Posted inଖେଳ

ପାକିସ୍ତାନରେ ଜନ୍ମ, ପାଇଲଟ୍‌ ଭାବେ ତାଲିମ ପ୍ରାପ୍ତ…ଫିଲ୍ମଠାରୁ କମ୍‌ ନୁହେଁ ଅଷ୍ଟ୍ରେଲିୟ କ୍ରିକେଟରଙ୍କ କାହାଣୀ…

ଅହମ୍ମଦାବାଦ,୧୦।୩: ଏଠାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଉଲ୍ଲେଖନୀୟ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ଅଷ୍ଟ୍ରେଲିୟ ଓପନର୍‌ ଉସ୍‌ମାନ ଖ୍ବାଜା। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲର୍‌ଙ୍କ ମୁକାବିଲା କରି ୧୮୦ ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ଦଶ ଘଣ୍ଟା ଧରି ବ୍ୟାଟିଂ କରି ୪୨୨ ବଲ୍‌ର ସାମ୍ନା କରିଥିଲେ। ଖ୍ବାଜାଙ୍କ ଏହି ଇନିଂସ ବଳରେ ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ୪୮୦ରନ୍‌ର ବିଶାଳ ସ୍କୋର କରିବାରେ ସଫଳ ହୋଇଥିଲା।

ତେବେ ଖ୍ବାଜାଙ୍କ କ୍ରିକେଟରେ ଯାତ୍ରା କୌଣସି ଫିଲ୍ମକାହାଣୀଠାରୁ କମ୍‌ ନୁହେଁ। ୧୯୮୬ ଡିସେମ୍ବର ୧୮ରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ତାଙ୍କର ଜନ୍ମ। ୫ ବର୍ଷର ହୋଇଥିବା ବେଳେ ସେ ମାତାପିତାଙ୍କ ସହ ଅଷ୍ଟ୍ରେଲିଆ ଚାଲିଯାଇଥିଲେ। ପରେ ନ୍ୟୁ ସାଉଥ୍‌ ଓ୍ବେଲ୍ସରେ ତାଙ୍କର ବାକି ପିଲାଦିନ ବିତିଥିଲା। ସେଠାର ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ କରିବା ପରେ ସେ ପାଇଲଟ୍‌ ଲାଇସେନ୍ସ ହାସଲ କରିଥିଲେ। ହେଲେ କ୍ରିକେଟ ପ୍ରତି ଥିବା ଭଲପାଇବା ଯୋଗୁ ସେ ପାଇଲଟ୍‌ ଚାକିରି ଛାଡ଼ିଥିଲେ।

ପାଠପଢ଼ା ସହ ଖ୍ବାଜାଙ୍କ କ୍ରିକେଟ କ୍ୟାରିୟର ବହୁତ କମ୍‌ ବୟସରୁ ଆରମ୍ଭ ହୋଇଥିଲା। ସେ ନ୍ୟୁ ସାଉଥ୍‌ ଓ୍ବେଲ୍ସ ଅଣ୍ଡର-୧୭ ଟିମ୍‌ ଲାଗି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ଏବଂ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଟିମ୍‌ର ପ୍ରତିନିଧିତ୍ୱ କରିଥିଲେ। ୨୦୦୮ରେ ସେ ନ୍ୟୁ ସାଉଥ୍‌ ଓ୍ବେଲ୍ସ ତରଫରୁ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ। ନିଜର ଜବରଦସ୍ତ ବ୍ୟାଟିଂ ଯୋଗୁ ସେ ଅଷ୍ଟ୍ରେଲିଆ-ଏ ଟିମ୍‌ରେ ସ୍ଥାନ ପାଇଥିଲେ। ପରେ ତାଙ୍କୁ ୨୦୧୦-୧୧ରେ ଇଲଂଣ୍ଡ ସିରିଜ ଲାଗି ଜାତୀୟ ଦଳରେ ସ୍ଥାନ ମିଳିଥିଲା। ୨୦୧୧ ଜାନୁୟାରୀରେ ଇଲଂଣ୍ଡ ବିପକ୍ଷ ସିଡନୀ ଟେଷ୍ଟରେ ଟେଷ୍ଟ ଡେବ୍ୟୁ କରିଥିଲେ ସେ।

ଏଯାବତ ଖ୍ବାଜା ଅଷ୍ଟ୍ରେଲିଆ ପାଇଁ ୬୦ ଟେଷ୍ଟ, ୪୦ ଦିନିକିଆ ଏବଂ ୯ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟ କ୍ରିକେଟରେ ସେ ଏଯାବତ ୪୪୯୫ ରନ୍‌ କରିଛନ୍ତି। ଏଥିରେ ୧୪ ଶତକ ରହିଛି। ଦିନିକିଆରେ ସେ ୧୫୫୪ ଏବଂ ଟି୨୦ରେ ସେ ୨୪୧ ରନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷେ ନପୂରୁଣୁ ଭୁଶୁଡ଼ିଲା ପୋଲର ଗାର୍ଡ ୱାଲ୍, ରାସ୍ତାରେ ଫାଟକୁ ନେଇ ଜନଅସନ୍ତୋଷ

ଥୁଆମୂଳ ରାମପୁର, ୮ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଓଡ୍ରୀ ଗ୍ରାମପଞ୍ଚାୟତର ଦୋଳଗୁଡ଼ା ଠାରେ ବ୍ୟାପକ ସରକାରୀ ଅନୁଦାନ ହରିଲୁଟ୍‌ର ଚିତ୍ର…

ବଦଳିବ ଗ୍ରାମୀଣ ଚେହେରା, ଆଦର୍ଶ ଗ୍ରାମ ଯୋଜନାରେ ଗଞ୍ଜାମ ଜିଲାର ୧୮୧ ଗାଁ

ଛତ୍ରପୁର,୮।୭(ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ମନ୍ତ୍ରଣାଳୟର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଗତ ୯ ଟି ଆର୍ଥିକ ବର୍ଷର ଗଞ୍ଜାମ…

ମୁଖ୍ୟରାସ୍ତା ପାର୍ଶ୍ବରେ ମଦ ଦୋକାନ ଖୋଲିବାକୁ ବିରୋଧ, ଅବକାରୀ-ଥାନାରେ ଅଭିଯୋଗ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଓ ବଲାଙ୍ଗୀର ଜିଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ନିଶାନ୍ତ ବାର ଖୋଲିବାକୁ ୱାର୍ଡବାସୀ ବିରୋଧ କରି ଜିଲାପାଳ, ଜିଲା…

ବନ୍ୟା ପରିଚାଳନା ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା, ଅଣମୌସୁମୀ ଜଳ ବିବାଦ ପ୍ରଶ୍ନରେ ଚୁପ୍ ରହିଲେ ଛତିଶଗଡ଼ ଅଧିକାରୀ

​ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ହୀରାକୁଦ ଅଶୋକ ନିବାସଠାରେ ବୁଧବାର ଓଡ଼ିଶା ଏବଂ ଛତିଶଗଡ଼ ଜଳସମ୍ପଦ ବିଭାଗ ସମେତ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ଯୁସି)ର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏକ…

ସମ୍ବଲପୁର ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ, ମହିଳାଙ୍କୁ କହିଲେ ଇନଷ୍ଟାଗ୍ରାମରେ….

ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ସମ୍ପ୍ରତ୍ତି କେବଳ ମହିଳାଙ୍କ ବିକାଶ ନୁହେଁ, ବରଂ ମହିଳାମାନଙ୍କ ନେତୃତ୍ୱରେ ସମାଜର ସର୍ବାଙ୍ଗୀନ ବିକାଶ ହେଉଛି। ମହିଳାଙ୍କ ବିକାଶରେ ମିଶନ ଶକ୍ତି ଓ ସୁଭଦ୍ରା…

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

ଚୌଦ୍ୱାର ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିଲେ କାଉନସିଲର ସୁବ୍ରତ ସାମଲ, ଦର୍ଶାଇଲେ ଏହି କାରଣ

ଚୌଦ୍ବାର,୮।୭: ବିଜେଡିରୁ ଇସ୍ତଫା ଦେଲେ ଚୌଦ୍ୱାର ୧୨ନଂ ୱାର୍ଡ କାଉନସିଲର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୁବ୍ରତ ସାମଲ ଇସ୍ତଫା ପତ୍ର ପଠାଇଛନ୍ତି । ତାଙ୍କର…

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଏବେଠୁ କର୍ମୀଙ୍କୁ କର୍ଣ୍ଣମନ୍ତ୍ର ଦେବାକୁ ବିଜେଡିର ମେଳି

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଏବେଠାରୁ ଗାଁଗାଁରେ ଲୋକଙ୍କୁ ବିଭିନ୍ନ ଦଳ ପକ୍ଷରୁ ଦିଆଯାଉଛି ମନ୍ତ୍ରଣା। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri