ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ: ଚାଲିଗଲା ଡ୍ରାଇଭରଙ୍କ ଜୀବନ

ବଣାଇଁ, ୨୨।୪ (ପ୍ରଦୀପ ତ୍ରିପାଠୀ): ବଣାଇଁ ଥାନା ଅନ୍ତର୍ଗତ ଜକୈକଳା ଗ୍ରାମ ମୁଣ୍ଡରେ ବିଳମ୍ବିତ ରାତିରେ ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ବାଡେଇ ହେବା ପରେ ଗାଡ଼ିଟି ଓଲଟି ପଡ଼ିବା କାରଣରୁ ଚାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ମହୁଲଡିଆ ଗ୍ରାମର ମୁରଲୀ ଧର ସାହୁ (ପିଙ୍କୁ) OD07R-0455 ନଂ ବୋଲେରୋ ଗାଡ଼ିରେ ବଣାଇଁ ଚୈତ୍ରମେଳା ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ବୋଲେରୋଟି ଭାରସାମ୍ୟ ହରାଇ ଜକୈକଳା ନିକଟରେ ରାସ୍ତା କଡ ଏକ ଗଛରେ ପ୍ରଥମେ ବାଡେଇ ହୋଇ ଓଲଟି ପଡିଥିଲା। ସେହି ରାସ୍ତାରେ ଯାଉଥିବା ଲୋକେ ଓ ସ୍ଥାନୀୟ ଲୋକେ ଭୟଙ୍କର ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲେ ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଛି। ତେଣୁ ଗାଡ଼ିରେ ଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରଥମେ ଗାଡ଼ିକୁ ସିଧା କରିଥିଲେ ଓ ବହୁତ୍ କଷ୍ଟରେ ଗାଡ଼ିରେ ଚାପି ହୋଇ ରହିଥିବା ଚାଳକଙ୍କୁ ବାହାର କରିବା ସହିତ ବଣାଇଁ ପୋଲିସ ଓ ୧୦୮ ଆମ୍ବୁଲାନ୍ସକୁ ଜଣାଇଥିଲେ। ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚିବା ପରେ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ ଚାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା l ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୋଲିସ ଗାଡ଼ିକୁ ସିଜ କରିବା ସହିତ ଘଟଣାର ତଦନ୍ତ କରୁ ଥିବା ଜଣାପଡ଼ିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ଫସିଛି ଟ୍ୟାଙ୍କର; ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର, ଭଞ୍ଜନଗର ଯାତାୟାତ ଠପ୍‌

ଦାରିଙ୍ଗବାଡି, ୨୦।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଯାତାୟାତ ଠପ ହୋଇଯାଇଛି।...

ଦିଲ୍ଲୀ ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡ଼ିତା 

ଭୁବନେଶ୍ୱର,୨୦।୭: AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତା ଏୟାରଲିଫ୍ଟ ହୋଇଛନ୍ତି। ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀକୁ ଏୟାରଲିଫ୍ଟ ହୋଇଛନ୍ତି ପୀଡ଼ିତା। ଦିଲ୍ଲୀ AIIMSରେ ପୀଡ଼ିତାଙ୍କ ଅଧିକ ଚିକିତ୍ସା କରାଯିବ।...

ଟୋଲ୍‌ପ୍ଲାଜା ବୁଥ୍‌ ଉପରକୁ ଚଢ଼ିଗଲା କାର୍‌: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ବୈଶିଙ୍ଗା,୨୦ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲ୍‌ପ୍ଲାଜା ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ...

ରେଲୱେରେ ଚାକିରି କରାଇବା ନାଁ ରେ ଯୁବତୀଙ୍କୁ …

ଦିଗପହଣ୍ଡି,୨୦।୭(ଅଶେଷ ନାଥ ମିଶ୍ର) ରେଲୱେରେ ଚାକିରି କରାଇବା ନାଁରେ ଜଣେ ଯୁବତୀଙ୍କଠାରୁ ୧୩ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଦିଗପହଣ୍ଡି ଥାନା...

ଅବ୍ୟବସ୍ଥା ଘେରରେ କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ: ଖାଲିପଡ଼ିଛି ଅନେକ ପଦବୀ, ଲୋକେ ପାଉନାହାନ୍ତି ସେବା

କର୍ଲାମୁଣ୍ଡା,୨୦ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅବ୍ୟବସ୍ଥା ଘେରରେ ରହୁଥିବାରୁ ଲୋକେ ଉପଯୁକ୍ତ ସମୟରେ ସରକାରୀ ସେବାଗୁଡ଼ିକ ଠିକ୍‌ ଭାବେ ପାଇପାରୁ ନ...

ସାଉଦି ଆରବର ‘ସ୍ଲିପିଂ ପ୍ରିନ୍ସ’ଙ୍କ ଦେହାନ୍ତ; ୨୦ ବର୍ଷ ଧରି ଥିଲେ କୋମାରେ, ଜାଣନ୍ତୁ କିଏ ଥିଲେ…

ରିଆଧ,୨୦।୭: ସାଉଦୀ ଆରବର ‘ସ୍ଲିପିଂ ପ୍ରିନ୍ସ’ ଆଲୱାଲିଦ ବିନ ଖାଲିଦଙ୍କର ୨୦ ବର୍ଷ କୋମାରେ ରହିବା ପରେ ଦେହାନ୍ତ ହୋଇଛି। ସେ ସାଉଦି ରାଜ ପରିବାରର...

ବଳଙ୍ଗା ଘଟଣା: ଯୁବତୀଙ୍କ ଦେହରେ କିଏ ଲଗାଇଲା ନିଆଁ? ସାଂଘାତିକ ଖୁଲାସା କଲା!

ଭୁବନେଶ୍ୱର,୨୦।୭: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ରାଜ୍ୟରେ ନ ଲିଭୁଣୁ ବଳଙ୍ଗା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାରେ ଅଛି। ଶନିବାର...

ପରକୀୟା ପ୍ରୀତିରୁ ଝୁଲିପଡ଼ିଲେ ସ୍ତ୍ରୀ, ସୁଇସାଇଡ୍‌ ନୋଟ୍‌ରେ ଲେଖିଦେଇ ଗଲେ ମୋ’ ସ୍ବାମୀ ଆଉ ପ୍ରେମିକା ମିଶି…

ଭବାନୀପାଟଣା,୨୦।୭(ଉତ୍ତମ କୁମାର ଦାଶ): ସ୍ବାମୀ ଆଉ ପ୍ରେମିକା ମିଶି ଦେଉଥିଲେ ନିର୍ଯାତନା ଦେବା ଶେଷରେ ନିର୍ଯାତନା ସହି ନ ପାରି ବାପଘରେ ଆତ୍ମହତ୍ୟା କରି ସୁଇସାଇଡ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri