ବଲିଉଡ୍‌ର ବିବାଦୀୟ ଚୁମ୍ବନ, ଥାନାରେ ପହଞ୍ଚିଥିଲା ମାମଲା

ମୁମ୍ବାଇ : ଭାଲେଣ୍ଟାଇନ୍ସ ଡେ’ର ଗୋଟିଏ ଦିନ ପୂର୍ବରୁ କିସ୍‌ ଡେ ବା ଚୁମ୍ବନ ଦିବସ ପାଳନ କରାଯାଏ। ଚୁମ୍ବନ ପ୍ରେମର ଗଭୀରତା ସୂଚାଏ। ଆଜିକାଲି କପଲମାନେ ପରସ୍ପରକୁ ଚୁମ୍ବନ ଦେଇ ପ୍ରେମ ବ୍ୟକ୍ତ କରୁଛନ୍ତି। ବଲିଉଡ୍‌ର କିଛି ଫିଲ୍ମରେ ଚୁମ୍ବନ ଦୃଶ୍ୟ ରହିଥାଏ। ସେଥିମଧ୍ୟରୁ କିଛି ଚୁମ୍ବନକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏପରିକି ଏହି ଚୁମ୍ବନ ପାଇଁ ମାମଲା ଥାନାରେ ବି ପହଞ୍ଚିଥିଲା। ଜାଣନ୍ତୁ ବଲିଉଡ୍‌ର କିଛି ବିବାଦୀୟ ଚୁମ୍ବନ ସମ୍ପର୍କରେ…

ମହେଶ ଭଟ୍ଟ:

ନିର୍ଦ୍ଦେଶକ ତଥା ପ୍ରଯୋଜକ ମହେଶ ଭଟ୍ଟ ନିଜ ଝିଅ ପୂଜା ଭଟ୍ଟଙ୍କୁ ଚୁମ୍ବନ ଦେଇ ବିବାଦକୁ ଆସିଥିଲେ। ବର୍ଷ ଆରମ୍ଭରୁ ଏକ ମାଗାଜିନ୍‌ ପାଇଁ ସେ ଝିଅ ପୂଜାଙ୍କୁ ଲିପ୍‌ କିସ୍‌ କରିଥିଲେ। ମାଗାଜିନର କଭର ପେଜ୍‌ ପାଇଁ ସେ ଏପରି କରିଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା। ଖାଲି ଏତିକି ନୁହେଁ, ବିବାଦକୁ ଆସିବା ପରେ ମହେଶ ଏହି କଥାର ଜବାବ ରଖିଥିଲେ। କହିଥିଲେ, ପୂଜା ଯଦି ମୋ’ ଝିଅ ହୋଇ ନ ଥାନ୍ତା ତେବେ ମୁଁ ତାଙ୍କୁ ବିବାହ କରିଥାନ୍ତି।

ରାମ ଜେଠମଲାନୀ-ଲୀନା ଚନ୍ଦ୍ରାବରକର

ଦେଶର ଜଣାଶୁଣା ଓକିଲ ରାମ ଜେଠମଲାନୀ ୨୦୧୫ରେ ଏକ ପୁରସ୍କାର ଉତ୍ସବରେ ପ୍ରସିଦ୍ଧ ଅଭିନେତ୍ରୀ ଲୀନା ଚନ୍ଦ୍ରାବରକରଙ୍କୁ ଲିପ୍‌ଲକ୍‌ ଚୁମ୍ବନ କରିଥିଲେ। ଏହି ଚୁମ୍ବନ ସେତେବେଳେ ଖୁବ୍‌ ଚର୍ଚ୍ଚାକୁ ଆସିଥିଲା।

ଦୀପିକା ପାଦୁକୋନ-ସିଦ୍ଧାର୍ଥ ମାଲ୍ୟା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ସିଦ୍ଧାର୍ଥ ମାଲ୍ୟାଙ୍କୁ ଚୁମ୍ବନ ଦେଇ ୨୦୧୩ରେ ଚର୍ଚ୍ଚାକୁ ଆସିଥିଲେ। ଏହି ସମୟରେ ଆଇପିଏଲ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମ୍ୟାଚ ଚାଲିଥିଲା। ଦୀପିକା ସିଦ୍ଧାର୍ଥଙ୍କ ସହ ବସି ମ୍ୟାଚ ଦେଖୁଥିଲେ। ଯେମିତି ରୟାଲ ଚାଲେଞ୍ଜର୍ସ ବିଜୟ ହାସଲ କରିଥିଲା ସିଦ୍ଧାର୍ଥ ଦୀପିକାଙ୍କୁ ଧରି ଲିପ୍‌ କିସ୍‌ କରିଥିଲେ। ଯାହା ଖୁବ୍‌ ଚର୍ଚ୍ଚା ହୋଇଥିଲା।

ରାକ୍ଷୀ ସାଓ୍ବନ୍ତ-ମିକା ସିଂହ


୨୦୦୭ରେ ରାକ୍ଷୀ ସାଓ୍ବନ୍ତ ମିକା ସିଂହଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ। ଏଠାରେ ମିକା ତାଙ୍କୁ ଧରି ଜବରଦସ୍ତ ଚୁମ୍ବନ ଦେଇଥିଲେ। ଏହି ଚୁମ୍ବନ ପରେ ବିବାଦ ସୃଷ୍ଟି ହୋଇଥିଲା। ରାକ୍ଷୀ ମିକାଙ୍କ ଉପରେ ଖୁବ୍‌ ରାଗି ଯାଇଥିଲେ। ଏପରିକି ମାମଲା ପୋଲିସ ପର୍ଯ୍ୟନ୍ତ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri