Posted inଜାତୀୟ

ନିଜ IRCTC ଆକାଉଣ୍ଟରୁ ଅନ୍ୟମାନଙ୍କ ପାଇଁ ଟିକେଟ୍‌ ବୁକ୍‌ କଲେ ହୋଇପାରେ ଜେଲ! ସ୍ପଷ୍ଟ କଲା ଆଇଆରସିଟିସି

ନୂଆଦିଲ୍ଲୀ,୨୭।୬:ଭାରତୀୟ ରେଲଓ୍ବେରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରୁଛନ୍ତି। ସେଥିମଧ୍ୟରୁ ଅଧିକାଂଶ ଲୋକ ଷ୍ଟେସନ ପରିବର୍ତ୍ତେ ଅନଲାଇନ ଟିକେଟ ପ୍ଲାଟଫର୍ମ IRCTC ରୁ ଟ୍ରେନ ଟିକେଟ ବୁକ୍‌ କରୁଛନ୍ତି। ଏବେ ଏମିତି କିଛି ଘଟଣା ଦେଖିବାକୁ ମିଳୁଛି ଯେଉଁଠି ଲୋକମାନେ ନିଜର ଲଗଇନ ଆଇଡିରେ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ଟିକେଟ ବୁକ୍‌ କରୁଛନ୍ତି। ନିକଟରେ ଏକ ସୂଚନା ପ୍ରସାରିତ ହେଉଛି କି, ଏପରି କଲେ ଜେଲ୍‌ ହୋଇଫାରେ। ତେବେ ଏହା କେତେ ସତ ଏନେଇ ଆଇଆରସିଟିସି ସ୍ପଷ୍‌ଟ କରିଛି।

ଯଦି IRCTC ରେ ନିଜର ଲଗଇନ୍‌ ଆଇଡିରୁ ଅନ୍ୟମାନଙ୍କ ପାଇଁ ଟିକେଟ ବୁକ କରାଯାଏ, ତେବେ ଆପଣଙ୍କୁ ଜେଲ ଦଣ୍ଡ ହୋଇପାରେ। ଏହି ସୂଚନା ଭାଇରାଲ ହେବା ମାତ୍ରେ ଲୋକମାନେ ଦ୍ୱନ୍ଦ୍ୱରେ ପଡି ଯାଇଥିଲେ। ଏହାପରେ ଆଇଆରସିଟିସି ଏନେଇ ସ୍ପଷ୍ଟ କରିଛି। ଏହା ଏକ ଗୁଜବ। ଏହି ଖବରକୁ ଭିତ୍ତିହୀନ ଏବଂ ବିଭ୍ରାନ୍ତିକର ବୋଲି ଆଇଆରସିଟିସି କହିଛି। ସେହିପରି ଏଭଳି ମିଥ୍ୟା ଖବର ପ୍ରସାରଣ ନ କରିବାକୁ ଆଇଆରସିଟିସି ପରାମର୍ଶ ଦେଇଛି।

ଏଥିସହ IRCTC କହିଛି ଯେ, ନିଜର ବ୍ୟକ୍ତିଗତ ୟୁଜର୍‌ ID ରେ ବୁକ କରିଥିବା ଟିକେଟ ବ୍ୟବସାୟିକ ଭାବରେ ବ୍ୟବହାର କରାଯାଇପାରିବ ନାହିଁ। ଏହାର ଅର୍ଥ, ଆପଣ ସେହି ଟିକେଟ ଅନ୍ୟ କୌଣସି ସ୍ଥାନରେ ବିକ୍ରୟ କରିପାରିବେ ନାହିଁ, କାରଣ IRCTC ଏହି ଉଦ୍ଦେଶ୍ୟ ପାଇଁ ପୃଥକ ଭାବରେ ଏଜେଣ୍ଟ ID ସୃଷ୍ଟି କରିଛି। ଯେତେବେଳେ ଏଜେଣ୍ଟମାନେ ଏହାର ପ୍ଲାଟଫର୍ମରେ ଲଗଇନ କରି ଟିକେଟ ବୁକ କରନ୍ତି, ସେତେବେଳେ ସେମାନଙ୍କର କମିଶନ ସ୍ବୟଂଚାଳିତ ଭାବରେ ଟିକେଟ ମୂଲ୍ୟରେ ଯୋଡି ହୋଇଯାଏ। ତେଣୁ, ଯଦି ଜଣେ ବ୍ୟକ୍ତି ନିଜର ବ୍ୟକ୍ତିଗତ ଲଗଇନ ଆଇଡି ବ୍ୟବହାର କରି ବୁକ ହୋଇଥିବା ଟିକେଟ ବିକ୍ରି କରନ୍ତି, ତେବେ ଏହା ଅପରାଧ ବୋଲି ଧରାଯାଏ। ରେଲୱେ ଆକ୍ଟ ୧୯୯ର ଧାରା ୧୪୩ ଅଧୀନରେ ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ଓଭରବ୍ରିଜ ନିକଟରେ ପଡ଼ିଛି ମୃତଦେହ: ବଢ଼ୁଛି ସନ୍ଦେହ

କେନ୍ଦୁଝର, ୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୦ର ରାଇସୁଆଁ ରେଳ ଓଭରବ୍ରିଜ ନିକଟରୁ ସଦର ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

କାହିଁକି ପାକିସ୍ତାନରେ ବାରମ୍ବାର କମୁଛି ପେଟ୍ରୋଲ ଦର? ପୁଣି ୪ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ଇସଲାମାବାଦ,୬।୬: ଇରାନ-ଆମେରିକା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସଙ୍କଟ ମଧ୍ୟରେ, ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ କିଛି…

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଭୁବନେଶ୍ୱର,୬।୬: ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri