଧରିତ୍ରୀରେ ପ୍ରକାଶିତ ଖବରକୁ ନେଇ ତତ୍କାଳୀନ ଭାଜପ୍ରାପ୍ତ ଜିଲାପାଳ ସାହୁ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କଠାରୁ ଏ ସଂକ୍ରାନ୍ତରେ ୭ ଦିନ ମଧ୍ୟରେ ତଥ୍ୟ ଭିତ୍ତିକ ଉତ୍ତର ମାଗିଥିଲେ। କିନ୍ତୁ ଏହା ଭିତରେ ୨୫ ଦିନ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ଅଧିକ୍ଷଣ ଯନ୍ତ୍ରୀ ଉତ୍ତର ଦେଇ ନ ଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ସାହୁଙ୍କୁ ପଚାରିବାରୁ ଏହା ଭିତରେ ଜିଲାପାଳ ପାରୁଲ ପଟାୱରୀ କାର୍ଯ୍ୟରେ ଯୋଗ ଦେଇ ସାରିଥିବାରୁ ଅଧୀକ୍ଷଣ ଯନ୍ତ୍ରୀ ଜିଲାପାଳଙ୍କୁ କ’ଣ ଉତ୍ତର ଦେଲେ ତାହା ସେ ଜାଣିନାହାନ୍ତି ବୋଲି କହିଛନ୍ତି। ଜିଲା ମୁଖ୍ୟାଳୟ ପୁଣି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଯଦି ଏଭଳି ଚାଲିଛି ତେବେ ଜିଲାରେ ଅନ୍ୟ କାମ କିପରି ହେଉଥିବ ବୋଲି ସାଧାରଣରେ ଆଙ୍ଗୁଳି ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?