ବକ୍ସ କଲଭର୍ଟ କାମରେ ମନମାନି

ଜଗତ୍‌ସିଂହପୁର ଅଫିସ,୩୦ା୩: ଜଳ ସମ୍ପଦ ବିଭାଗ ଜଗତ୍‌ସିଂହପୁର ଡିଭିଜନର ମନମାନି ପୁଣି ପଦାକୁ ଆସିଛି। ଜଗତ୍‌ସିଂହପୁର ସହର ବଙ୍ଗଳା ଛକ ନିକଟ ପୋଷ୍ଟ ଅଫିସ ଛକରୁ ଏଲ୍‌ଆଇସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ୧୦ନଂ. ଡିଷ୍ଟ୍ରିବ୍ୟୁଟାରୀରେ କେନାଲ ଉପରେ ୩,୬୦,୬୮,୫୩୯ ଟଙ୍କା ବ୍ୟୟ ବରାଦରେ ଚାଲିଥିବା ବକ୍ସ କଲଭର୍ଟ ନିର୍ମାଣରେ ଅନିୟମିତତା ପ୍ରସଙ୍ଗକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏଥିସହ ଟାଟା ପାୱାର, ବିଏସ୍‌ଏନ୍‌ଏଲ୍‌, ପୂର୍ତ୍ତ ବିଭାଗ ଓ ଜଗତ୍‌ସିଂହପୁର ପୌର ପରିଷଦକୁ କାମ ପୂର୍ବରୁ ସୂଚନା ଦିଆଯାଇ ନ ଥିବାରୁ ସମ୍ଭାବ୍ୟ ପରିସ୍ଥିତିକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଭାଜପା ଓ କଂଗ୍ରେସ ପକ୍ଷରୁ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ଥାନୀୟ ଶ୍ରୀକୃଷ୍ଣ (ଏସ୍‌କେ) ଏକାଡେମୀ ଖେଳ ପଡିଆକୁ ଜବରଦଖଲରେ ରଖି ରଡ କଟାଠାରୁ ବାଇଡିଂ, ଗୋଡି, ସିମେଣ୍ଟ, ମେଟାଲ ଓ ବାଲି ଆଦି ଗଚ୍ଛିତ ରଖାଯିବାକୁ ନେଇ ଶିକ୍ଷାନୁଷ୍ଠାନ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହା ସତ୍ତ୍ବେ ଠିକାଦାରଙ୍କ ମନମାନି କମିନାହିଁ। ଶ୍ରମିକମାନଙ୍କୁ ନିୟୋଜିତ ପୂର୍ବରୁ ଠିକାଦାର ସମସ୍ତ ଶ୍ରମ ଆଇନକୁ ଉଲ୍ଲଂଘନ କରିଛନ୍ତି। ଯାହାକୁ ନେଇ ପ୍ରଭାଗୀୟ ଶ୍ରମ ଆୟୁକ୍ତ (ଡିଏଲ୍‌ସି) ବାବା ଆନନ୍ଦ ରଞ୍ଜନ ଦାଶ ଅସନ୍ତୋଷ ବ୍ୟକ୍ତ କରିବା ସହ ଠିକାଦାର ଶ୍ରାବଣୀ ଦଳାଇଙ୍କୁ ୭ ଦିନ ଭିତରେ ପଞ୍ଜୀକରଣ, ଲାଇସେନ୍ସ ଆଦି କରିବା ସହ ସେସ୍‌ ଆଦି ଜମା କରିବାକୁ ନୋଟିସ ଜାରି କରିଛନ୍ତି। ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ନୋଟିସରେ ଉଲ୍ଲେଖ ଅଛି, ଅନ୍ୟ କର୍ମଚାରୀମାନଙ୍କ ସହ ସେ ବକ୍ସ କଲଭର୍ଟ ନିର୍ମାଣସ୍ଥଳକୁ ଅନୁଧ୍ୟାନ ପାଇଁ ଯାଇଥିଲେ। ବଡ଼ କଥା ହେଲା ସେଠାରେ ଶ୍ରମିକମାନଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇ ନ ଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଆଇନ ଅନୁଯାୟୀ କାମ ଆରମ୍ଭ ପୂର୍ବରୁ ଶ୍ରମ ବିଭାଗକୁ ଅବଗତ କରାଯିବା କଥା। ଯାହା ହୋଇନାହିଁ। ନିର୍ମାଣ ପୂର୍ବରୁ ଭିତ୍ତିଭୂମି ଆଦିକୁ ନେଇ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ପଞ୍ଜୀକରଣ ପାଇଁ ଦରଖାସ୍ତ କରାବା ନିୟମ ଥିଲେ ସୁଦ୍ଧା ତାହା କରାଯାଇନାହିଁ । ନିର୍ମାଣରେ ହେବାକୁ ଥିବା ବ୍ୟୟ ଉପରେ ସେସ୍‌ ଦେବା ବାଧ୍ୟତାମୂଳକ। ଏ ନେଇ ଆବଶ୍ୟକ ଫର୍ମ-୧ରେ ଆବେଦନ କରିବା ଜରୁରୀ। କିନ୍ତୁ ତାହା କରାଯାଇନା ଶ୍ରମିକ ନିୟୋଜନ ପୂର୍ବରୁ ଠିକା ଶ୍ରମିକ ଆଇନ (ଆର୍‌ ଆଣ୍ଡ ଏ) ୧୯୭୦ର ଅନୁପାଳନ କରାଯିବା ଉଚିତ। ଅର୍ଥାତ୍‌ ଏହି ଅନୁଯାୟୀ ଲାଇସେନ୍ସ କରିବା ବାଧ୍ୟତାମୂଳକ ଥିଲେ ସୁଦ୍ଧା ତାହା ହୋଇନାହିଁ। ଅନୁଧ୍ୟାନ ସମୟରେ ୫ ଜଣ ଅନ୍ତରାଜ୍ୟ ଶ୍ରମିକଙ୍କୁ କାମରେ ଲଗାଯାଇଥିବା ଦେଖିବାକୁ ମିଳିଥିଲା। ବିନା ଲାଇସେନ୍ସରେ ଏଭଳି ଚାଲିଥିବାରୁ ଡିଏଲ୍‌ସି ଅସନ୍ତୋଷ ପ୍ରକାଶ କରିବା ସହ ଠିକାଦାରଙ୍କୁ ନୋଟିସ୍‌ କରିଥିବା ଜଣାଯାଇଛି ।
ତେବେ ଠିକାଦାର କାହା ବଳରେ ଏଭଳି ମନମାନି କରି ପାରୁଛନ୍ତି ତାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି। ଜଗତ୍‌ସିଂହପୁର ଜଳ ସମ୍ପଦ ଡିଭିଜନ ତତ୍ତ୍ବାବଧାନରେ କାମ ଚାଲିଥିଲେ ସୁଦ୍ଧା ବିଭାଗ ଆଖି ବୁଜି ଦେଇଛି। କେବଳ ବିଭାଗ ନୁହେଁ, ଜିଲା ପ୍ରଶାସନ ମଧ୍ୟ ନୀରବ ରହିଛି। ଚଳିତମାସ ପ୍ରଥମ ସପ୍ତାହରେ ଜିଲାପାଳଙ୍କ ଅନୁପସ୍ଥିତିକ୍ରମେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ କିଛିଦିନ ଜିଲାପାଳ ଦାୟିତ୍ୱରେ ଥିଲେ। ଗତ ୨ ତାରିଖରେ ଧରିତ୍ରୀରେ ପ୍ରକାଶିତ ଖବରକୁ ନେଇ ତତ୍କାଳୀନ ଭାଜପ୍ରାପ୍ତ ଜିଲାପାଳ ସାହୁ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କଠାରୁ ଏ ସଂକ୍ରାନ୍ତରେ ୭ ଦିନ ମଧ୍ୟରେ ତଥ୍ୟ ଭିତ୍ତିକ ଉତ୍ତର ମାଗିଥିଲେ। କିନ୍ତୁ ଏହା ଭିତରେ ୨୫ ଦିନ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ଅଧିକ୍ଷଣ ଯନ୍ତ୍ରୀ ଉତ୍ତର ଦେଇ ନ ଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ସାହୁଙ୍କୁ ପଚାରିବାରୁ ଏହା ଭିତରେ ଜିଲାପାଳ ପାରୁଲ ପଟାୱରୀ କାର୍ଯ୍ୟରେ ଯୋଗ ଦେଇ ସାରିଥିବାରୁ ଅଧୀକ୍ଷଣ ଯନ୍ତ୍ରୀ ଜିଲାପାଳଙ୍କୁ କ’ଣ ଉତ୍ତର ଦେଲେ ତାହା ସେ ଜାଣିନାହାନ୍ତି ବୋଲି କହିଛନ୍ତି। ଜିଲା ମୁଖ୍ୟାଳୟ ପୁଣି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଯଦି ଏଭଳି ଚାଲିଛି ତେବେ ଜିଲାରେ ଅନ୍ୟ କାମ କିପରି ହେଉଥିବ ବୋଲି ସାଧାରଣରେ ଆଙ୍ଗୁଳି ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri