୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ, ଶିକ୍ଷା, ଶିଶୁଙ୍କ ଖାଦ୍ୟ, ମା’ମାନଙ୍କ ପାଇଁ ଟଙ୍କା ପାଇଛୁ। ଦ୍ରୋହୀ ହେବୁ ନାହିଁ। ଆନ୍ଧ୍ର, ଓଡ଼ିଶା ଦୁଇ ରାଜ୍ୟ ପାଇଁ ଭୋଟ ଦେବୁ। ସକାଳୁ ଆନ୍ଧ୍ର ଯିବୁ ସେଠାରୁ ଫେରି ଓଡ଼ିଶା ବୁଥ୍‌ରେ ଭୋଟ ଦେବୁ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି ସୀମାନ୍ତବାସୀ। ଆଙ୍ଗୁଠିରେ ଭୋଟ କାଳି ଲାଗିଥିବ, ଦୁଇ ରାଜ୍ୟରେ ଭୋଟ କେମିତି ଦେବ ବୋଲି ପ୍ରଶ୍ନର ଉତ୍ତରରେ ଆନ୍ଧ୍ର ବୁଥ୍‌ରେ ଭୋଟ କାଳି ଲଗେଇବେ ନାହିଁ, ଯିଏ ପଚାରିଲେ ମାଓବାଦୀମାନେ ଭୋଟ ଦେବାକୁ ମନା କରିଛନ୍ତି। ଦେଲେ ଜୀବନରୁ ମାରିଦେବେ ଧମକ ଦେଇଛନ୍ତି ବୋଲି କହିବାକୁ ଆନ୍ଧ୍ରରୁ ଆସୁଥିବା ନେତା ଓ ଅଧିକାରୀମାନେ ସେମାନଙ୍କୁ ଶିଖାଇଥିବା ସେମାନେ ପ୍ରକାଶ କରିଛନ୍ତି। ଏ କଥା ନନ୍ଦପୁର ବ୍ଲକ ସୀମାନ୍ତ ଗୋଲୁର, ପାନ୍ଥଲୁଙ୍ଗ, ଚାଟୁଆ, ଖିନବର ବିଲାପୁଟ ପଞ୍ଚାୟତର ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ଗ୍ରାମର ଭୋଟରଙ୍କ ମୁହଁରୁ ଶୁଣିବାକୁ ମିଳୁଛି।

ପ୍ରକାଶ ଯେ, ନନ୍ଦପୁର ବ୍ଲକ ଅଧୀନରେ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ, ଗୋଲୁର, ଚାଟୁଆ, ବିଲାପୁଟ, ଖିନବର ପଞ୍ଚାୟତର ଅଧିକାଂଶ ଗ୍ରାମବାସୀଙ୍କ ନିକଟରେ ୨ରାଜ୍ୟର ଭୋଟର, ଆଧାର, ରାଶନ ଓ କୁଲି କାର୍ଡ ରହିଛି। ଗ୍ରାମବାସୀ ୨ ରାଜ୍ୟର ସରକାରୀ ଯୋଜନାର ହିତାଧିକାରୀ ଭାବେ ଉଭୟ ରାଜ୍ୟର ଭତ୍ତା ଟଙ୍କା, ଆବାସ ଘର, ବିଦ୍ୟୁତ୍‌ ସଂଯୋଗ, ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ଶିକ୍ଷା ସୁବିଧା, ଆମ୍ମାବାଡ଼ି ଯୋଜନାରେ ମା’ଙ୍କୁ ଟଙ୍କା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମଜୁରି, ଯୋଗାଣ ସାମଗ୍ରୀ, ପାନୀୟ ଜଳ, ସ୍ବାସ୍ଥ୍ୟସେବା ସୁବିଧା, ମହିଳା ଗୋଷ୍ଠୀଋଣ ଆଦି ବହୁ ସୁବିଧା ପାଉଛନ୍ତି। ଆଗକୁ ଗୋଟିଏ ଦିନରେ ୨ ରାଜ୍ୟର ନିର୍ବାଚନ ରହିଛି। ୨ ରାଜ୍ୟ ସରକାରଙ୍କ ସୁବିଧା ପାଇଛୁ। ପ୍ରଥମ ପର୍ଯ୍ୟାୟରେ ମେ ୧୩ ତାରିଖରେ ହେଉଥିବା ଭୋଟ ସକାଳୁ ଯାଇ ଆନ୍ଧ୍ର ବୁଥ୍‌ରେ ଦେଇ ଆସି ଅପରାହ୍ନରେ ଓଡ଼ିଶା ସରକାରଙ୍କ ନନ୍ଦପୁର ବ୍ଲକ ପ୍ରଶାସନ ଦ୍ବାରା ସ୍ଥାପିତ ବୁଥ୍‌ରେ ଭୋଟ ଦେବେ ବୋଲି ପାନ୍ଥଲୁଙ୍ଗ ପଞ୍ଚାୟତର ସୁଡୁବ, ସାରିଆପାଲି, ଜରାଇ, ପ୍ରଧାନିପୁଟ, ରାତୁଲପୁଟ, ଶୋଭାପୁଟ, ବୁସିପୁଟ, ଅଣ୍ଡରଗୁଡ଼ା ଗ୍ରାମ ଭୋଟର ଗୋଲୁର ପଞ୍ଚାୟତର ରାଇ ପାହାଡ଼, ମାଝିଗୁଡ଼ା, ଚୁଆଫୁଲ, ଚାଟୁଆ ପଞ୍ଚାୟତର ସଦର ମହକୁମା ସମେତ ବାଙ୍କମାଝୋଲା, ପୁଲିକଣ୍ଡା, ମାଣ୍ଡିପଦର, ଖିନବର ପଞ୍ଚାୟତର ଡେଙ୍ଗିଆମୱ, ଘାଟିଗୁଡା, ଖିନବର, ବିଲାପୁଟ ପଞ୍ଚାୟତର ବିଲାପୁଟ, ଜୋଲାପୁଟ, ମାଲିକପୁଟ, ଖିନମୁଙ୍ଗ, ସାବୁନ, ଉପର ସାବୁନ ଲାମାଡୁର ଆଦି ଗ୍ରାମବାସୀ କହିଛନ୍ତି। ଏଥି ନିମନ୍ତେ ଆନ୍ଧ୍ର ତରଫରୁ ମାଓବାଦୀଙ୍କ ଆଳ ନେଇ ଭୋଟ ଦେବା ବେଳେ ଆଙ୍ଗୁଠିରେ ଭୋଟ କାଳି ନ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୀମାନ୍ତ ଅଞ୍ଚଳକୁ ପ୍ରଚାର ଲାଗି ଆସୁଥିବା ଆନ୍ଧ୍ର ରାଜନୈତିକ ଦଳର କର୍ମୀ ଓ ଅଧିକାରୀ କହୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସୀମାନ୍ତବାସୀଙ୍କ ଏଭଳି ନୀତି ରାଜନେତାଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ଏ ସମ୍ପର୍କରେ ନନ୍ଦପୁର ବିଡିଓ ଦୁର୍ଗାପ୍ରସାଦ ଦୋରାଙ୍କୁ ପଚାରିବାରୁ ସେ କହିଲେ, ଏ ସମ୍ପର୍କରେ ସେ କୋରାପୁଟ ଜିଲାପାଳ, ଏଡିଏମ୍‌, ଉପଜିଲାପାଳ, ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ପୂର୍ବରୁ ଅବଗତ କରିଛନ୍ତି। ବର୍ତ୍ତମାନ ବିଏଲ୍‌ଓମାନେ ଘର ଘର ବୁଲି ଭୋଟର ମାର୍ଗଦର୍ଶିକା ପୁସ୍ତିକା ବଣ୍ଟନକରି ଲୋକଙ୍କୁ ସଚେତନ କରୁଛନ୍ତି। ଆଗକୁ ସୀମାନ୍ତ ଗ୍ରାମାଞ୍ଚଳରେ ସଚେତନତା ଲାଗି ଜିଲା ପ୍ରଶାସନକୁ ଅର୍ଥ ବରାଦ କରିବାକୁ ଅନୁରୋଧ କରାଯିବ। ଅର୍ଥ ମିଳିଲେ ଆନ୍ଧ୍ର ସୀମାକୁ ଲାଗି ରହିଥିବା ଗାଁ ଗାଁ ବୁଲି ସଚେତନ କରାଯିବ ବୋଲି ଦୋରା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ୱାନ୍‌ ନେଶନ ୱାନ୍‌ ଆଇଡେଣ୍ଟି ବ୍ୟବସ୍ଥା ଦୁଇ ରାଜ୍ୟ ସୀମାରେ କାର୍ଯ୍ୟକାରୀ ହେଉ ନ ଥିବାରୁ ଏଭଳି ବିବାଦ ସୃଷ୍ଟି ହେଉଥିବା କେତେଜଣ ବୁଦ୍ଧିଜୀବୀ କହିଛନ୍ତି। ଏଭଳି ଦ୍ୱୈତ ମତଦାନ ରୋକିବାକୁ କେନ୍ଦ୍ରୀୟ ନିର୍ବାଚନ କମିଶନର ହସ୍ତକ୍ଷେପ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri