ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି ରହିଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ସରକାରଙ୍କ ସ୍ବତନ୍ତ୍ର ପାଠାଗାରଗୁଡ଼ିକ ପୂର୍ବ ପରି ପ୍ରଚଳିତ ହେଉଛି। ଘରଗୁଡ଼ିକ ଆଧୁନିକ ଏବଂ ସୁସଜ୍ଜିତ। ବଡ଼ ବଡ଼ ଆଲମିରା ଭିତରେ ଅସଂଖ୍ୟ ପୁସ୍ତକ। ଅଥଚ ତାହାର ଅତୀତର ଆଦୃତି ଏବେ ଆଉ କେଉଁଠି ବି ନାହିଁ। ବହିର ଇତିହାସ ଅନୁସନ୍ଧାନ କଲେ ଜଣାଯାଏ ଆଜକୁ ୩୫୦୦ ବର୍ଷ ତଳେ ପ୍ରାୟ ଖ୍ରୀଷ୍ଟ ପୂର୍ବ ୧୫୦୦ରେ ବିଶ୍ୱର ପ୍ରଥମ ଗ୍ରନ୍ଥ ଋକବେଦ ସଂସ୍କୃତ ଭାଷାରେ ଭୂର୍ଜ ପତ୍ରରେ ଲେଖା ହୋଇଥିଲା। ମୁଦ୍ରିତ ପୁସ୍ତକ ପ୍ରକାଶିତ ହେବାକୁ ଏହାପରେ ଅନେକ ବର୍ଷ ବିତି ଯାଇଥିଲା। ନବମ ଶତାବ୍ଦୀରେ ସମ୍ଭବତଃ ୮୬୮ ଖ୍ରୀଷ୍ଟାବ୍ଦରେ ତତ୍କାଳୀନ ଚାଇନାରେ ଡାଇମଣ୍ଡ ସୂତ୍ର ନାମକ ପୁସ୍ତକ ମୁଦ୍ରିତ ହୋଇ ପ୍ରକାଶିତ ହେବା ପରେ ଏହା କ୍ରମଶଃ ଅନ୍ୟ ଦେଶକୁ ପ୍ରସାରିତ ହୋଇଥିଲା। କାଳକ୍ରମେ ମଣିଷର ଦୈନନ୍ଦିନ ଜୀବନ ସହିତ ବହି ଜଡ଼ିତ ହେଲା। ଗପ, ଗୀତ, ଇତିହାସ, ଖବର ସହିତ ବିବିଧ ଶିକ୍ଷା ବହି ମାଧ୍ୟମରେ ସମାଜକୁ ମିଳିପାରିଲା। ବହିର ଆବଶ୍ୟକତା ବଢ଼ିବାରୁ ମୁଦ୍ରଣ ଯନ୍ତ୍ରରେ ଉନ୍ନତି ଆସିଲା। ଏ କ୍ଷେତ୍ରରେ ଡିଜିଟାଲ ପ୍ରିଣ୍ଟିଂ ଏକ ନୂତନ ବିପ୍ଳବ ସୃଷ୍ଟି କଲା। ଏହାଦ୍ବାରା ସହଜରେ ଏବଂ ଅଳ୍ପ ସମୟରେ ସୁନ୍ଦର ସୁନ୍ଦର ପୁସ୍ତକ ପ୍ରକାଶିତ ହୋଇ ବହି ବଜାରକୁ ସମୃଦ୍ଧ କରିଦେଲା। ଆକଳନରୁ ଜଣାଯାଏ ଏବେ ବର୍ଷକୁ ପ୍ରାୟ ୨.୨ ମିଲିୟନ ବହି ବିଶ୍ୱରେ ପ୍ରକାଶିତ ହେଉଅଛି। ଅଣପଞ୍ଜୀକୃତ ପୁସ୍ତକ ସଂଖ୍ୟାକୁ ମିଶାଇଲେ ଏହା ୪ ମିଲିୟନରୁ ଅଧିକ ହେବ। ଭାରତରେ ଏହି ସଂଖ୍ୟା ୯୦ ହଜାରରୁ ଅଧିକ ଏବଂ ଅଣପଞ୍ଜୀକୃତ ପୁସ୍ତକ କେତେ ପ୍ରକାଶିତ ହେଉଛି ତାହା ଠିକ୍‌ ଭାବେ କହି ହେବନାହିଁ। ବହିଗୁଡ଼ିକର ବିକ୍ରି ପରିମାଣ ମଧ୍ୟ ଅନିର୍ଦ୍ଦିଷ୍ଟ। କିନ୍ତୁ ଯେତେ ବହି ବିକ୍ରି ହେଉଛି ଅଧାରୁ ଅଧିକ ଇଂଲିଶ ଭାଷାରେ ଲିଖିତ। ଭାରତରେ ଇଂଲିଶ ଭାଷା ସମେତ ଅନ୍ୟ ପ୍ରାୟ ୨୪ଟି ଭାଷାରେ ବହି ପ୍ରକାଶିତ ହୁଏ। ୨୦୨୦ ମସିହା ପର୍ଯ୍ୟନ୍ତ ଭାରତୀୟ ପୁସ୍ତକ ବଜାର ୭୩ ହଜାର ୯୦୦ କୋଟି ଥିଲା। ପୁଣି ପ୍ରତିବର୍ଷ ଏହା ୨୦ ପ୍ରତିଶତ ହାରରେ ବୃଦ୍ଧି ହେଉଛି। ଭାରତର ବହି ବଜାର ସମ୍ପର୍କରେ ଏହି ଆକଳନ ଯଦି ସତ ହୋଇଥାଏ ତା’ହେଲେ ବର୍ତ୍ତମାନ ସମୟରେ ମଧ୍ୟ ଆମ ଦେଶରେ ବହି ବିକ୍ରି ଭଲ ଚାଲିଛି ବୋଲି ବୁଝିବାକୁ ହେବ। ଅଥଚ ଆମ ରାଜ୍ୟରେ ବହି ପ୍ରତି, ଏପରି କି ସାହିତ୍ୟ ପତ୍ରିକା ପ୍ରତି ମଧ୍ୟ ପାଠକଙ୍କ ରୁଚି ଦୟନୀୟ ଭାବରେ କମିଯାଇଛି।
ରାଜ୍ୟରେ ଅନେକ ସଙ୍ଗଠନ ଏବେ ସାହିତ୍ୟ ଓ ସଂସ୍କୃତି ସହିତ ଜଡ଼ିତ। ଗାଁରୁ ସହର ସବୁଠି ଅନେକ ସାହିତ୍ୟ ସଭା ଓ କବିତା ଆସର। ଅନେକ ପ୍ରକାଶନ ସଂସ୍ଥା କବିତା, ଗପ ଓ ନିବନ୍ଧ ପୁସ୍ତକ ଛାପିବାରେ ବ୍ୟସ୍ତ। ବର୍ଷ ଯାକ କେତେ କେତେ ପୁସ୍ତକ ଉନ୍ମୋଚନ ଏବଂ ସେଥିପାଇଁ ଆଡ଼ମ୍ବରପୂର୍ଣ୍ଣ ଉତ୍ସବମାନ ଅନୁଷ୍ଠିତ ହେଉଛି। ସମୀକ୍ଷକମାନେ ବହିର ଗୁଣ ଗ୍ରାମ ଏମିତି ବର୍ଣ୍ଣନା କରୁଛନ୍ତି, ଯେମିତି ବିଶ୍ୱର ଶ୍ରେଷ୍ଠ ବହିଟିଏ ପ୍ରକାଶିତ ହୋଇଛି। ଅଥଚ ସେ ବହି କେବେ ବଜାରକୁ ଯାଏନା। ପାଠକ ତାହାକୁ କିଣି ପଢ଼ନ୍ତି ନାହିଁ। ପ୍ରକାଶକଙ୍କ ସୌଜନ୍ୟରୁ ଯେତୋଟି ବହି ମିଳିଥାଏ ସେଗୁଡ଼ିକୁ ଲେଖକ ଆତ୍ମପ୍ରଚାର ପାଇଁ ମାଗଣା ବଣ୍ଟନ କରନ୍ତି।
ପୁସ୍ତକ ପ୍ରକାଶନ ବ୍ୟାପାର ଏବେ ଆମ ରାଜ୍ୟରେ କେବଳ ଲାଭଦାୟକ ବେପାରରେ ପରିଣତ ହୋଇଛି। ବହୁ ନାମକୁ ମାତ୍ର ପ୍ରକାଶକ, ଯେଉଁମାନଙ୍କର ପୁସ୍ତକ ବିକ୍ରୟ ପାଇଁ କୌଣସି ବ୍ୟବସାୟ କେନ୍ଦ୍ର ନାହିଁ, ବହିମେଳାରେ ମଧ୍ୟ କେବେହେଲେ ଯୋଗ ଦିଅନ୍ତି ନାହିଁ, ସେମାନେ ଲେଖକଙ୍କଠାରୁ ଅର୍ଥ ନେଇ ବହି ଛାପନ୍ତି। ବହିରେ କେଉଁ ବିଷୟ ଅଛି ତାହା ଜାଣିବାରେ ସେମାନଙ୍କର ଆଗ୍ରହ ନ ଥାଏ। ଅର୍ଥ ମିଳିଲେ ଯେ କୌଣସି ବହି ଛାପି ଦେଇପାରନ୍ତି। ନିଜ ନାମରେ ବହି ଖଣ୍ଡେ ଛପାଇ ଲେଖକର ପରିଚୟ ସାଉଁଟି ନେବାକୁ ଯେଉଁ ବିକଳ ମାନସିକତା ଆମ ଭିତରେ ପ୍ରବଳ ହେଉଛି ସେଇ ତଥାକଥିତ ପ୍ରକାଶକମାନେ ତାହାର ଫାଇଦା ନେଉଛନ୍ତି।
ପୁସ୍ତକ ପଠନ ପାଇଁ ମାନସିକତା ହିଁ ସବୁଠାରୁ ବଡ଼ କଥା। ଏବେ କିନ୍ତୁ ସେପରି ନାହିଁ। ବଡ଼ମାନେ ସମୟ ମିଳିବା ମାତ୍ରେ ମୋବାଇଲ ଉପରେ ଝୁଙ୍କି ପଡ଼ୁଛନ୍ତି। ପିଲାମାନେ ବହିରେ ଛବି ଦେଖିବା ଅଥବା ହାତରେ ଖଡ଼ି ଧରିବା ଆଗରୁ ମୋବାଇଲରେ ଟିପ ମାରି ଖୁସି ହୋଇ ଯାଉଛନ୍ତି। ବହି ପଢ଼ିବା ପ୍ରତି ରୁଚି ହ୍ରାସ ପାଇବାରେ କେବଳ ଆମର ବିବର୍ତ୍ତିତ ମାନସିକତା ହିଁ କାରଣ ବୋଲି ମନେହୁଏ। ବରିଷ୍ଠଙ୍କ ଆଚାର ବିଚାରରେ ସୁସ୍ଥତା କନିଷ୍ଠମାନଙ୍କୁ ପ୍ରଭାବିତ କଲେ ଏବେ ମଧ୍ୟ ପ୍ରକାଶ ପାଉଥିବା ଭଲ ବହି ଗୁଡ଼ିକ ପାଠକଙ୍କ ହାତରେ ଶୋଭା ପାଇବ ବୋଲି ଆଶା ଓ ବିଶ୍ୱାସ।

ଅଞ୍ଜନ ଚାନ୍ଦ
ବିକାଶନଗର, ଅଙ୍ଗାରଗଡ଼ିଆ, ବାଲେଶ୍ୱର
ମୋ: ୬୩୭୦୬୬୧୧୪୭


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri