ଗରିବଙ୍କର ହଟିଲା, ଆଗକୁ ଥିଲାବାଲାଙ୍କ ପାଳି

ବରଗଡ଼, ୮।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଦୀର୍ଘଦିନର ବ୍ୟବଧାନରେ ପୁଣି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥର ବଡ଼ବଡ଼ିଆ ନୁହେଁ, ଗରିବଙ୍କଠାରୁ ପ୍ରଶାସନ ଏହି ପ୍ରକ୍ରିୟାକୁ ଆରମ୍ଭ କରିଛି। ଶୁକ୍ରବାର ସ୍ଥାନୀୟ ଅମ୍ବାପାଲି ଛକରେ ଚା, ହୋଟେଲ, କିରାନା ଦୋକାନ କରି ନିଜ ଜୀବିକା ନିର୍ବାହ ସହିତ ପରିବାର ଗୁଜୁରାଣ ମେଣ୍ଟାଉଥିବା ୩ଦୋକାନୀଙ୍କ ଦୋକାନକୁ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ପରେ ସେଠାରେ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ସମ୍ପୃକ୍ତ ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇଥିବା କୁହାଯାଉଛି। ଅନ୍ୟପଟେ ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ଯାଏ ହୋଇଥିବା ରାସ୍ତା ଜବରଦଖଲ କେବେ ଉଚ୍ଛେଦ ହେବ, ତାକୁ ସହରବାସୀ ଚାହିଁ ବସିଛନ୍ତି। ଏ ନେଇ ଶୁକ୍ରବାର ଏହି ସ୍ଥାନ ଉଚ୍ଛେଦ ଦାବିର ନେତୃତ୍ୱ ନେଉଥିବା ବରଗଡ଼ ଜିଲା ଓକିଲ ସଂଘ ଏବଂ ସମଲେଶ୍ୱରୀ ସଂଘର ଏକ ପ୍ରତିନିଧି ଦଳ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ(ଇ.ଓ.) ଦେବାନନ୍ଦ ସାହୁଙ୍କୁ ଭେଟି ଆଲୋଚନା କରିଥିଲେ। ତେବେ ଆଗକୁ ଶୀଘ୍ର ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ଯାଏ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସାହୁ ସକାରାତ୍ମକ ସୂଚନା ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବରଗଡ଼ ସହରର ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ଯାଏ ଜବରଦଖଲ ଉଚ୍ଛେଦ ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବି ହୋଇ ରହି ଆସିଛି। ଏହି ସ୍ଥାନ ଉଚ୍ଛେଦ ସପକ୍ଷରେ ଗତ ବର୍ଷକ ମଧ୍ୟରେ ଉଚ୍ଚ ନ୍ୟାୟାଳୟ ମଧ୍ୟ ୨ଥର ରାୟ ଦେଇ ସାରିଛନ୍ତି। ଏହାସତ୍ତ୍ୱେ ସମ୍ପୃକ୍ତ ଜବରଦଖଲ ସ୍ଥାନକୁ ଉଚ୍ଛେଦ କରିବା ବଦଳରେ ପ୍ରଶାସନ ବିଭିନ୍ନ ଆଳରେ ସମୟ ଗଡ଼ାଇ ଚାଲିଛି। ଅନ୍ୟପଟେ ସହରର ଗରିବ, ଠେଲା ଦୋକାନୀଙ୍କୁ ସ୍ବଳ୍ପକାଳୀନ ମୌଖିକ ନୋଟିସ୍‌ରେ ଉଚ୍ଛେଦ କରାଯାଉଛି। ଏହାକୁ ନେଇ ଚାପା ଅସନ୍ତୋଷ ଲାଗି ରହିଥିବାବେଳେ ଉଚ୍ଛେଦ ପ୍ରକ୍ରିୟାରେ ଏଭଳି ପାତରଅନ୍ତର ନୀତି ଯୋଗୁ ପ୍ରଶାସନ ଉପରେ ସହରବାସୀଙ୍କ ବିଷୋଦ୍‌ଗାର ପରିଲକ୍ଷିତ ହେଉଛି।
ଗତ ଧନୁଯାତ୍ରା ମହୋତ୍ସବ ଅବ୍ୟବହିତ ପୂର୍ବରୁ ଜୀରାନଦୀ କୂଳ ଅମ୍ବାପାଲି ନିକଟରେ ଜଣେ ବୃଦ୍ଧାଙ୍କ ଘରକୁ ଉଚ୍ଛେଦ କରିବାକୁ ଯାଇଥିବାବେଳେ ପ୍ରଶାସନ ବିରୋଧର ସମ୍ମୁଖୀନ ହୋଇଥିଲା। ସେହିପରି ବୁଧବାର ଦୋକାନ ଖାଲି କରିବାକୁ ମୌଖିକ ନିର୍ଦ୍ଦେଶ ଦେଇ ଶନିବାର ଅମ୍ବାପାଲି ଛକରେ ୩ଦୋକାନୀଙ୍କୁ ଉଚ୍ଛେଦ କରାଗଲା। ଅନ୍ୟପଟେ ଉଚ୍ଛେଦ ସପକ୍ଷରେ ଉଚ୍ଚ ନ୍ୟାୟାଳୟ ବାରମ୍ବାର ରାୟ ଦେବା ସତ୍ତ୍ୱେ ବର୍ଷାଧିକକାଳ ଧରି ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ଯାଏ ଜବରଦଖଲ ଉଚ୍ଛେଦ କରିବା ପାଇଁ ପ୍ରଶାସନ କାହିଁକି ସାହସ ଜୁଟାଇ ପାରୁ ନାହିଁ ବୋଲି ସହରରେ ଚର୍ଚ୍ଚା ଜୋର୍‌ ଧରିଛି।
ତେବେ ଶୁକ୍ରବାର ଜିଲା ଓକିଲ ସଂଘ ଏବଂ ସମଲେଶ୍ୱରୀ ସଂଘର ପ୍ରତିନିଧିବୃନ୍ଦ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସାହୁଙ୍କୁ ଭେଟିବା ପରେ ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ଯାଏ ଜବରଦଖଲ ଉଚ୍ଛେଦ ନେଇ ସବୁଜ ସଙ୍କେତ ମିଳିଛି। ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସାହୁ କହିଛନ୍ତି, ଉଚ୍ଚ ନ୍ୟାୟାଳୟର ଆଦେଶକ୍ରମେ ସମ୍ପୃକ୍ତ ସ୍ଥାନ ଜବରଦଖଲ କରିଥିବା ଲୋକଙ୍କୁ ପର୍ଯ୍ୟାୟକ୍ରମେ ନୋଟିସ୍‌ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୦ଜଣଙ୍କୁ ନୋଟିସ୍‌ ହୋଇଛି। ଆସନ୍ତା ୧୨ ଓ ୧୫ତାରିଖ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଶୁଣାଣି ରହିଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି। ପର୍ଯ୍ୟାୟକ୍ରମେ ସମସ୍ତ ଜବରଦଖଲକାରୀଙ୍କୁ ନୋଟିସ୍‌ ହେବ ଏବଂ ଶୀଘ୍ର ଶୁଣାଣି ଶେଷ କରି ସହରବାସୀଙ୍କ ସୁବିଧା ପାଇଁ ପଦକ୍ଷେପ ନିଆଯିବ ବୋଲି ସାହୁ କହିଥିଲେ।
ଏ ସମ୍ପର୍କରେ ଜିଲା ଓକିଲ ସଂଘର ସଭାପତି ଭୀଷ୍ମଦେବ ସରାଫ କହିଛନ୍ତି, ଜିଲା ଓକିଲ ସଂଘ ସ୍ଥାନୀୟ ସମଲେଶ୍ୱରୀ ସଂଘ ସହିତ ମିଳିତଭାବେ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ଯାଏ ଜବରଦଖଲ ଉଚ୍ଛେଦ ପାଇଁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲା। ଉଚ୍ଛେଦ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଉଚ୍ଚ ନ୍ୟାୟାଳୟ ଆଦେଶକ୍ରମେ ସେହି ପ୍ରକ୍ରିୟା ବନ୍ଦ ରହିଥିଲା। ଏପରି କି ଓକିଲ ସଂଘ ନାମରେ କିଛି ଲୋକ ମଧ୍ୟ କେସ୍‌ କରିଥିଲେ। କିନ୍ତୁ ଉଚ୍ଚ ନ୍ୟାୟାଳୟ ଉଚ୍ଛେଦ ସପକ୍ଷରେ ରାୟ ଦେଇଛନ୍ତି। ପ୍ରଶାସନ ଉଚ୍ଚ ନ୍ୟାୟାଳୟର ଆଦେଶକୁ ଭିତ୍ତି କରି ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଫଳରେ ଶୀଘ୍ର ଉଚ୍ଛେଦ ଅଭିଯାନ ପୁଣି ଆରମ୍ଭ ହେବ ବୋଲି ସରାଫ କହିଛନ୍ତି। ସମଲେଶ୍ୱରୀ ସଂଘର ସଭାପତି ସମୀର ପ୍ରଧାନ ମଧ୍ୟ ଅନୁରୂପ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

୪୦ ଦିନରେ କମିଗଲା ୧୫ କେଜି ଓଜନ: ଦୁଃଖ ବଖାଣିଲେ ‘ଦୃଶ୍ୟମ ୩’ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶିତା ଦତ୍ତା ନିଜର ଦ୍ୱିତୀୟ ଗର୍ଭଧାରଣ ସମୟର କଷ୍ଟଦାୟକ ଅନୁଭୂତି…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ସନ୍ଦେହଜନକ ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର; ଝୁଲନ୍ତା ଅବସ୍ଥାରେ ସ୍ତ୍ରୀ, ଖଟରେ ସ୍ବାମୀ…

ଖଡ଼ିଆଳ,୧୩।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖନତରାଇ ଗ୍ରାମନିବାସୀ ସ୍ୱାମୀ ସ୍ତ୍ରୀ ଦୀର୍ଘଦିନ ହେବ ଭିମାଖୋଲ ଛକରେ ରହୁଥିଲେ । ଦୁହେଁ ହସଖୁସିରେ…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?