କାଜୁ ବଗିଚାରେ ପଡ଼ିଛି ଦନ୍ତାହାତୀର ମୃତଦେହ, ବନବିଭାଗର ତଦନ୍ତ ଆରମ୍ଭ

ବଲାଙ୍ଗୀର,୩୦।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଚାନୁଟମାଲ ଗାଁର ଏକ କାଜୁ ବଗିଚାରେ ଗୋଟିଏ ଦନ୍ତାହାତୀର ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ବନ ବିଭାଗ ହାତୀ ମୃତ୍ୟୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁରୁବାର ସକାଳୁ ହାତୀ ମୃତଦେହ ପଡିଥିବା ଦେଖି କାଜୁ ବଗିଚା ଜମି ମାଲିକ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣସ୍ଥଳରେରେ ପହଞ୍ଚିଥିଲେ l

ବର୍ଷେ ଦେଢ଼ବର୍ଷ ହେବ ଏହି ଅଞ୍ଚଳରେ ହାତୀ ପଲ ଚଳପ୍ରଚଳ କରୁଥିଲେ ଓ ଅନେକ ଲୋକଙ୍କ ଚାଷ ନଷ୍ଟ କରି ବ୍ୟାପକ କ୍ଷତି କରୁଥିବା ଗ୍ରାମବାସୀମାନେ କହିଛନ୍ତି। ବାରମ୍ବାର ଏହି ଅଞ୍ଚଳରେ ହାତୀ ପଲ ଉତ୍ପାତ କରୁଥଲେ ମଧ୍ୟ ବନ ବିଭାଗ ପକ୍ଷରୁ ଏହି ଅଞ୍ଚଳରୁ ହାତୀକୁ ଘଉଡାଇବା ବିଫଳ ହେଉଥିବା ଲୋକେ କହିଛନ୍ତି l ଏହି ଅଞ୍ଚଳରେ କିଛି ମାସ ପୂର୍ବରୁ ଏକ ଦନ୍ତା ହାତୀର ମୃତ୍ୟୁ ହେଇଥିଲା। ଏବେ ପୁଣି ଏକ ୧୦ରୁ ୧୨ବର୍ଷ ଦନ୍ତା ହାତୀର ମୃତ୍ୟୁ ହୋଇଛି l ବଲାଙ୍ଗୀର ବନଖଣ୍ଡ ଅଧିକାରୀ ଏସିଏଫ ମୁରାରୀ ପଣ୍ଡା ଓ ଡିଏଫଓ ଅଜିତ୍‌ ବିଶି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ହାତୀର ମୃତ୍ୟୁ କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ବିଦ୍ୟତ୍‌ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି l ଅନ୍ୟ ପଟେ ଜଏଣ୍ଟ ଟ୍ୟାକ୍ସ ଫୋର୍ସ (JTF) ଟିମ ଆସି ପହଞ୍ଚିଲା ପରେ ହାତୀର ପୋଷ୍ମର୍ଟମ କରାଯିବ ବୋଲି କୁହାଯାଇଅଛି l ରିପୋର୍ଟ ଆସିବା ପରେ ହାତୀର ମୃତ୍ୟୁ ରହସ୍ୟ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି l

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

କକରୋଚ୍ ଜନତା ପାର୍ଟି ଆନ୍ଦୋଳନ ଉପରେ ହେବ ଫିଲ୍ମ: ୨୦୨୭ରେ ହେବ ରିଲିଜ୍‌, ଜାଣନ୍ତୁ କିଏ କରିବେ ଅଭିନୟ?

ଦିଲ୍ଲୀର ଜନ୍ତର-ମନ୍ତରରେ ‘କକରୋଚ୍ ଜନତା ପାର୍ଟି’ (CJP) ର ଆନ୍ଦୋଳନ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଦେଶସାରାର ଯୁବକମାନେ ଏହି ଆନ୍ଦୋଳନର ଅଂଶବିଶେଷ ହୋଇଥିଲେ ଏବଂ…

ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ! ଚଳନ୍ତା ବସ୍‌ ଆଗରେ ଛିଡା ହୋଇଗଲେ ACP ମୋନିକା, ଜାଣନ୍ତୁ କାରଣ

ଭୋପାଳ,୩୦।୭: ମଧ୍ୟପ୍ରଦେଶର ଭୋପାଳରେ କୃଷକ ଆନ୍ଦୋଳନ ସମୟରେ ACP ମୋନିକା ଶୁକ୍ଲାଙ୍କ ସାହସିକ ପଦକ୍ଷେପ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଦୋଳନକାରୀମାନେ ବ୍ୟାରିକେଡ୍…

ସମୁଦ୍ର ଗଭୀରରେ ଭାରତର ସବୁଠାରୁ ବଡ଼ ସନ୍ଧାନ! ମିଳିବ କି ଶ୍ରୀକୃଷ୍ଣଙ୍କ ଦ୍ୱାରକା? ୨୦୩୦ ଯାଏଁ ଚାଲିବ…

ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ଭାରତର ପ୍ରାଚୀନ ଇତିହାସକୁ ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ବର୍ଷ ୨୦୩୦ ପର୍ଯ୍ୟନ୍ତ…

ଗୋରୁ ବୋଝେଇ ଗାଡ଼ି ସହ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ହାଟରେ ବିକ୍ରି ପାଇଁ ନେଉଥିଲେ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ…

ପେଲେଟ୍ ଗନ୍ କ’ଣ, ଏହା କେତେ ଘାତକ? କେଉଁ ପରିସ୍ଥିତିରେ ବ୍ୟବହାର ହୁଏ ଜାଣନ୍ତୁ

ନୂଆଦିଲ୍ଲୀ,୩୦।୭: ସଂସଦରେ ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଆଲୋଚନା ସମୟରେ ପେଲେଟ୍ ଗନ୍ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ…

ବିଦ୍ୟୁତ୍‌ ଖୁଣ୍ଟ ଉପରେ ୫ ଦିନ ହେଲା ପଡ଼ିଛି ଗଛ, ହଟାଇବାର ନାଁ ଧରୁନି ବିଭାଗ, ଆନ୍ଦୋଳନ ପାଇଁ…

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଦୁର୍ଗମ ଗ୍ରାମ ପାଙ୍ଗାଲିଠାରୁ ଗଣ୍ଡିଗୁଡ଼ାକୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ପାଙ୍ଗାଲି ନିକଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri