ରାହୁଲ ମୋଦି କିଏ? ଯାହାଙ୍କ ସହ ଅନନ୍ତ ଅମ୍ବାନୀଙ୍କ ବିବାହରେ ପହଞ୍ଚିଛନ୍ତି ଶ୍ରଦ୍ଧା କପୁର…

ବମ୍ବେ: ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ବଲିଉଡ୍‌ର ଚୁଲବୁଲି ନାୟିକା ଶ୍ରଦ୍ଧା କପୁର। ଏବେ ସେ ଅମ୍ବାନୀ ପରିବାରର ଅତିଥି ସାଜି ଅନନ୍ତଙ୍କ ବିବାହରେ ଯୋଗ ଦେବାକୁ ସେ ଜାମନଗରରେ ଅଛନ୍ତି। ଅନେକ ସେଲିବ୍ରିଟିଙ୍କ ଗହଳି ସତ୍ତ୍ୱେ ଶ୍ରଦ୍ଧା ରାହୁଲ ମୋଦିଙ୍କ ସହ ନଜର ଆସିବା ଖବର ଶିରୋନାମାରେ ରହିଛି। ଉଭୟ ପରସ୍ପରକୁ ଡେଟ୍‌ କରୁଥିବା କୁହାଯାଉଛି। ଏଣୁ ତାଙ୍କ ପ୍ରଶଂସକଙ୍କର ରାହୁଲଙ୍କ ବିଷୟରେ ଜାଣିବାକୁ ଉତ୍କଣ୍ଠା ବଢ଼ିଛି।

ରାହୁଲ ମୋଦି ହେଉଛନ୍ତି ‘ତୁ ଝୁଟି ମେ’ ମକାର’ର ଲେଖକ। ଏହି ଫିଲ୍ମରେ ଶ୍ରଦ୍ଧା କପୁର ନାୟିକା ସାଜିଥିଲେ। ଏହାଛଡ଼ା ‘ପ୍ୟାର୍‌ କା ପଞ୍ଚନାମା ୨’, ‘ସୋନୁ କି ଟିଟୁ କି ସ୍ବିଟି’ ଭଳି ଫିଲ୍ମ ଲାଗି ସେ ସ୍କ୍ରିପ୍ଟ ରାଇଟର୍‌ ଭାବେ କାମ କରିଛନ୍ତି। ରିପୋର୍ଟ ମୁତାବକ ତାଙ୍କ ପୂର୍ବରୁ ଶ୍ରଦ୍ଧା ରୋହନ ଶ୍ରେଷ୍ଠଙ୍କୁ ଡେଟ୍‌ କରୁଥିଲେ। ସେ ଜଣେ ଫଟୋଗ୍ରାଫର ଥିଲେ। ଦୀର୍ଘ ୭ ବର୍ଷ ଧରି ସମ୍ପର୍କରେ ରହିବା ପରେ ୨୦୨୨ରେ ସେମାନଙ୍କ ବାଟ ଅଲଗା ହୋଇଥିଲା।

ଅଭିନୟ ବିଷୟରେ କହିଲେ ଆଗାମୀ ଦିନରେ ଶ୍ରଦ୍ଧାଙ୍କ ଫିଲ୍ମ ‘ସ୍ତ୍ରୀ ୨’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଫିଲ୍ମରେ ତାଙ୍କ ସହ ରାଜକୁମାର ରାଓ, ପଙ୍କଜ ତ୍ରିପାଠୀ, ଅଭିଷେକ ବାନାର୍ଜୀ ପ୍ରମୁକ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

ସଲମାନଙ୍କୁ ଭେଟିବାକୁ ଗାଲାକ୍ସି ଆପାର୍ଟମେଣ୍ଟରେ ପହଞ୍ଚିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ

ବମ୍ବେ: ନିକଟରେ ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ଘର ଉପରେ ୨ ଜଣ ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଥିଲେ। ଏହି ଘଟଣା ଅନେକଙ୍କୁ ଚକିତ କରିଥିଲା। ପୋଲିସ...

ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ୁନାହାନ୍ତି କିରନ

ନୂଆଦିଲ୍ଲୀ: ଚଣ୍ଡିଗଡ଼ରୁ ଲଗାତର ୨ ଥର ଏମ୍‌ପି ଥିବା ବଲିଉଡ୍‌ ଅଭିନେତ୍ରୀ କିରନ ଖେର୍‌ ଚଳିତ ଲୋକ ସଭା ନିର୍ବାଚନ ଲଢ଼ୁନାହାନ୍ତି। ଚଣ୍ଡିଗଡ଼ରୁ ଭାଜପା ତାଙ୍କ...

ସଲମାନଙ୍କ ଘର ବାହାରେ ଫାୟାରିଂ କରିଥିବା ୨ ଅଭିଯୁକ୍ତ ଗିରଫ

ମୁମ୍ବାଇ,୧୬।୪:ମୁମ୍ବାଇର ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇଥିବା ଉଭୟ ଅଭିଯୁକ୍ତଙ୍କୁ ଗୁଜରାଟର ଭୁଜରୁ ଗିରଫ କରାଯାଇଛି। ମାମଲାର ଅନୁସନ୍ଧାନ କରୁଥିବା ମୁମ୍ବାଇ କ୍ରାଇମ...

ହୃଦୟ ଜିତିଲେ କିଙ୍ଗ ଖାନ

ମୁମ୍ବାଇ,୧୫।୪: ବଲିଉଡର ସୁପରଷ୍ଟାର ଶାହରୁଖ ଖାନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ଉଦାରତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। କିଙ୍ଗ ଖାନ...

ଆତ୍ମହତ୍ୟା କଲେ କନ୍ନଡ ଫିଲ୍ମ ପ୍ରଡ୍ୟୁସର ସୌନ୍ଦର୍ଯ୍ୟା ଜଗଦୀଶ!

ଚେନ୍ନାଇ,୧୫।୪: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ କନ୍ନଡ ଚଳଚ୍ଚିତ୍ର ନିର୍ମାତା ତଥା ବ୍ୟବସାୟୀ ସୌନ୍ଦର୍ଯ୍ୟା ଜଗଦୀଶ ଆତ୍ମହତ୍ୟା...

କାନାଡାର ଆଇପି ଆଡ୍ରେସ, ଆମେରିକାରୁ ହୋଇଥିଲା ସଲମାନଙ୍କ ଘରେ ଫାୟରିଂ କରିବାର ପ୍ଲାନ

ମୁମ୍ବାଇ,୧୫।୪: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫାୟରିଂ କରିବା ମାମଲାରେ ମୁମ୍ବାଇ ପୋଲିସ ହାତରେ ନୂଆ ତଥ୍ୟ ଲାଗିଛି। ପୋଲିସ କହିଛି ଯେ...

ପ୍ରଥମ ପ୍ରେମରେ ଧୋକା ଖାଇଥିଲେ ବିଦ୍ୟା

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବଲାନ୍‌ ନିଜର ଚମତ୍କାର ଅଭିନୟ ବଳରେ ଦୀର୍ଘ ବର୍ଷ ଧରି ପ୍ରଶଂସକଙ୍କ ହୃଦୟରେ ରାଜୁତି କରିଆସୁଛନ୍ତି। ନିଜର ବିନ୍ଦାଶ ଶୈଳୀ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri