ବଲିଉଡ୍‌ ପୂର୍ବରୁ ଏହି ଅଭିନେତ୍ରୀମାନେ ସାଉଥ୍‌ ପିଲ୍ମରୁ ଆରମ୍ଭ କରିଥିଲେ ନିଜର କ୍ୟାରିୟର

ମୁମ୍ବାଇ: ବଲିଉଡର ଏକ ନମ୍ବର ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ଓ ଐଶ୍ୱର୍ଯ୍ୟା ରାୟଙ୍କୁ ଗଣାଯାଏ। ସେମାନେ ବଲିଉଡ୍‌ରେ ଏକାଧିକ ହିଟ୍‌ ଫିଲ୍ମରେ ଅଭିନୟ କରିସାରିଚନ୍ତି। ସେହିପରି ୮୦ଦଶକର ଜଣାଶୁଣା ଅଭିନେତ୍ରୀ ହେମା ମାଳିନୀ ଓ ଶ୍ରୀଦେବୀ ମଧ୍ୟ ହିନ୍ଦୀ ସିନେମାରେ ରାଜ କରିସାରିଛନ୍ତି। ଶ୍ରୀଦେବୀ ଆଉ ଆମ ଗହଣରେ ନାହାନ୍ତି ସତ କିନ୍ତୁ ଆଜି ବି ତାଙ୍କୁ ବଲିଉଡ୍‌ର ‘ଫାଷ୍ଟ ଫିମେଲ ସୁପରଷ୍ଟାର’ କୁହାଯାଏ। ତେବେ ଜାଣିଛନ୍ତି କି, ଏହି ଅଭିନେତ୍ରୀମାନେ ସେମାନଙ୍କର ଅଭିନୟ କ୍ୟାରିୟର ବଲିଉଡ୍‌ରୁ ନୁହେଁ ବରଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆରମ୍ଭ କରିଛନ୍ତି। ଆଜ୍ଞା ହଁ, କେହି କନ୍ନଡରୁ ତ ଆଉ କେହି ତାମିଲରୁ। କିନ୍ତୁ ଏହି ଅଭିନେତ୍ରୀମାନେ ସାଉଥ୍‌ ଫିଲ୍ମରୁ ଡେବ୍ୟୁ କରିଛନ୍ତି।

 

ପ୍ରିୟଙ୍କା ଚୋପ୍ରା: ମିସ୍‌ ୱାଲ୍‌ଡ ଆଖ୍ୟା ଅର୍ଜନ କରିବା ପରେ ପ୍ରିୟଙ୍କା ଚୋପ୍ରା ଅବ୍ବାସ ମସ୍ତାନଙ୍କ ରୋମାଣ୍ଟିକ ଥ୍ରୀଲର ଫିଲ୍ମ ହାମରାଜ ପାଇଁ ଚୟନ ହୋଇଥିଲେ। ଏହି ଫିଲ୍ମ ଜରିଆରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥାନ୍ତେ। କିନ୍ତୁ ପ୍ରଡକ୍ସନ ସହ ସିଡ୍ୟୁଲକୁ ନେଇ ତାଙ୍କର ଖାପ୍‌ ଖାଇ ନ ଥିବାରୁ ପ୍ରିୟଙ୍କା ଏହି ଫିଲ୍ମ କରି ନ ଥିଲେ। ଏହାପରେ ସେ ତାମିଲ ଫିଲ୍ମ ‘ଥମିଜାନ’ ଜରିଆରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ର ୨୦୦୨ରେ ରିଲିଜ ହୋଇଥିଲା। ଏଥିରେ ଅଭିନେତା ବିଜୟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ।

ଦୀପିକା ପାଦୁକୋଣ: ବାଜିରାଓ ମସ୍ତାନୀ, ଚେନ୍ନାଇ ଏକ୍ସପ୍ରେସ, ପଦ୍ମାବତ ଓ ପିକୁ ଭଳି ସୁପରହିଟ୍‌ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ୍‌ ଡିଭା ଦୀପିକା ପାଦୁକୋନ ମଧ୍ୟ କନ୍ନଡ ଫିଲ୍ମରୁ ଡେବ୍ୟୁ କରିଥିଲେ। ୨୦୦୬ରେ ସାଉଥ ଫିଲ୍ମ ‘ଐଶ୍ୱର୍ଯ୍ୟା’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଶାହରୁଖ ଖାଁଙ୍କ ସହ ‘ଓମ ଶାନ୍ତି ଓମ’ରୁ ବଲିଉଡ୍‌ରେ ପାଦ ରଖିଥିଲେ। ଯାହା ୨୦୦୭ରେ ରିଲିଜ ହୋଇଥିଲା।


ଐଶର୍ଯ୍ୟା ରାୟ ବଚ୍ଚନ: ମିସ୍‌ ୱାଲ୍‌ଡ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ରେ ଏକାଧିକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ୧୯୯୭ରେ ରିଲିଜ ହୋଇଥିବା ମଣିରତ୍ନମଙ୍କ ତାମିଲ ଫିଲ୍ମ ‘ଇରୁଭର’ରୁ ସେ ଡେବ୍ୟୁ କରିଥିଲେ। ତେବେ ୧୯୯୭ରେ ରିଲିଜ ହୋଇଥିବା ‘ଅର ପ୍ୟାର ହୋ ଗୟା’ଜରିଆରେ ସେ ବଲିଉଡ୍‌ରେ ପାଦ ଥାପିଥିଲେ।


ହେମା ମାଳିାନୀ: ବଲିଉଡ୍‌ ଡ୍ରିମ୍‌ ଗାର୍ଲ ନାଁରେ ବେଶ୍‌ ଜଣାଶୁଣା ଅଭିନେତ୍ରୀ ହେମା ମାଳିନୀ ତାମିଲ ଫିଲ୍ମ ‘ଇଥୁ ସାଥିୟମ୍‌’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଯାହା ୧୯୬୨ରେ ରିଲିଜ୍‌ ହୋଇଥିଲା। ଏହାପରେ ସେ ବଲିଉଡ୍‌ ଫିଲ୍ମ ‘ସପ୍ନୋ କେ ସୌଦାଗର’ରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ। ହିନ୍ଦୀ ଫିଲ୍ମରେ ସେ ଅନେକ ସ୍ମରଣୀୟ ଚରିତ୍ରରେ ଅଭିନୟ କରିସାରିଛନ୍ତି।


ଶ୍ରୀଦେବୀ: ସେହିପରି ୮୦ଦଶକର ନାଁକରା ଅଭିନେତ୍ରୀ ଶ୍ରୀଦେବୀ ସେହି ସମୟରେ ବଲିଉଡ୍‌ ଫିଲ୍ମର ନମ୍ବର ଓ୍ବାନ ଅଭିନେତ୍ରୀ ଥିଲେ। ହିନ୍ଦୀ ସହ ସେ ସାଉଥ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି। ପଦ୍ମଶ୍ରୀ ସମ୍ମାନୀତ ଶ୍ରୀଦେବୀ ୧୯୬୭ରେ ତାମିଲ ଫିଲ୍ମ କନ୍ଧନ କରୁନେଇରେ ଶିଶୁ କଳାକାର ଭାବେ ଡେବ୍ୟୁ କରିଥିଲେ। ହିନ୍ଦୀ, ତାମିଲ ବ୍ୟତୀତ ସେ ତେଲୁଗୁ, ମାଲାୟାଲମ ଓ କନ୍ନଡ ଭାଷାରେ ଫିଲ୍ମରେ କାମ କରିସାରିଛନ୍ତି। ୨୦୧୮ରେ ଦୁବାଇରେ ଅଚାନକ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri