ମା’ ହିଙ୍ଗୁଳାଙ୍କ ପାଇଁ ଚାନ୍ଦୁଆ କିଣିଥିଲି

ପିଲାଟି ଦିନରୁ ଏକ ସାଂଗୀତିକ ପରିବାର ଭିତରେ ବଢ଼ି ଆସିଥିଲି। ବାପାଙ୍କ କଣ୍ଠରୁ ଓଡ଼ିଶୀ, ଛାନ୍ଦ, ଚମ୍ପୂ ଶୁଣୁଥିଲି। ମାଆ ବି ଭଜନ, ଜଣାଣ, ଛାନ୍ଦ, ଚମ୍ପୂ, ଚଉପଦୀ, ମଥୁରା ମଙ୍ଗଳ ଗାଇବା ସହିତ ଭାଗବତ ପୁରାଣ ପଢୁଥିଲା। ସବୁକୁ ଶୁଣି ଶୁଣି ମୁଁ ମଧ୍ୟ କେତେବେଳେ କେମିତି ଗୋଟେ ଗୋଟେ ଗାଉଥିଲି। ପାଠପଢ଼ା ଅଧାରୁ ମୋର ବିବାହ ହୋଇଗଲା। ପରିବାରର ଦାୟିତ୍ୱ, ଜୀବନ ଜଞ୍ଜାଳ ଭିତରୁ ପ୍ରତିଦିନ କିଛି କିଛି ସମୟ ବାହାରକରି ରେଡିଓରୁ ଗୀତ ଶୁଣେ, ବିଭିନ୍ନ ପତ୍ରପତ୍ରିକା ପଢ଼େ। ତା’ସହ ଓଡ଼ିଆ ଚଳଚ୍ଚିତ୍ର ମଧ୍ୟ ଦେଖେ। ନିୟମିତ ପତ୍ରପତ୍ରିକା ପଢ଼ିବା ଭିତରେ ମୋର କାହିଁକି ଲେଖାଲେଖି କରିବାକୁ ଇଚ୍ଛା ହେଲା। ଯା’ହେଉ ମା’ ଆଦିଶକ୍ତିଙ୍କ ଅପାର କରୁଣାରୁ ମୁଁ ଲେଖନି ଧରିଲି। ଏଥିପାଇଁ ସମାଜରୁ ମୋତେ ସେତେବେଳେ ଅନେକ ସମାଲୋଚନା ଶୁଣିବାକୁ ପଡ଼ିଥିଲା। କିନ୍ତୁ ମା’ବାପାଙ୍କ ଆଶୀର୍ବାଦ, ସ୍ବାମୀଙ୍କ ସହମତି ଓ ସହଯୋଗ ଯୋଗୁ ଆଗକୁ ବଢ଼ି ସାମାଜିକ ପ୍ରତିବନ୍ଧକକୁ ସହଜରେ ଏଡ଼ାଇ ଯାଇ ସାହିତ୍ୟର ବିଭିନ୍ନ ବିଭାଗରେ କଲମ ଚାଳନା କରିବାରେ ସକ୍ଷମ ହେଲି। ଅନେକ କବିତା, ଶିଶୁ କବିତା, ପ୍ରବନ୍ଧ, ସମାଲୋଚନା, ରମ୍ୟ ରଚନା, ଗଳ୍ପ, ନାଟକ, ଗୀତିନାଟ୍ୟ ଆଦି ଲେଖିଥିଲେ ମଧ୍ୟ ଭକ୍ତି ଗୀତ, ଆଧୁନିକ ଗୀତିକବିତାରେ ମୋର ଅଧିକ ଦଖଲ ରହିଛି ବୋଲି ମୁଁ ଭାବେ। ଦୀର୍ଘ ୩୬ ବର୍ଷର ସାହିତ୍ୟ ସାଧନା ଭିତରେ ଗୀତିକବି ଭାବେ ମୁଁ ଅଧିକ ପରିଚିତ ହୋଇଛି ପାଠିକା/ପାଠକଙ୍କ ନିକଟରେ। ଶତାଧିକ ପତ୍ରପତ୍ରିକାରେ ମୋ ଲେଖା ପ୍ରକାଶିତ ହୋଇଛି, ଅନେକ ସ୍ବୀକୃତିପ୍ରାପ୍ତ ସାହିତ୍ୟ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ, ସମ୍ମାନିତ ବି ହୋଇଛି। କିନ୍ତୁ ଆଜି ବି ମୋର ଲେଖା ପଢ଼ି କେହି ପାଠକ ଫୋନ୍‌ଟିଏ କଲେ ମୋତେ ଅଧିକ ଖୁସି ଲାଗେ ଏବଂ ସାଧନାର ସଫଳତା ଅନୁଭବ କରେ। ମୁଁ ଜଣେ ସାଧାରଣ ଗୃହିଣୀ, ଘରର ଚାରିକାନ୍ଥ ଭିତରେ ମୋ ଦୁନିଆ। ଘରର ଖର୍ଚ୍ଚ, ପିଲାଛୁଆଙ୍କ ପାଠପଢ଼ା ପାଇଁ ସବୁବେଳେ ସ୍ବାମୀଙ୍କ ଉପରେ ନିର୍ଭର କରିବାକୁ ପଡ଼େ। ତେବେ ୨୦୦୩ରେ ଆକାଶବାଣୀ, କଟକ କେନ୍ଦ୍ରର ନାରୀ ମହଲ କାର୍ଯ୍ୟକ୍ରମରେ ପ୍ରଥମଥର ପାଇଁ ମୋତେ କବିତା ପଢ଼ିବାର ସୁଯୋଗ ମିଳିଥିଲା; ଯାହା ଥିଲା ନାରୀ ଜୀବନର କଥାକୁ ନେଇ। ଏଥିପାଇଁ ମୋତେ ସେତେବେଳେ ୭୦୦ ଟଙ୍କା ମିଳିଥିଲା; ଯାହାକି ଥିଲା ମୋ ଜୀବନର ପ୍ରଥମ ରୋଜଗାର। ମା’ ଆଦିଶକ୍ତିଙ୍କ କୃପାରୁ ଲେଖିନି ଧରିଥିଲି, ତେଣୁ ପ୍ରଥମ ପାରିଶ୍ରମିକ ଟଙ୍କାରେ ଆମ ତାଳଚେର ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପାଇଁ ପିପିଲିରୁ ଛତି ଚାନ୍ଦୁଆଟିଏ କିଣି ନେଇ ଲାଗି କରାଇଥିଲି; ଯାହାକି ମୋତେ ଅଶେଷ ଆନନ୍ଦ ଦେଇଥିଲା। ପରବର୍ତ୍ତୀ ସମୟରେ ଅନେକଥର ନାରୀ ମହଲ, ଶିଶୁ ସଂସାରରେ ମୋର କବିତା ପ୍ରସାରିତ ହୋଇଛି। ଏପରି କି ବିଭିନ୍ନ ଟେଲିଭିଜନ ଚ୍ୟାନେଲ୍‌ ପାଇଁ ବି କାମ କରି କିଛି ରୋଜଗାର ମଧ୍ୟ କରିଛି। ହେଲେ ସେଦିନର ପ୍ରଥମ ପାଉଣା ମୋ ଭିତରେ ଭରିଦେଇଥିଲା ପହିଲି ପୁଲକ; ଯାହା ମୋ ପାଇଁ ଆଜି ବି ଅଭୁଲା ଦିନଟିଏ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ…

ଜଳୁନି ଷ୍ଟ୍ରିଟ ଲାଇଟ: ଚେତାବନୀ ଦେଲେ ଲକ୍ଷ୍ମୀପୁର ଗ୍ରାମବାସୀ, ପଞ୍ଚାୟତ ନିର୍ବାଚନରେ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ସରକାର ପଞ୍ଚାୟତର ବିକାଶ ହେଉଛି ବୋଲି ଡିଣ୍ଡିପ ପିଟୁଥିବାବେଳେ ଏବେ ବି କିଛି ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର…

ଛାତରୁ ଖସୁଛି କଂକ୍ରିଟ୍‌, ତଳେ ପଢ଼ୁଛନ୍ତି ପିଲା: ଶ୍ରେଣୀଗୃହରେ ଜମୁଛି ପାଣି

ଆନନ୍ଦପୁର,୨୬।୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ମନୋହରପୁର ପଞ୍ଚାୟତ ମନୋହରପୁର ଉଚ୍ଚ ବିଦ୍ୟାଳୟ ଅବହେଳିତ ହୋଇପଡ଼ିଛି। ଶ୍ରେଣୀଗୃହ ଭଗ୍ନ ଅବସ୍ଥାରେ ଥିବାବେଳେ ଛାତରୁ…

ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କଲା GIVA; କୃତି ସାନନଙ୍କ ପୋଷାକକୁ ନେଇ ହଙ୍ଗାମା

ମୁମ୍ବାଇ,୨୬।୮: ଅଳଙ୍କାର ବ୍ରାଣ୍ଡ GIVA ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ସହିତ ତାଙ୍କର ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ କୃତି ସାନନ ପିନ୍ଧିଥିବା ପୋଷାକକୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ବୃଦ୍ଧ ମାତାପିତାଙ୍କ ପ୍ରତି ଅତ୍ୟାଚାର କରୁଥିବା ପିଲାମାନଙ୍କୁ ମିଳବ ନାହିଁ ସମ୍ପତ୍ତିରେ ଅଧିକାର

ଲକ୍ଷ୍ନୌ,୨୬।୮: ଉତ୍ତର ପ୍ରଦେଶରେ, ବୃଦ୍ଧ ମାତାପିତା ଏବେ ସେମାନଙ୍କୁ ଅବହେଳା କିମ୍ବା ଦୁର୍ବ୍ୟବହାର କରୁଥିବା ପିଲାମାନଙ୍କୁ ସହଜରେ ସମ୍ପତ୍ତିରୁ ବେଦଖଲ କରିପାରିବେ। ବରିଷ୍ଠ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ…

ବୟଫ୍ରେଣ୍ଡଙ୍କ କାର୍‌ରେ ୩୪୦୦ ଚୁମ୍ବନ ଦେଲେ ଗର୍ଲଫ୍ରେଣ୍ଡ: ଶେଷରେ ଭୋଗିବାକୁ ପଡ଼ିଲା…

ଗ୍ବାଲିୟର, ୨୬।୮:ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ପ୍ରେମ ପ୍ରକାଶର ଏକ ଅଜବ ଉପାୟ ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ବାଲିୟରରେ ଜଣେ ଯୁବତୀ ନିଜ ପ୍ରେମିକଙ୍କ…

ରକ୍ଷାବନ୍ଧନରେ ହେଉଛି ଅଦ୍ଭୁତ ତ୍ରିବେଣୀ ସଂଗମ: ଏହି ଶୁଭ ମୁହୂର୍ତ୍ତରେ ରାକ୍ଷୀ ବାନ୍ଧିଲେ ଚମକିବ ଭାଇଙ୍କ ଭାଗ୍ୟ!

ରକ୍ଷାବନ୍ଧନ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ। ଏହି ପର୍ବରେ ଯେତେବେଳେ ଶୁଭ ଯୋଗ ଗଠିତ ହୁଏ, ସେତେବେଳେ ଏହାର ମହତ୍ତ୍ୱ ଆହୁରି ବଢ଼ିଯାଏ। ଚଳିତ ବର୍ଷ ଅଗଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri