Posted inଜାତୀୟ

ମୁମ୍ବାଇ ବିମାନବନ୍ଦରକୁ ବୋମା ପକାଇ ଉଡାଇ ଦେବାକୁ ମିଳିଲା ଧମକ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୨କୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି। ଏହି ଧମକ ଇମେଲ ମାଧ୍ୟମରେ ଦିଆଯାଇଛି। ଏଥିରେ ୪୮ ଘଣ୍ଟା ମଧ୍ୟରେ ବିଟକଏନରେ ଏକ ମିଲିୟନ ଡଲାର ଦେବାକୁ ଦାବି କରାଯାଇଥିଲା।
ଏହି ପ୍ରସଙ୍ଗରେ ମୁମ୍ବାଇ ପୋଲିସ କହିଛି, ID- quaidacasrol@gmail.com ଇମେଲ ବ୍ୟବହାର କରି ଧମକପୂର୍ଣ୍ଣ ମେଲ ପଠାଇବା ପାଇଁ ସାହାର ପୋଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସର ସୂଚନାନୁସାରେ, ଗୁରୁବାର ଦିନ ପ୍ରାୟ ୧୧ଟା ସମୟରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ (MIAL) ର ଫିଡବ୍ୟାକ ଇନବକ୍ସକୁ ଏହି ଇମେଲ ପଠାଯାଇଛି।
ଧମକପୂର୍ଣ୍ଣ ଇମେଲରେ ଲେଖାଥିଲା, ବିଷୟ – ବିସ୍ଫୋରଣ। ଏହା ଆପଣଙ୍କର ବିମାନବନ୍ଦର ପାଇଁ ଶେଷ ଚେତାବନୀ। ଯଦି ବିଟକଏନ ରେ ୧ ମିଲିୟନ ଡଲାର୍‌ ଠିକଣାକୁ ସ୍ଥାନାନ୍ତରିତ ନ ହୁଏ, ତେବେ ଆମେ ୪୮ ଘଣ୍ଟା ମଧ୍ୟରେ ଟର୍ମିନାଲ ୨କୁ ଉଡ଼ାଇଦେବୁ। ୨୪ ଘଣ୍ଟା ପରେ ସତର୍କ ସୂଚନା ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍କଡଡିଆଁ ଜଳପ୍ରପାତରେ ଅଘଟଣ, ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ମୋହନା,୧୦ା୫( ମନ୍ମଥ ମିଶ୍ର ): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କର ନାମ ଅଭିଜିତ ଦାସ ହୋଇଥିବା ବେଳେ ସେ ଜଣେ…

ଘୋର ଆର୍ଥିକ ସଙ୍କଟରେ ତୈଳ କମ୍ପାନୀ, ଦୈନିକ ୧୭୦୦ କୋଟିର କ୍ଷତି; ଶୀଘ୍ର ବଢ଼ିବ ପେଟ୍ରୋଲ-ଡିଜେଲ ଦାମ୍‌

ନୂଆଦିଲ୍ଲୀ,୧୦।୫: ଇରାନ ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର…

ଗଞ୍ଜାମ ଚନ୍ଦନ ଯାତ୍ରା, ହରିହର ଭେଟ ଦେଖିବାକୁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୦ା୫(ଅନାଥ ତରାଇ):  ଗଞ୍ଜାମ ସହରର ପାରମ୍ପରିକ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଐତିହାସିକ…

ରୋଗରୁ ହୋଇଛି ଦନ୍ତାହାତୀର ମୃତ୍ୟୁ: ଅପପ୍ରଚାରକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜର ଗାୟଗଣ୍ଡା ନିକଟରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀଟି ରୋଗରୁ ମୃତ୍ୟୁ ହୋଇଥିବା ମୃତଦେହ ବ୍ୟବଚ୍ଛେଦରୁ…

ସୁଯୋଗ ମିଳିବା ମାତ୍ରେ ନିଜ ସହଯୋଗୀଙ୍କ ପଛରେ ଛୁରି ମାରନ୍ତି, ଜାଣନ୍ତୁ କାହାକୁ ଏମିତି କହିଲେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ,୧୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବେଙ୍ଗାଲୁରୁରେ ଏକ ବିଶାଳ ବିଜୟ ରାଲିରେ ଯୋଗ ଦେଇଥିଲେ। ମୋଦି ସେଠାରେ ସମ୍ବୋଧିତ କରିବା ସମୟରେ କଂଗ୍ରେସକୁ ତାତ୍ସଲ୍ୟ କରିଛନ୍ତି।…

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଦମଦାର ଅଫର ଦେଲେ ମୋଦି, ମୋ ସହିତ ଯୋଗଦେବା….

ନୂଆଦିଲ୍ଲୀ,୧୦।୫: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ମଧ୍ୟରେ ଏକ ଆକର୍ଷଣୀୟ ମତବିନିମୟ ହୋଇଥିଲା। ଏକ କାର୍ଯ୍ୟକ୍ରମରେ, ‘ଗୁଜରାଟ ମଡେଲ’ ବିଷୟରେ…

ବାଲିଅନ୍ତା ବର୍ବରତା; ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ୪ ପୋଲିସ ସସ୍‌ପେଣ୍ଡ୍‌

ଭୁବନେଶ୍ବର,୧୦ା୫:  ବାଲିଅନ୍ତା ବର୍ବରତା ଘଟଣା କେବଳ ରାଜ୍ୟ ନୁହେଁ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ବର୍ତ୍ତମାନ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି…

PM ମୋଦିଙ୍କୁ ଟାର୍ଗେଟ? ବେଙ୍ଗାଲୁରୁରେ କାର୍ଯ୍ୟକ୍ରମ ସ୍ଥଳ ନିକଟରୁ ବିସ୍ଫୋରକ ସାମଗ୍ରୀ ମିଳିବା ପରେ ହଇଚଇ

ବେଙ୍ଗାଲୁରୁ,୧୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆର୍ଟ ଅଫ ଲିଭିଂ ସେଣ୍ଟର ଗସ୍ତ ପୂର୍ବରୁ ବେଙ୍ଗାଲୁରୁରେ ଏକ ବଡ଼ ଧରଣର ସୁରକ୍ଷା ତ୍ରୁଟି ସାମ୍ନାକୁ ଆସିଛି। ପୋଲିସ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri