Posted inଖେଳ

ସିରାଜଙ୍କୁ ଯୋଗାଯୋଗ କରିଥିଲେ ବୁକି

ନୂଆଦିଲ୍ଲୀ,୨୦ା୪(ପି.ଟି.): ପେସ୍‌ ବୋଲର ମହମ୍ମଦ ସିରାଜ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିବାରଣ ବିଭାଗ(ଏସିୟୁ)ର ଦ୍ୱାରସ୍ଥ ହୋଇଥିଲେ ବୋଲି ଜଣାପଡିଛି। ଫେବୃୟାରୀ ମାସରେ ଅଷ୍ଟ୍ରେଲିଆ ଗସ୍ତର ଠିକ୍‌ ପୂର୍ବରୁ ଜଣେ ବ୍ୟକ୍ତି ତାଙ୍କୁ ଦଳର ଭିତିରି ସୂଚନା ଦେବା ପାଇଁ ସମ୍ପର୍କ କରିଥିଲେ। ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପକ୍ଷରୁ ଖେଳୁଥିବା ସିରାଜ ତୁରନ୍ତ ଏହି ଘଟଣା ସମ୍ପର୍କରେ ଏସିୟୁକୁ ଅବଗତ କରିଥିଲେ। ସିରାଜଙ୍କୁ ମେସେଜ କରିଥିବା ବ୍ୟକ୍ତି ଜଣଙ୍କ ଜଣେ ଜୁଆଡି । କ୍ରିକେଟ ବେଟିଂରେ ଅନେକ ପଇସା ହରାଇବା ପରେ ମହମ୍ମଦ ସିରାଜଙ୍କୁ ସେ ମେସେଜ କରିଥିବା ଜଣା ପଡିଛି। ଫେବୃୟାରୀରେ ଅଷ୍ଟ୍ରେଲିଆ ସରିଜ୍‌ ଖେଳାଯିବା ପୂର୍ବରୁ ଭାରତ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ସୀମିତ ଓଭର ସିରିଜ୍‌ ବିଜୟୀ ହୋଇଥିଲା। ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜକୁ ୨-୧ରେ ଓ ଦିନିକିଆ ସିରିଜକୁ ୩-୦ରେ ଜିତିଥିଲା ଭାରତ। ଏହା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ଭାରତ ୩-୦ରେ କ୍ଲିନ୍‌ ସୁଇପ୍‌ କରିଥିଲା। ଏହା ସହିତ ଟି୨୦ ସିରିଜକୁ ଭାରତ ୨-୧ରେ ବିଜୟୀ ହୋଇଥିଲା। ତେବେ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ସିରାଜଙ୍କୁ ସମ୍ପର୍କ କରିଥିବା ବ୍ୟକ୍ତି ଜଣଙ୍କ ପ୍ରଫେସନାଲ ବୁକି ନୁହନ୍ତି। ହାଇଦ୍ରାବାଦରେ ସେ ଜଣେ ବସ୍‌ ଡ୍ରାଇଭର ଭାବରେ କାମ କରୁଥିବା ବେଳେ ଭାରତ ଖେଳୁଥିବା ମ୍ୟାଚରେ ପଇସା ଲଗାଇ ପ୍ରବଳ କ୍ଷତି ସହିଥିଲେ। ସିରାଜଙ୍କୁ ହ୍ବାଟ୍ସଆପ୍‌ ଜରିଆରେ ବ୍ୟକ୍ତି ଜଣକ ସମ୍ପର୍କ କରିବାକୁ ପ୍ରୟାସ କରିଥିଲେ। ମେସେଜ୍‌ ମିଳିବା ପରେ ସିରାଜ ତୁରନ୍ତ ଅଭିଯୋଗ କରିଥିଲେ। ଆନ୍ଧ୍ର ପ୍ରଦେଶ ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିଥିଲା। ୨୦୧୩ ଆଇପିଏଲ୍‌ ସଂସ୍କରଣରେ ରାଜସ୍ଥାନ ରୟାଲ୍ସର ଏସ୍‌. ଶ୍ରୀସନ୍ଥ, ଅଙ୍କିତ ଚଭନ, ଅଜିତ ଚାଣ୍ଡିଲା ଓ ଚେନ୍ନାଇ ସୁପରକିଙ୍ଗ୍ସର ଟିମ୍‌ ମୁଖ୍ୟ ଗୁରୁନାଥ ମେୟିଆପ୍ପାନ ସ୍ପଟ୍‌ ଫିକ୍ସିଂରେ ଅନ୍ତର୍ଭୁକ୍ତ ଥିବା ଜଣାପଡିବା ପରେ ବିସିସିଆଇ ପକ୍ଷରୁ ଏହାର ଏସିୟୁ ୟୁନିଟକୁ ଅଧିକ ଶକ୍ତିଶାଳୀ କରାଯାଇଥିଲା। ବର୍ତ୍ତମାନ ସମସ୍ତ ଆଇପିଏଲ୍‌ ଫ୍ରାଞ୍ଚାଇଜିଙ୍କ ପାଇଁ ଜଣେ ଏସିୟୁ ଅଫିସିଆଲଙ୍କ ନିଯୁକ୍ତି ବାଧ୍ୟତାମୂଳକ କରାଯାଇଛି। ହୋଟେଲରେ ଅବସ୍ଥାନ କରୁଥିବା ଟିମ୍‌ ସହିତ ଏହି ଅଫିସିଆଲ ରହିଥାନ୍ତି। ପୂର୍ବରୁ ବାଂଲାଦେଶ ଅଲରାଉଣ୍ଡର ସାକିବ୍‌ ଅଲ୍‌ ହସନ ସମାନ କାରଣ ପାଇଁ ନିଲମ୍ବିତ ହୋଇଥିଲେ। ୨୦୨୧ ସିଜନରେ ଜଣେ ବୁକି ତାଙ୍କୁ ସମ୍ପର୍କ କରିଥିବା ବେଳେ ସେ ଏହି ତଥ୍ୟ ଲୁଚାଇଥିଲେ। ଏହା ସହିତ ଖେଳାଳିମାନଙ୍କ ପାଇଁ ମାଗଣା ଏସିୟୁ ଓ୍ବାର୍କଶପ୍‌ ମଧ୍ୟ ଆୟୋଜନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

ଭିମସାର କର୍ମଚାରୀଙ୍କ ଅଚଳାଚଳ ସମ୍ପତ୍ତି ଠାବ:୧୦ ମୂଲ୍ୟବାନ ପ୍ଲଟ ସହ ବିପୁଳ ଟଙ୍କା

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ…

ସଂସଦର ସବୁଠାରୁ ଧନୀ ଏମ୍ପି କିଏ? ଜାଣନ୍ତୁ କେଉଁ ଦଳ ସବୁଠାରୁ ଅଧିକ ମାଲାମାଲ୍!

ନୂଆଦିଲ୍ଲୀ,୩୦।୬: ଦେଶର ସଂସଦରେ ରାଜନୀତି ସହିତ ସମ୍ପତ୍ତିର ପରିମାଣ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୋଟିଏ ପଟେ ଲୋକ ସଭାରେ କୋଟିପତି ଏମ୍ପିଙ୍କ ସଂଖ୍ୟା କ୍ରମାଗତ…

ଇପିଏଫ କି ପେନସନ ନାହିଁ: ୪୧ ବର୍ଷ ସରକାରୀ ସେବାପରେ ବିନା ସୁବିଧାରେ ଅବସର ନେଲେ ତ୍ରିନାଥ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ପିଅନ ତ୍ରିନାଥ ପ୍ରଧାନ ମଙ୍ଗଳବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଏନେଇ…

ବିଶ୍ୱକପରୁ ବାଦ ପଡ଼ିଲା ଜର୍ମାନୀ

ବୋଷ୍ଟନ,୩୦।୬: ଫିଫା ବିଶ୍ୱକପ୍‌ ୨୦୨୬ରେ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ୪ ଥରର ଚାମ୍ପିୟନ ଜର୍ମାନୀ ବିଶ୍ୱକପର ରାଉଣ୍ଡ ଅଫ୍‌ ’32’ରୁ ପାରାଗୁଏ ବିପକ୍ଷରେ ପରାଜୟ ବରଣ…

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

ଅମାଠ ବେହେରା ରାଇସ ମିଲ ସିଲ୍‌: ଜିଲାପାଳଙ୍କ ଆଦେଶ ଅବମାନନା ଅଭିଯୋଗ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ ଏବଂ ଗୋଟିଏ ଗୋଦାମକୁ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସିଏସଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri