Posted inଜାତୀୟ

ମସ୍କୋ-ଗୋଆ ବିମାନରେ ବୋମା ଆତଙ୍କ, ଉଜବେକିସ୍ତାନରେ ଜରୁରୀ ଅବତରଣ…

ପଣଜୀ,୨୧।୧ : ରୁଷିଆର ରାଜଧାନୀ ମସ୍କୋରୁ ଗୋଆକୁ ଆସୁଥିବା ଏକ ଚାର୍ଟାର୍ଡ ବିମାନରେ ଏକ ବୋମା ଥିବା ନେଇ ଆତଙ୍କ ସୃଷ୍ଟି ହୋଇଛି। ଏହା ପରେ ବିମାନକୁ ଉଜବେକିସ୍ତାନକୁ ପଠାଯାଇଥିଲା। ସେଠାରେ ବିମାନ ଜରୁରୀ ଅବତରଣ କରିଥିଲା। ପୋଲିସର ସୂଚନାନୁସାରେ ବିମାନରେ ୨୪୦ ଜଣ ଯାତ୍ରୀ ଥିଲେ। ଖବର ମୁତାବକ ଏହି ବିମାନଟି ଦକ୍ଷିଣ ଗୋଆର ଦବୋଲିମ ବିମାନବନ୍ଦରରେ ଭୋର ୪ଟା ୧୫ରେ ଅବତରଣ କରିବାର ଥିଲା। କୁହାଯାଇଛି ଯେ ଯାତ୍ରୀଙ୍କ ବ୍ୟତୀତ ବିମାନରେ ୭ ଜଣ କ୍ରୁ ସଦସ୍ୟ ମଧ୍ୟ ଅଛନ୍ତି।

ଖବର ଅନୁଯାୟୀ, ଆଜୁର୍‌ ଏୟାର ଦ୍ୱାରା ପରିଚାଳିତ ବିମାନ ଏଜେଡଭି-୨୪୬୩ ଭାରତୀୟ ଭାରତୀୟ ବିମାନ ବନ୍ଦରରେ ପହଞ୍ଚିବା ପୂର୍ବରୁ ଡାଇଭର୍ଟ କରାଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ରାତି ପ୍ରାୟ ୧୨ ଟା୩୦ରେ ସମୟରେ ଏକ ଇମେଲ ମାଧ୍ୟମରେ ଏହି ବିମାନରେ ବୋମା ଥିବା ବିଷୟରେ ସବୋଲିମ ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ସୂଚନା ଦିଆଯାଇଥିଲା। ଏହା ପରେ ହିଁ ଏହାକୁ ଡାଇଭର୍ଟ କରାଯାଇଥିଲା ।

ଏହାପରେ ଗାଆ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇଛି। ଭାସ୍କୋ ଡେପୁଟି ଏସପି ସଲିମ ଶେଖଙ୍କ ଅନୁଯାୟୀ ଗୋଆ ପୋଲିସ, କୁଇକ ରେସପନ୍ସ ଟିମ (କ୍ୟୁଆରଟି) ଏବଂ ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏସ) ସହିତ ବୋମା ଏବଂ ଡଗ ସ୍କ୍ବାଡକୁ ସତର୍କ ରଖାଯାଇଛି।

ସୂଚନାଯୋଗ୍ୟ ଯେ ଦୁଇ ସପ୍ତାହ ପୂର୍ବରୁ ମସ୍କୋରୁ ଗୋଆକୁ ଆସୁଥିବା ଆଜୁର ଏୟାରଲାଇନ୍ସର ଏକ ବିମାନରେ ବୋମା ଥିବା ବିଷୟରେ ମଧ୍ୟ ସୂଚନା ମିଳିଥିଲା। ଏହା ପରେ ଗୁଜରାଟର ଜାମନଗରରେ ବିମାନର ଜରୁରୀ ଅବତରଣ କରାଯାଇଥିଲା। ତେବେ ଏହି ବୋମା ସମ୍ବନ୍ଧୀୟ ତଥ୍ୟ ଗୁଜବ ବୋଲି ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri