ଶ୍ରୀମନ୍ଦିରକୁ ବୋମା ଧମକ: ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ ପରେ…

ପୁରୀ,୨୨।୧: ଶ୍ରୀମନ୍ଦିରକୁ ବୋମା ଧମକ। ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ ମାମଲାରେ ଜଣକୁ ପୋଲିସ ଅଟକ ରଖିଛି । ଜୁଲି ରାଣୀ ପଣ୍ଡା ନାମକ ଏକ ଫେସବୁକ ଆଇଡିରେ ଶ୍ରୀମନ୍ଦିର ସମେତ ପୁରୀ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ଏମ୍‌ପି ଶୁଭାଶିଷ ଖୁଣ୍ଟିଆଙ୍କୁ ଧମକପୂର୍ଣ୍ଣ ମେସେଜ ଦିଆଯାଇଥିଲା । ପୁରୀ ଜଗନ୍ନାଥ ମନ୍ଦିରରେ ଖୁବଶୀଘ୍ର ବୋମା ପଡ଼ିବ ଏବଂ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟାଇ ଦିଆଯିବ ବୋଲି ଏଥିରେ ଲେଖାଯାଇଥିଲା । ଏପରିକି ଖୁବଶୀଘ୍ର ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ ହେବ ବୋଲି ଧମକ ଦିଆଯାଇଥିଲା । ଯାହାକୁ ନେଇ ଏକ ଖବରଦାତା ସମ୍ମିଳନୀ ରାଜ୍ୟ ସଭା ଏମ୍‌ପି ଶୁଭାଶିଷ ଖୁଣ୍ଟିଆଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ମାମଲାରେ ଜଣଙ୍କୁ ଅଟକ ରଖାଯାଇଛି। ତେବେ ଜୁଲି ରାଣୀ ପଣ୍ଡା କିଏ ଓ ସେ ଏଭଳି କାହିଁକି ପୋଷ୍ଟ କରିଛନ୍ତି ତାକୁ ନେଇ ଆଶଙ୍କା ବଢିଛି। ପୂର୍ବରୁ ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ଆକ୍ରମଣର ଭୟ ଥିବା ଗୁଇନ୍ଦା ବିଭାଗ ତରଫରୁ ସ୍ପଷ୍ଟ ହୋଇଥିବା ବେଳେ, ଏହି ଧମକପୂର୍ଣ୍ଣ ମେସେଜକୁ ନେଇ ସାଧାରଣରେ ଭୟର ବାତାବରଣ ଦେଖାଦେଇଛି ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଶିଶୁଙ୍କ ସହ ଚାଲିଗଲା ୪ଜଣଙ୍କ ଜୀବନ

ଭେଡେନ,୮।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଗୋଡଭଗାରୁ ସୋନପୁର ରାସ୍ତାର ଭେଡେନ ଥାନା ରୁଷୁଡା ଫାଣ୍ଡି ଅନ୍ତର୍ଗତ ମେହେନା ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ…

ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ଭାବେ ବିଜୟଲକ୍ଷ୍ମୀ ପୁରସ୍କୃତ

ଦିଗପହଣ୍ଡି,୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଆଙ୍କୋରଡା ପଞ୍ଚାୟତର ଅଙ୍ଗନୱାଡ଼ି କର୍ମୀ ପି. ବିଜୟଲକ୍ଷ୍ମୀ ଦୋରାଙ୍କୁ ଗଞ୍ଜାମ ଜିଲାର ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ…

କୋର୍ଟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଦିଗପହଣ୍ଡି,୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ ପରିସରରେ ରବିବାର ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ସିଭିଲ ଜଜ୍‌ ସିନିୟର୍‌ ଡିଭିଜନ କୋର୍ଟର ମାଜିଷ୍ଟ୍ରେଟ…

ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ସଚିବଙ୍କ ଲାଞ୍ଜିଗଡ ଗସ୍ତ, ଜନମନ ଯୋଜନାରେ….

ଲାଞ୍ଜିଗଡ,୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ୍ ଦିନିକିଆ ଗସ୍ତରେ ଆସି ତ୍ରିଲୋଚନପୁର ପଞ୍ଚାୟତର ଦୁର୍ଗମ କୁନ୍ନାକାଡୁ ଗାଁ’କୁ ରବିବାର ଗସ୍ତ କରିଥିଲେ ପଞ୍ଚାୟତରାଜ ଓ…

କୋଲାବ ଜଳଭଣ୍ଡାରରେ ୩ ଜଣ ନବୋଦୟ ଛାତ୍ରଙ୍କ ମୃତ୍ୟୁ ଘଟଣା, ୩ ନିଲମ୍ବିତ

କୋରାପୁଟ, ୮।୩( ଅମିତାଭ ବେହେରା ): କୋରାପୁଟ କୋଲାବ ଜଳଭଣ୍ଡାରରେ ଶନିବାର ନବୋଦୟ ବିଦ୍ୟାଳୟର ତିନି ଛାତ୍ର ବୁଡ଼ି ମୃତ ଘଟଣାରେ ରବିବାର ନବୋଦୟ ସଂସ୍ଥାର ଆଞ୍ଚଳିକ…

କିଏ ସେ ଆକୃତି ଅଗ୍ରଓ୍ବାଲ? ଯାହାଙ୍କ ପ୍ରେମରେ କ୍ଲିନ୍‌ ବୋଲ୍ଡ ହେଲେ ପୃଥ୍ବୀ ଶ’; ନିର୍ବନ୍ଧ ପରେ…

ମୁମ୍ବାଇ,୮।୩: ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ଓପନର୍‌ ପୃଥ୍ବୀ ଶ’ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ନିଜର ଦୀର୍ଘ ଦିନର…

ବସ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌: ୩୫ ଆହତ, ୫ ଯାତ୍ରୀ ଗୁରୁତର

ବାହାନଗା,୮।୩(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପ ନିକଟରେ ରବିବାର ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣା…

ଅନ୍ତର୍ଜାତୀୟ ମହିଳା ଦିବସ, ସୁସ୍ଥ ସମାଜ ଗଠନରେ ମହିଳାମାନଙ୍କ ଭୂମିକା ଅନନ୍ୟ

ବରଗଡ଼,୮।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ବରଗଡ଼ ନେହେରୁ ଏସୋସିଏସନ ମହିଳା ସମିତି ପକ୍ଷରୁ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri