Posted inଫୁରସତ

ଶରୀରରେ ନିଆଁ ଲଗାଇ ଦୌଡ଼ି ରେକର୍ଡ

ପ୍ୟାରିସ: ବର୍ତ୍ତମାନ ଟ୍ରେଣ୍ଡର ସମୟ ଚାଲିଛି। କିଛି ଭିନ୍ନ କରି ଟ୍ରେଣ୍ଡ ରହିବାକୁ ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି। ନିକଟରେ ଜୋନାଥନ ଭେରୋ ନାମକ ଜଣେ ଫ୍ରେନ୍ଚ ଫାୟାରଫାଇଟର ନିଜ ଶରୀରରେ ନିଆଁ ଲଗାଇ ଅଧିକ ବାଟ ଦୌଡ଼ିବାରେ ସଫଳ ହୋଇଛନ୍ତି। ଏପରି କାର୍ଯ୍ୟ କରି ସେ ଗିନିଜ୍‌ ରେକର୍ଡରେ ନିଜ ନାମ ଲେଖାଇଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଗିନିଜ୍‌ ୱାଲର୍‌ଡ ରେକର୍ଡ ମୁତାବକ, ବିନା ଅମ୍ଳଜାନରେ ସୁରକ୍ଷା ଶୁଟ୍‌ ପିନ୍ଧି ଦେହରେ ନିଆଁ ଲଗାଇ ୨୭୨. ୨୫ ମିଟର ଦୌଡ଼ିଛନ୍ତି। ସେ ପୁରୁଣା ରେକର୍ଡ ୨୦୪.୨୩କୁ ଭାଙ୍ଗି ଦେଇଛନ୍ତି। ଏଥିସହ ଜୋନାଥନ ଫୁଲ ବଡ଼ି ବର୍ଣ୍ଣ ୧୦୦ ମିଟର ଦୌଡ଼ରେ ସବୁଠୁ ଦ୍ରୁତ ଗତିରେ ଦୌଡ଼ି ରେକର୍ଡ କରିଛନ୍ତି। ଜୋନାଥନ ତାଙ୍କର ଏହି ଷ୍ଟଣ୍ଟକୁ ମୋଟ ୧୭ ସେକେଣ୍ଡରେ ପୁରଣ କରିପାରିଛନ୍ତି, ଯାହାକି ପୂର୍ବ ରେକର୍ଡ ମୁତାବକ ୭.୫୮ ସେକେଣ୍ଡକୁ ଭାଙ୍ଗି ଦେଇଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ଜୋନାଥନଙ୍କ ଶରୀରରେ ନିଆଁ ଲଗାଇ ଦିଆଯାଉଛି। ଏହାପରେ ସେ ଦୌଡ଼ିବା ଆରମ୍ଭ କରିବା ସହ ତାଙ୍କ ଶରୀରରେ ନିଆଁ ପୂରା ଖେଳିଯାଉଛି। ଏହା ସହିତ ସେ ଦ୍ରୁତଗତିରେ ଦୌଡ଼ି ରେକର୍ଡ କରିବାରେ ସଫଳ ହୋଇଛନ୍ତି। ଏହାର ୧୪ ବର୍ଷ ପୂର୍ବରୁ ଇଂଲଣ୍ଡର କିଥ ମେଲକମ୍‌ ଏହି ରେକର୍ଡକୁ ନିଜ ନାମରେ କରିଥିଲେ। କିଥଙ୍କଠାରୁ ଜୋନାଥନ ୩ ଗୁଣା ଅଧିକ ଦ୍ରୁତ ଗତିରେ ଦୌଡ଼ିଥିଲେ। ଜୋନାଥନ ଜଣେ ଫାୟାରଫାଇଟର ସହ ଷ୍ଟଣ୍ଟମ୍ୟାନ ମଧ୍ୟ। ସେ ଛୋଟବେଳୁ ନିଆଁରେ ଖେଳିବାକୁ ସୌକ ରଖିବା ସହ ଫାୟାର ଶୋ’ ମଧ୍ୟ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଆକାଶରେ ଦେଖାଗଲା ଏକ ରହସ୍ୟମୟ ଆଲୋକ, ଏଲିଅନକୁ ନେଇ ଜୋର୍‌ଦାର ଚର୍ଚ୍ଚା, ସତ୍ୟତା ପ୍ରକାଶ କଲେ ବୈଜ୍ଞାନିକ…

ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଦେଲା, ଯାହା ଏଲିଅନ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ୍‌ ଅନ୍ଧାର ରାତିରେ ଆକାଶରେ ଏକ ଚମକଦାର ଆଲୋକ ଦେଖାଗଲା, ଯାହା…

ଦୁନିଆର ସବୁଠୁ ଉଚ୍ଚ ଡାକଘର, ସମୁଦ୍ର ପତ୍ତନଠାରୁ…

ଡିଜିଟାଲ ଯୁଗ ହୁଏତ ଦୁନିଆକୁ ସ୍କ୍ରିନ୍‌ରେ ପରିଣତ କରିଦେଇଛି, କିନ୍ତୁ କିଛି ଭାବନା ଏବେ ବି କାଗଜ କଲମରେ ସେମାନଙ୍କର ଭାବନା ପୂର୍ଣ୍ଣ ପ୍ରକାଶିତ ହୋଇଥାଏ। ଚିଠିରେ…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

ଅନନ୍ୟ ବିବାହ: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬୬ ବର୍ଷୀୟ ବୃଦ୍ଧ, କାରଣ ଜାଣିଲେ ହୋଇଯିବେ ତାଜୁବ

ସିମ୍‌ଲା,୩୦।୪: ହିମାଚଳ ପ୍ରଦେଶରେ ହେଉଥିବା ବିବାହ ଦେଶବ୍ୟାପୀ ନିରନ୍ତର ଦୃଷ୍ଟି ଆକର୍ଷଣ କରୁଛି। ପ୍ରଥମେ ଦୁଇଟି ଭାଇଙ୍କ ଗୋଟିଏ କନ୍ୟାକୁ ବିବାହ କରିବା ଆଲୋଚନା ସୃଷ୍ଟି କରିଛି,…

କ୍ୟାବ୍‌ ଡ୍ରାଇଭରଙ୍କ ଝିଅ ହେଲେ CBI ଅଫିସର, ଲୋକଙ୍କୁ ସଫଳତାର କାହାଣୀ କହି ବାପା…

ଲକ୍ଷ୍ନୌ,୨୯ା୪: ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସେ ଯାହା ହୃଦୟକୁ ଛୁଇଁଯାଏ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

ନ୍ୟୁୟର୍କର ସବୁଠାରୁ ମହଙ୍ଗା ରାସ୍ତାରେ ଦେଶୀ ବିବାହ ଶୋଭାଯାତ୍ରା, ବଲିଉଡ୍‌ ଗୀତରେ ଧୂମ୍‌ ନାଚିଲେ ବରକନ୍ୟା

ବିଦେଶୀ ରାସ୍ତାରେ ଅନେକ କିଛି ଦେଖିଥିବେ। କିନ୍ତୁ ଯେତେବେଳେ ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ବ୍ୟସ୍ତବହୁଳ ରାସ୍ତା ମଧ୍ୟରୁ ଗୋଟିଏ ନ୍ୟୁୟର୍କର ଫିପ୍‌ଥ ଆଭେନ୍ୟୁର ଏକ ଦେଶୀ…

ଆପଣଙ୍କ ମୃତ୍ୟୁ ପରେ କିଏ ଚଲାଇବ Facebook-Instagram? ସରକାର ଆଣିଲେ ଉତ୍ତରାଧିକାରୀ ବାଛିବା ନିୟମ

ନୂଆଦିଲ୍ଲୀ,୨୮।୪: Facebook, Instagram, WhatsApp, LinkedIn, ଏବଂ Telegram ଭଳି ଡିଜିଟାଲ ସମ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ସଂସ୍ଥା। ଏହି ପ୍ଲାଟଫର୍ମ ମଧ୍ୟରେ, କେବଳ ବାହାର ଲୋକ ହସ୍ତକ୍ଷେପ ନୁହେଁ…

କେଉଁ ଦେଶର ଲୋକ ଅଧିକ ଦେଖନ୍ତି ପର୍ଣ୍ଣ? ଲିଷ୍ଟରେ ଭାରତର ସ୍ଥାନ…

ନୂଆଦିଲ୍ଲୀ,୨୫।୪: ବିହାରର ପୂର୍ଣ୍ଣିଆର ସ୍ୱାାଧୀନ ଏମପି ପପ୍ପୁ ଯାଦବ ଏକ ଏପରି ବୟାନ ଦେଇଛନ୍ତି ଯାହା ସମଗ୍ର ଦେଶରେ ରାଜନୈତିକ ପରିବେଶକୁ ଉଷ୍ମ କରିଦେଇଛି। ମହିଳାଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri