ଅଭିନୟ କଲେ ଛାଡି ଚାଲିଯିବାକୁ ଧମକ ଦେଇଥିଲେ ଏହି ସଫଳ ଗାୟକଙ୍କ ସ୍ତ୍ରୀ

ବଲିଉଡ୍‌ର ସଫଳ ଗାୟକଙ୍କ ମଧ୍ୟରେ ଅନ୍ୟତମ ଶାନ୍ତନୁ ମୁଖାର୍ଜା ଅର୍ଥାତ୍‌ ଶାନ୍‌। ୩୦ ସେପ୍ଟେମ୍ବର ୧୯୭୨ରେ ମଧ୍ୟପ୍ରଦେଶର ଖଣ୍ଡଓ୍ବାଠାରୁ ଜନ୍ମ ଗ୍ରହଣ କରିଥିବା ଶାନ୍‌ଙ୍କର ଆଜି ହେଉଛି ଜନ୍ମଦିନ।
ମାତ୍ର ୧୩ ବର୍ଷ ବୟସରୁ ବାପାଙ୍କୁ ହରାଇଥିବା ଶାନ୍‌ ଜଣେ ଗାୟକ ହେବାକୁ କେବେହେଲେ ଚାହିଁ ନ ଥିଲେ। ତାଙ୍କ ପରିବାରର ସମସ୍ତ ସଦସ୍ୟ ସଂଗୀତ ସହ ଜଡିତ ଥିଲେ। ଶାନଙ୍କ ଜେଜେବାପା ଜାହର ମୁଖାର୍ଜୀ ଜଣେ ସଂଗୀତଜ୍ଞ, ବାପା ମାନସ ଜଣେ ସଂଗୀତ ନିର୍ଦ୍ଦେଶକ, ମା’ ଏବଂ ଭଉଣୀ ଗୀତ ଗାୟଥିଲେ। ହେଲେ ଶାନ୍‌ ପିଲାଦିନରୁ ଗୀତ ଗାଇବାକୁ ଭଲ ପାଉ ନ ଥିଲେ। ବାରମ୍ବାର ଗୀତ ଗାଇ ଅସଫଳ ହେବାରୁ ସେ ବିଜ୍ଞାପନ କିମ୍ବା ସାମ୍ବାଦିକତା କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିଲେ। ପିଲାଟି ଦିନରୁ ତାଙ୍କୁ ସଂଗୀତରେ ଅନେକ ଅଫର ମିଳିଛି। ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ଶାନ୍‌ ଲୋକପ୍ରିୟ ମ୍ୟୁଜିକ୍‌ କମ୍ପୋଜର ଆର୍‌ଡି ବର୍ମାଙ୍କ ପାଇଁ ଗୀତ ଗାଇଛନ୍ତି। ଶାନ୍‌ ହିନ୍ଦୀ ବ୍ୟତିତ ତେଲୁଗୁ, ତାମିଲ, କନ୍ନଡ଼, ବଙ୍ଗାଳୀ, ପଞ୍ଜାବୀ, ମରାଠୀ , ଉର୍ଦ୍ଦୁ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି। ଏପରିକି ସେ ଏକ ପାକିସ୍ତାନୀ ଫିଲ୍ମ ପାଇଁ ମଧ୍ୟ ଗୀତ ଗାଇଛନ୍ତି।
ଶାନ୍‌ଙ୍କ ଲୋକପ୍ରିୟ ଆଲ୍‌ବମ୍‌ ମଧ୍ୟରେ ଅନ୍ୟତମ ତନ୍‌ହା ଦିଲ୍‌। ଏହି ଆଲବମ୍‌ ରିଲିଜ୍‌ ହେବାକୁ ୩ ବର୍ଷ ସମୟ ଲାଗିଯାଇଥିଲା। ସେ ଅନେକ ସିନେମାରେ ଅଭିନୟ ମଧ୍ୟ କରିସାରିଛନ୍ତି। ହେଲେ ଏହି ସମସ୍ତ ଚରିତ୍ର ଅତିଥି କଳାକାରର। ଯଦି ସେ ଅଭିନୟ କରନ୍ତି ସ୍ତ୍ରୀ ତାଙ୍କୁ ଛାଡି ଚାଲିଯିବେ ବୋଲି ଧମକ ଦେଇଥିବା ଏକ ସାକ୍ଷାତକାରରେ ଶାନ୍‌ କରିଥିଲେ। ଏହା ପରେ ସେ ଅଭିନୟ ଠାରୁ ଦୂରେଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ବାପାଙ୍କ ସହ ୨ ପୁଅଙ୍କ ଜୀବନ

ଉମରକୋଟ,୧୨।୭(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଦେଓଭରଣ୍ଡୀଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌ ଉପରେ ଚଢ଼ିଯିବ ଫଳରେ ବାପାଙ୍କ…

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

ରେଳଧାରଣାରୁ ମିଳିଲା ଯୁବତୀଙ୍କ ମୃତଦେହ, ବଢ଼ିଲା ସନ୍ଦେହ…

ଛତ୍ରପୁର,୧୨।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ନିକଟ ହୁମ୍ବର ଗ୍ରାମ ଦେଇ ଯାଉଥିବା ଚେନ୍ନାଇ-ହାୱଡ଼ା ରେଳଧାରଣା କଡ଼ରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।…

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri