୧୪ରୁ ମହିନ୍ଦ୍ରା ଇଲେକ୍ଟ୍ରିକ୍‌ ଅରିଜିନ୍‌ ଏସ୍‌ୟୁଭିର ବୁକିଂ

ନୂଆଦିଲ୍ଲୀ,୮।୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ମହିନ୍ଦ୍ରା ଗ୍ରୁପର ଇଲେକ୍ଟ୍ରିକ ଭେଇକିଲ (ଇଭି) ବ୍ରାଣ୍ଡ୍‌ର ବହୁ ପ୍ରତୀକ୍ଷିତ ଏକ୍ସଇଭି ୯ଇ ଏବଂ ବିଇ୬ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଏହାର ସମସ୍ତ ୯ଟି ଭାରିଆଣ୍ଟ ସହିତ ମହିନ୍ଦ୍ରାର ଇଲେ୍‌କ୍ଟ୍ରିକ୍‌ ଅରିଜିନ୍‌ ଏସ୍‌ୟୁଭି ନୂତନ ମାନଦଣ୍ଡ ନିର୍ଦ୍ଧାରଣ କରିବା ସହ ଭାରତ ପାଇଁ ଗୌରବର ମୁହୂର୍ତ୍ତ ସୃଷ୍ଟି କରିଛି। ସେହିଭଳି ଏହି ବିଶ୍ୱସ୍ତରୀୟ ଏସ୍‌ୟୁଭିକୁ ବିଭିନ୍ନ ଦାମ୍‌ରେ ପାଇବା ପାଇ ଗ୍ରାହକଙ୍କ ପକ୍ଷରୁ ମିଳିଥିବା ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ମହିନ୍ଦ୍ରା ପକ୍ଷରୁ ଏକ୍ସଇଭି ୯ଇ ଓ ବିଇ୬ର ସମସ୍ତ ପ୍ୟାକ୍‌ର ବୁକିଂ ୨୦୨୫ ଫେବୃଆରୀ ୧୪ ପୂର୍ବାହ୍ନ ୯ ଘଟିକାରୁ ଆରମ୍ଭ ହେବା ନେଇ ଘୋଷଣା କରାଯାଇଛି।
ସେହିପରି ଏହି ଏସ୍‌ୟୁଭିଗୁଡ଼ିକର ଡେଲିଭରି ୨୦୨୫ ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ କରାଯିବ। ଏପରିକି ବିଭିନ୍ନ ଭାରିଆଣ୍ଟରେ ଥିବା ପ୍ୟାକ୍‌ ୱାନ ବର୍ଗର୍‌ ବିଇ୬ର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୧୮.୯୦ ଲକ୍ଷ ଟଙ୍କା ଥିବାବେଳେ ଏକ୍ସଇଭି ୯ଇର ଦାମ୍‌ ୨୧.୯୦ ଲକ୍ଷ ଟଙ୍କା, ପ୍ୟାକ୍‌ ୱାନ୍‌ରୁ ଅଧିକ ବିଇ ୬ର ଦାମ୍‌ ୨୦.୫୦ ଲକ୍ଷ ଟଙ୍କା ରହିଛି।
ଅପରପକ୍ଷରେ ପ୍ୟାକ୍‌ ଟୁ ବିଇ ୬ର ଦାମ୍‌ ୨୧.୯୦ ଲକ୍ଷ ଟଙ୍କା ଏବଂ ଏକ୍ସଇଭି ୯ଇର ଦାମ୍‌ ୨୪.୯୦ଲକ୍ଷ ଟଙ୍କା ରହିଥିଲାବେଳେ ପ୍ୟାକ୍‌ ଥ୍ରି ସିଲେକ୍ଟ ବିଇ୬ର ଦାମ୍‌ ୨୪.୫୦ ଲକ୍ଷ ଟଙ୍କା ଏବଂ ଏକ୍ସଇଭି ୯ଇର ଦାମ୍‌ ୨୭.୯୦ଲକ୍ଷ ଟଙ୍କା, ପ୍ୟାକ୍‌ ଥ୍ରି ବିଇ୬ର ଦାମ୍‌ ୨୬.୯୦ ଲକ୍ଷ ଟଙ୍କା ଏବଂ ଏକ୍ସଇଭି ୯ଇର ଦାମ୍‌ ୩୦.୫୦ ଲକ୍ଷ ଟଙ୍କା ରହିଛି।
ଉଲ୍ଲେଖଯୋଗ୍ୟ, ବିଇ ୬ ମଡେଲ୍‌ ଯଥାକ୍ରମେ ଏଭରେଷ୍ଟ ହ୍ବାଇଟ୍‌, ଏଭରେଷ୍ଟ ହ୍ବାଇଟ୍‌ ସାଟିନ୍‌, ଡିପ୍‌ ଫରେଷ୍ଟ, ଟାଙ୍ଗୋ ରେଡ୍‌, ଡେଜର୍ଟ ମିଷ୍ଟ, ଡେଜର୍ଟ ମିଷ୍ଟ ସାଟିନ୍‌, ଫାୟାରଷ୍ଟର୍ମ ଅରେ, ଷ୍ଟିଲ୍‌ଥ ବ୍ଲାକ୍‌ ରଙ୍ଗରେ ଏବଂ ଏକ୍ସଇଭି ୯ଇ ଯଥାକ୍ରମେ ଏଭରେଷ୍ଟ ହ୍ବାଇଟ୍‌, ଡିପ୍‌ ଫରେଷ୍ଟ, ଟାଙ୍ଗୋ ରେଡ୍‌, ନେବୁଲା ବ୍ଲୁ, ଡେଜର୍ଟ ମିଷ୍ଟ, ରୁବି ଭେଲଭେଟ ଓ ଷ୍ଟିଲ୍‌ଥ ବ୍ଲାକ୍‌ ରଙ୍ଗରେ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

PAN ପରେ ଏବେ Voter ID ସହ ଲିଙ୍କ ହେବ ଆଧାର

ନୂଆଦିଲ୍ଲୀ,୧୮।୩: ଆଧାର ଏବଂ ଭୋଟର ପରିଚୟପତ୍ର (EPIC)କୁ ଲିଙ୍କ କରିବାର ପଥ ପରିଷ୍କାର ହୋଇଯାଇଛି। ମଙ୍ଗଳବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦେଶର ନିର୍ବାଚନ କମିଶନ...

ଅତି ସହଜ ଉପାୟରେ ଘରେ ବସି ଆଧାର କାର୍ଡରେ ନିଜ ଠିକଣା ବଦଳେଇପାରିବେ, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ,୧୮।୩: ଭାରତର ପ୍ରତ୍ୟେକ ନାଗରିକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ରହିଛି ଯେଉଁଥିରେ ଏକ 12-ଅଙ୍କ ବିଶିଷ୍ଟ ପରିଚୟପତ୍ର ରହିଛି। ଏଥିରେ, ବ୍ୟକ୍ତିଙ୍କ ବାୟୋମେଟ୍ରିକ ସୂଚନା, ନାମ,...

ବ୍ୟବସାୟକୁ ସେବା ଭାବୁଥିବାରୁ ସବୁ ସୁରୁଖୁରୁରେ ଚାଲେ

ଜଳବାୟୁ ପରିବର୍ତ୍ତନ ସହ ଅସନ୍ତୁଳିତ ଜୀବନଶୈଳୀ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ଏହି ସମସ୍ୟା ଦିନକୁ ଦିନ ବଢ଼ିଚାଲିଥିବାବେଳେ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା...

7th Pay Commission: କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସିଖବର, ଏହି ଦିନ ବଢିବ DA

ନୂଆଦିଲ୍ଲୀ,୧୭।୩: କେନ୍ଦ୍ର ସରକାର ଖୁବଶୀଘ୍ର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି। ଆସନ୍ତା ସପ୍ତାହ ସୁଦ୍ଧା, ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା...

୧୧ ଟି ଜିଲାରେ ୬,୧୧୭ କୋଟି ନିବେଶକୁ ଅନୁମୋଦନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୭।୩: ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନକ୍ଲେଭର ସଫଳତା ପରେ, ୧୩୫ ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକ...

ଫେବୃଆରୀରେ ପାଇକାରୀ ମୁଦ୍ରାସ୍ଫୀତି ୨.୩୮% ରେ ସ୍ଥିର

ନୂଆଦିଲ୍ଲୀ,୧୭।୩: ସୋମବାର ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଫେବୃଆରୀରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି ହାରରେ ସାମାନ୍ୟ ବୃଦ୍ଧି ଘଟିଛି, ଯାହା ୨.୩୮% ରେ...

‘କଞ୍ଚାଲଙ୍କା’ ଆଞ୍ଚଳିକ ଭାଷା, ସଂସ୍କୃତିକୁ ଗୁରୁତ୍ୱ ଦେଉଛି

କେନ୍ଦ୍ରାପଡ଼ା ଜିଲାରେ ବିଭୁପ୍ରସାଦ ରଥଙ୍କ ଜନ୍ମ। ପୁରୀ ପରେ ଅହମଦାବାଦରେ ପାଠପଢ଼ା। କର୍ପୋରେଟ କ୍ୟାରିଅର ସମୟରେ ଉତ୍ପାଦନଠାରୁ ଆରମ୍ଭ କରି ସେବା ଏବଂ ମନୋରଞ୍ଜନ ପର୍ଯ୍ୟନ୍ତ...

ଏଣିକି ଭଏସ କମାଣ୍ଡରେ ସ୍କ୍ରୋଲ କରିପାରିବେ Instagram ରିଲ୍ସ, ଜାଣନ୍ତୁ ନୂଆ ଫିଚର ବିଷୟରେ…

ଏଣିକି ଭଏସ କମାଣ୍ଡ ଦେଲେ Instagram ରିଲ ସ୍ବୟଂଚାଳିତ ଭାବରେ ସ୍କ୍ରୋଲ ହେବ। ଆପଣଙ୍କୁ ଡିସପ୍ଲେକୁ ଛୁଇଁବାକୁ ମଧ୍ୟ ପଡିବ ନାହିଁ। କେବଳ ଗୋଟିଏ ଭଏସରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri