ଚାଷ ଜମିରୁ ମିଳିଲା ମା, ପୁଅଙ୍କ ମୃତଦେହ

ହାଟଡିହୀ/କେନ୍ଦୁଝର.୧୪l୬(ଡ଼ି.ଏନ.ଏ.): କେନ୍ଦୁଝର ଜିଲା ନନ୍ଦିପଦା ଥାନା ହାବଳେଶ୍ୱର ପଞ୍ଚାୟତ ମଙ୍ଗରାଜପୁର ଆଦିବାସୀ ସାହି ନିକଟ ଏକ ଚାଷ ଜମିରୁ ପୋଲିସ ମା’, ପୁଅଙ୍କ ମୃତଦେହ ମଙ୍ଗଳବାର ଜବତ କରିଛି। ସେମାନେ ହେଲେ ମା’ ଜେମା ଦାସ (୫୫) ଏବଂ ପୁଅ ସନ୍ତା ଦାସ (୩୫)।

ବିଷାକ୍ତ ମହୁଲି ମଦ ପିଇ ମା, ପୁଅଙ୍କ ମୃତ୍ୟୁ ଘଟିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବଳେ କିଛି ଲୋକ ଏହାକୁ ଅଂଶୁଘାତ ଜନିତ ମୃତ୍ୟୁ ବୋଲି କହୁଛନ୍ତି l ସୂଚନାଯୋଗ୍ୟ, ମା’ ଜେମା ଏବଂ ପୁଅ ସନ୍ତା ଶାଳନିଆ ପଞ୍ଚାୟତ ମନୋହରପୁର ଗ୍ରାମରେ ଏକ ସରକାରୀ ଜାଗାରେ ଘର କରି ରହୁଥିଲେ। ଏପରି କି ସେମାନେ ଘୁଷୁରୀ ପାଳନ ସହ ମୂଲ ଲାଗି ପେଟପାଟଣା କରୁଥିଲେ। ମଙ୍ଗଳବାର ସକାଳେ ସେମାନଙ୍କ ମୃତଦେହ ଚାଷ ଜମିରେ ପଡିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇ ଥିଲେ। ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷଣିକରେ ଖୁସି ପାଲଟିଲା ଦୁଃଖ, ରୋଟାଭେଟରରେ କାଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ

ନୀଳଗିରି,୧୬।୬(ପ୍ରଶାନ୍ତ କୁମାର ବିଶ୍ବାଳ): ରୋଟାଭେଟରରେ କାଟି ହୋଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ନୂଆ ରୋଟାଭେଟର ଆଣି ଖୁସିରେ ଟ୍ରାଏଲ କରିବା ପରେ ବନ୍ଦକରିବାକୁ ଯାଇ…

ହ୍ବାଇଟ ହାଉସରେ ଇତିହାସର ସବୁଠାରୁ ମହଙ୍ଗା UFC ଶୋ; ରାଷ୍ଟ୍ରପତି ଟ୍ରମ୍ପ ଅନନ୍ୟ ଶୈଳୀରେ ପାଳନ କଲେ ୮୦ତମ ଜନ୍ମଦିନ, ଖର୍ଚ୍ଚ ଜାଣିଲେ…

ଓ୍ବାଶିଂଟନ,୧୬।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ୮୦ତମ ଜନ୍ମଦିନକୁ ପ୍ରକୃତରେ ଅନନ୍ୟ ଏବଂ ସ୍ମରଣୀୟ ଢଙ୍ଗରେ ପାଳନ କରିଥିଲେ। ଏହି ବିଶେଷ ଅବସର ପାଇଁ, ହ୍ବାଇଟ…

ବିଏମ୍‌ସିରେ ବଢୁଛି କୁକୁର କାମୁଡ଼ା, ୨ ମାସରେ….

ଭୁବନେଶ୍ୱର,୧୫।୬ (ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ୨୦୩୦ ସୁଦ୍ଧା ଜଳାତଙ୍କ ମୁକ୍ତ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି। ଇତିମଧ୍ୟରେ ବିଏମ୍‌ସି ପକ୍ଷରୁ ୭୫ ପ୍ରତିଶତ…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ୩୩ତମ ସର୍ବୋଚ୍ଚ ବିଦେଶୀ ସମ୍ମାନ; ସ୍ଲୋଭାକିଆ ରାଷ୍ଟ୍ରପତି ଦେଲେ ‘ଦି ଅର୍ଡର ଅଫ ଦି ହ୍ବାଇଟ ଡବଲ କ୍ରସ’

ବ୍ରାଟିସଲାଭା,୧୬।୬: ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ପୁଣିଥରେ ତାଙ୍କୁ ଏକ ମର୍ଯ୍ୟାଦାଜନକ ବିଦେଶୀ ସମ୍ମାନରେ ସମ୍ମାନିତ କରାଯାଇଛି। ସ୍ଲୋଭାକିଆ ରାଷ୍ଟ୍ରପତି ପିଟର ପେଲେଗ୍ରୀନି ପ୍ରଧାନମନ୍ତ୍ରୀ…

ଡୋନାଲ୍ଡ ଟ୍ରମ୍ପଙ୍କୁ ନାଲି ଆଖି ଦେଖାଉଛନ୍ତି ନେତାନ୍ୟାହୁ ! ଶାନ୍ତି ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରି କହିଲେ -‘ଯେପର୍ଯ୍ୟନ୍ତ ମୁଁ ପ୍ରଧାନମନ୍ତ୍ରୀ…’

ଜେରୁଜେଲମ,୧୬।୬: ଦୀର୍ଘ ଆଲୋଚନା ପରେ, ଆମେରିକା ଏବଂ ଇରାନ ଏକ ଶାନ୍ତି ଚୁକ୍ତିନାମା ଘୋଷଣା କରିଥିଲେ। ତଥାପି, ଇସ୍ରାଏଲ ଆମେରିକା-ଇରାନ ଚୁକ୍ତିନାମାରେ ଗଭୀର ଅସନ୍ତୁଷ୍ଟ ଥିବା ପରି…

ରାସ୍ତାରେ ଉପୁଡ଼ି ପଡିଥିବା ଗଛକୁ ଯାଇ ପିଟିହେଲେ ଅଟୋ-ପିକଅପ୍, ୯…

ନନ୍ଦପୁର,୧୬।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଦେଇ ଯାଇଥିବା ଏମଡିଆର ୫୫ ରାସ୍ତାର ସୀମାଦ୍ରୀ ମଣ୍ଡପ ସମ୍ମୁଖରେ ଏକ ବଡ଼ ଧରଣର…

ଆଜି ସୁପ୍ରିମକୋର୍ଟରେ ଆଧାର ଶୁଣାଣି

ନୂଆଦିଲ୍ଲୀ,୧୬ା୬: ଭାରତର ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଆଧାର କାର୍ଡଗୁଡ଼ିକୁ ନାଗରିକତ୍ୱ, ବାସସ୍ଥାନ ପ୍ରମାଣ ଓ ଠିକଣା ପ୍ରମାଣ ଭାବେ ଦୁରୁପଯୋଗ କରାଯାଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri