୧୪ରୁ ମହିନ୍ଦ୍ରା ଇଲେକ୍ଟ୍ରିକ୍‌ ଅରିଜିନ୍‌ ଏସ୍‌ୟୁଭିର ବୁକିଂ

ନୂଆଦିଲ୍ଲୀ,୮।୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ମହିନ୍ଦ୍ରା ଗ୍ରୁପର ଇଲେକ୍ଟ୍ରିକ ଭେଇକିଲ (ଇଭି) ବ୍ରାଣ୍ଡ୍‌ର ବହୁ ପ୍ରତୀକ୍ଷିତ ଏକ୍ସଇଭି ୯ଇ ଏବଂ ବିଇ୬ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଏହାର ସମସ୍ତ ୯ଟି ଭାରିଆଣ୍ଟ ସହିତ ମହିନ୍ଦ୍ରାର ଇଲେ୍‌କ୍ଟ୍ରିକ୍‌ ଅରିଜିନ୍‌ ଏସ୍‌ୟୁଭି ନୂତନ ମାନଦଣ୍ଡ ନିର୍ଦ୍ଧାରଣ କରିବା ସହ ଭାରତ ପାଇଁ ଗୌରବର ମୁହୂର୍ତ୍ତ ସୃଷ୍ଟି କରିଛି। ସେହିଭଳି ଏହି ବିଶ୍ୱସ୍ତରୀୟ ଏସ୍‌ୟୁଭିକୁ ବିଭିନ୍ନ ଦାମ୍‌ରେ ପାଇବା ପାଇ ଗ୍ରାହକଙ୍କ ପକ୍ଷରୁ ମିଳିଥିବା ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ମହିନ୍ଦ୍ରା ପକ୍ଷରୁ ଏକ୍ସଇଭି ୯ଇ ଓ ବିଇ୬ର ସମସ୍ତ ପ୍ୟାକ୍‌ର ବୁକିଂ ୨୦୨୫ ଫେବୃଆରୀ ୧୪ ପୂର୍ବାହ୍ନ ୯ ଘଟିକାରୁ ଆରମ୍ଭ ହେବା ନେଇ ଘୋଷଣା କରାଯାଇଛି।
ସେହିପରି ଏହି ଏସ୍‌ୟୁଭିଗୁଡ଼ିକର ଡେଲିଭରି ୨୦୨୫ ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ କରାଯିବ। ଏପରିକି ବିଭିନ୍ନ ଭାରିଆଣ୍ଟରେ ଥିବା ପ୍ୟାକ୍‌ ୱାନ ବର୍ଗର୍‌ ବିଇ୬ର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୧୮.୯୦ ଲକ୍ଷ ଟଙ୍କା ଥିବାବେଳେ ଏକ୍ସଇଭି ୯ଇର ଦାମ୍‌ ୨୧.୯୦ ଲକ୍ଷ ଟଙ୍କା, ପ୍ୟାକ୍‌ ୱାନ୍‌ରୁ ଅଧିକ ବିଇ ୬ର ଦାମ୍‌ ୨୦.୫୦ ଲକ୍ଷ ଟଙ୍କା ରହିଛି।
ଅପରପକ୍ଷରେ ପ୍ୟାକ୍‌ ଟୁ ବିଇ ୬ର ଦାମ୍‌ ୨୧.୯୦ ଲକ୍ଷ ଟଙ୍କା ଏବଂ ଏକ୍ସଇଭି ୯ଇର ଦାମ୍‌ ୨୪.୯୦ଲକ୍ଷ ଟଙ୍କା ରହିଥିଲାବେଳେ ପ୍ୟାକ୍‌ ଥ୍ରି ସିଲେକ୍ଟ ବିଇ୬ର ଦାମ୍‌ ୨୪.୫୦ ଲକ୍ଷ ଟଙ୍କା ଏବଂ ଏକ୍ସଇଭି ୯ଇର ଦାମ୍‌ ୨୭.୯୦ଲକ୍ଷ ଟଙ୍କା, ପ୍ୟାକ୍‌ ଥ୍ରି ବିଇ୬ର ଦାମ୍‌ ୨୬.୯୦ ଲକ୍ଷ ଟଙ୍କା ଏବଂ ଏକ୍ସଇଭି ୯ଇର ଦାମ୍‌ ୩୦.୫୦ ଲକ୍ଷ ଟଙ୍କା ରହିଛି।
ଉଲ୍ଲେଖଯୋଗ୍ୟ, ବିଇ ୬ ମଡେଲ୍‌ ଯଥାକ୍ରମେ ଏଭରେଷ୍ଟ ହ୍ବାଇଟ୍‌, ଏଭରେଷ୍ଟ ହ୍ବାଇଟ୍‌ ସାଟିନ୍‌, ଡିପ୍‌ ଫରେଷ୍ଟ, ଟାଙ୍ଗୋ ରେଡ୍‌, ଡେଜର୍ଟ ମିଷ୍ଟ, ଡେଜର୍ଟ ମିଷ୍ଟ ସାଟିନ୍‌, ଫାୟାରଷ୍ଟର୍ମ ଅରେ, ଷ୍ଟିଲ୍‌ଥ ବ୍ଲାକ୍‌ ରଙ୍ଗରେ ଏବଂ ଏକ୍ସଇଭି ୯ଇ ଯଥାକ୍ରମେ ଏଭରେଷ୍ଟ ହ୍ବାଇଟ୍‌, ଡିପ୍‌ ଫରେଷ୍ଟ, ଟାଙ୍ଗୋ ରେଡ୍‌, ନେବୁଲା ବ୍ଲୁ, ଡେଜର୍ଟ ମିଷ୍ଟ, ରୁବି ଭେଲଭେଟ ଓ ଷ୍ଟିଲ୍‌ଥ ବ୍ଲାକ୍‌ ରଙ୍ଗରେ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri