୨୦୧୭ରେ ନୂଆସାହି ବଜାରରୁ ବୋଲୋରୋ ଚୋରି ଘଟଣା: ଦୁଇ ବର୍ଷ ପରେ ଅଭିଯୁକ୍ତ ଗିରଫ

କପ୍ତିପଦା,୧୭।୫(ଡି.ଏନ୍‌.ଏ.): ୨୦୧୭ ମସିହାର ଏକ ବୋଲେରୋ ଚୋରି ଘଟଣାରେ କପ୍ତିପଦା ପୋଲିସକୁ ସଫଳତା ମିଳିଛି। ଦୀର୍ଘ ଦୁଇ ବର୍ଷ ପରେ ପୋଲିସ ଅଭିଯୁକ୍ତ ଠାକୁରମୁଣ୍ଡା ଥାନା ଅଧୀନ ଖୁଣ୍ଟାପୋଷୀ ଗ୍ରାମର ଭୀମସେନ ମାଝିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିଭଳି ଘଟଣାର ମୁଖ୍ୟ ଅଭିଯୁକ୍ତ ସର୍ଫରାଜ ଖାନ୍‌ ଓ ବୁଲେଟ୍‌ଙ୍କୁ ସମ୍ବଲପୁର ଅଇଁଠାପାଲି ଥାନା ପୋଲିସ ଗିରଫ କରିବା ପରେ ସେମାନେ ଜେଲରେ ଥିବା ଜଣାପଡ଼ିଛି।
ବୋଲେରୋଟି ନୂଆସାହି ବଜାରରେ ଥିବା ଏକ ବିଦେଶୀ ମଦ ଦୋକାନ ଆଗରେ ଛିଡ଼ା ହୋଇଥିବା ବେଳେ ଚୋରି ହୋଇଥିଲା। ଭୀମସେନ ଗାଡ଼ିକୁ ଚୋରି କରିବା ପରେ ମୁଖ୍ୟ ଅଭିଯୁକ୍ତମାନେ ତାଙ୍କୁ ୫ହଜାର ଟଙ୍କା ଦେଇ ଗାଡ଼ି ନେଇ ଫେରାର ହୋଇଯାଇଥିଲେ। ଏ ନେଇ ଗାଡ଼ି ମାଲିକ ସୁବଳ ମହାନ୍ତି କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା(ନଂ-୧୧୨/୧୭) ରୁଜୁ କରି ତଦନ୍ତ ଜାରି ରଖିଥିଲା। ଶେଷରେ ସିସିଟିଭି ଫୁଟେଜ୍‌ ଓ ତଦନ୍ତ ଆଧାରରେ ଭୀମସେନଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ପେଟ୍ରୋଲ ଢାଳି ପୋଡ଼ି ମାରିବା ଅଭିଯୋଗରେ ସ୍ବାମୀ କୋର୍ଟ ଚାଲାଣ

କୋକସରା,୨୬ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଯାହାକୁ ସାତ ଜନ୍ମର ଜୀବନସାଥୀ କରିବାକୁ ହୋମନିଆଁରେ ଶପଥ ନେଇଥିଲେ ସ୍ବାମୀ ସେହି ଜୀବନସାଥୀଙ୍କୁ ପେଟ୍ରୋଲ ଢାଳି ନିଆଁରେ ପୋଡ଼ି ମାରି...

ଦୀପାବଳିରେ ଅଘଟଣ: ବାଣ ନିଆଁରେ ଜଳିଗଲା ୪ ବଖରା

ରୂପସା,୨୫।୧୦(ଡି.ଏନ୍‌.ଏ.):ଆଲୋକର ପର୍ବ ଦୀପାବଳି ଅବସରରେ ଆନନ୍ଦର ମାହୋଲ ଚାଲିଥିବା ବେଳେ ଘଟିଥିଲା ଅଘଟଣ । ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ପଣ୍ଡରୁଙ୍ଗୀ ଓ ଦତ୍ତପୁର...

୩ ଝିଅଙ୍କୁ ହତ୍ୟା କରି ବାପାଙ୍କ ଆତ୍ମହତ୍ୟା

କେନ୍ଦୁଝର/ ଆନନ୍ଦପୁର,୧୫ା୬( ସ୍ବ.ପ୍ର.) :କେନ୍ଦୁଝର ଜିଲା ଆନନ୍ଦପୁର ଥାନାଠାରୁ ୪୦ କି.ମି. ଦୂର ଉଲିିବସା ଗ୍ରାମର ଏକ ଘରୁ ଶୁକ୍ରବାର ୩ରୁ ୯ ବର୍ଷ ବୟସର...

‘ସଶକ୍ତ ହେବ ମହିଳା, ଶିଶୁ ଡେସ୍କ’

ବାଲେଶ୍ୱର ଅଫିସ, ୨୦।୯: ବାଲେଶ୍ୱର ରେମୁଣା ବାମପଦାସ୍ଥିତ ନୋସି ବିଜିନେସ ପାର୍କ ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିଭାଗ ଏବଂ ୟୁନିସେଫ୍‌...

‘ଏ ମାଟି ପାଇଁ ଫକୀରମୋହନଙ୍କ ଅବଦାନ ଅତୁଳନୀୟ’

ବାଲେଶ୍ୱର ଅଫିସ, ୧୬।୬-ଏ ମାଟି ପାଇଁ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅବଦାନ ଅତୁଳନୀୟ। ଭାଷାଭିତ୍ତିକ ପ୍ରଦେଶ ଗଠନରେ କାର୍ଯ୍ୟାବଳୀର ଭୂମିକା ଯେଭଳି ଗୁରୁତ୍ୱପୂର୍ଣ୍ଣ ତାଙ୍କ ରଚିତ...

ବାଲେଶ୍ୱରରେ ହେବ ଦେଶର ପ୍ରଥମ ପାଇଲଟ ପ୍ରୋଜେକ୍ଟ

ଭୋଗରାଇ, ୧୧ା୬(ଡ଼ି. ଏନ. ଏ. )-ମତ୍ସ୍ୟଚାଷ ଓ ମତ୍ସ୍ୟଜୀବୀଙ୍କ ସକାଶେ ଭାରତର ପ୍ରଥମ ପାଇଲଟ ପ୍ରୋଜେକ୍ଟ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟାରେ ବାଲେଶ୍ୱରରେ ଖୁବ୍‌ଶୀଘ୍ର ହେବାକୁ...

କଲରାପତରିଆ ବାଘ ଚମଡ଼ା ଜବତ, ୫ ଗିରଫ

ବାରିପଦା ଅଫିସ/ବିଶୋଇ, ୨୦।୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଟାର୍ଗେଟ କରିଛନ୍ତି ବାଘଛାଲ ବେପାରୀ। ଶିମିଳିପାଳ ପାଦଦେଶରେ ମଙ୍ଗଳବାର କଲରାପତରିଆ ବାଘଚମଡା ବିକ୍ରି ନିମନ୍ତେ ଡିଲ୍‌ ଚାଲିଥିବା...

ନ୍ୟାୟ ପାଇଁ ଛାତ୍ରୀଛାତ୍ରଙ୍କ ଅହିଂସା ପଦଯାତ୍ରା: ଅଧାବାଟରୁ ଫେରାଇ ନେଲା ପ୍ରଶାସନ

ବାଲେଶ୍ୱର ଅଫିସ, ୬।୧୧-ତ୍ରୁଟିପୂର୍ଣ୍ଣ ଶିକ୍ଷାନୀତି ଯୋଗୁ ବିଏଡ୍‌-ଏମ୍‌ଏଡ୍‌ ଶିକ୍ଷାଲାଭ କରିଥିବା ଛାତ୍ରୀଛାତ୍ର ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏପରି କି ସେମାନଙ୍କୁ ଶିକ୍ଷକ ପ୍ରବେଶିକା ପରୀକ୍ଷା...

Advertisement
Archives

Model This Week