Posted inଜାତୀୟ

ତାଜ୍‌ମହଲରେ ବୋମା ଆତଙ୍କ: ପର୍ଯ୍ୟଟକଙ୍କୁ ବାହାର କରାଗଲା

ଆଗ୍ରା,୪।୩: ତାଜ୍‌ମହଲରେ ବୋମା ଆତଙ୍କ ଯୋଗୁ ଏହାର ପରିସରକୁ ଖାଲି କରି ଦିଆଯାଇଛି। ପର୍ଯ୍ୟଟକଙ୍କୁୁ ସିଆଇଏସ୍‌ଏଫ୍‌ ଟିମ୍‌ ପକ୍ଷରୁ ବାହାର କରାଯାଇଛି। ପରିସରରେ ବୋମା ରହିଥିବା ସୂଚନା ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ପୋଲିସ କହିଛି। ଖବର ମିଳିବା ପରେ ସ୍ଥାନୀୟ ପୋଲିସ ସହିତ ସିଆଇଏସ୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଜ୍‌ମହଲ ବାହାରେ ପୋଲିସ ଏବଂ ଭିତରେ ସିଆଇଏସ୍‌ଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ କରାଯାଇଥିଲା। ତେବେ ପରିସରରୁ କୌଣସି ବୋମା ମିଳି ନ ଥିବା ଆଗ୍ରା ଆଇଜି ଏ. ସତୀଶ ଗଣେଶ ସୂଚନା ଦେଇଛନ୍ତି। ଫିରୋଜବାଦ୍‌ରୁ ଜଣେ ବ୍ୟକ୍ତି ଫୋନ୍‌ କରି ଏଭଳି ଖବର ଦେଇଥିଲେ। ଏହାପରେ ପୋଲିସ ଏବଂ ସିଆଇଏସ୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଅଧିକ ପଚରାଉଚରା ଜାରି ରହିଛି। ସେ ଚାକିରି ନ ପାଇ ବେକାର ଥିବାରୁ ବିରକ୍ତ ହୋଇ ଏଭଳି କରିଥିବା ଆଇଜି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ମିଠା ଖୁଆଇ ମୋଟା କରିବାକୁ ଚାହୁଁଥିଲେ ଭଉଣୀ

ସାରା ଦେଶରେ ରକ୍ଷା ବନ୍ଧନ ପର୍ବ ଧୂମ୍‌ଧାମ୍‌ରେ ପାଳନ କରାଯାଉଛି। ଆଜିର ଦିନରେ ଭାଇ ହାତରେ ରାଖୀ ପିନ୍ଧାଇ ଭଉଣୀ ଭାଇର ଶୁଭ ମନାସି ଥାଏ।...

ଭାଜପାକୁ ଦୋଷ ଦେଲେ ନୀତୀଶ!

ପାଟନା,୯ ।୧: ବିହାର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ସହଯୋଗୀ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଦୋଷ ଦେଇଛନ୍ତି । ସେ...

ଟିଏମ୍‌ସି ହାତ ଧରିଲେ ଏହି କ୍ରିକେଟର, ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ହେଲେ ସାମିଲ

କୋଲକାତା,୨୪।୨: ଭାରତୀୟ କ୍ରିକେଟର ମନୋଜ ତିଓ୍ବାରୀ ବୁଧବାର ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ହୁଗୁଳୁ ଜିଲାରେ ହୋଇଥିବା ରାଲିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ...

ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ

ପୁଣେ,୨୮।୨: ଦେଶରେ କରୋନା ଆତଙ୍କ ଯୋଗୁ ପୁଣି କୋକୁଆ ଭୟ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର କେତେକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ି ଚାଲିଛି।...

ଯୁବକଙ୍କୁ ଫାଶୀ ଦଣ୍ଡାଦେଶ

ମୁମ୍ବାଇ, ୨୦ା୨(ପି.ଟି.): ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟାକରିବା ଅଭିଯୋଗରେ ମହାରାଷ୍ଟ୍ରର ପରଭାଣୀ ଜିଲା କୋର୍ଟ ଦୋଷୀ ବିଷ୍ଣୁ ଗୋରେ(୩୦)ଙ୍କୁ ବୁଧବାର ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।...

ଅର୍ଜୁନ ରାମପାଲଙ୍କ ଘରେ ଏନ୍‌ସିବି ଟିମ୍‌

ମୁମ୍ବାଇ,୯ ।୧୧: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁର ଯାଞ୍ଚ ସମୟରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ମାମଲାରେ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କ ନାମ...

ଅହମଦାବାଦରୁ ଆଗ୍ରା ହୋଇ ଦିଲ୍ଲୀ ଯିବେ ଟ୍ରମ୍ପ ଦମ୍ପତି

ନୂଆଦିଲ୍ଲୀ,୨୦।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ବେଳକୁ ବେଳ ଉତ୍ସାହ...

ଭୋଟ ପୂର୍ବରୁ କୃପାଭିକ୍ଷା

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍‌। ଆଉ ମାତ୍ର କେଇ ଘଣ୍ଟା ପରେ ସବୁ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହେବ...

Advertisement


Archives

Model This Week