ଦେହ ଦେଉଳରେ ଦିଅଁ ଦର୍ଶନ

ସ୍କୃତରେ ଉକ୍ତିଟିଏ ଅଛି ‘ଦେହୋ ଦେବାଳୟ ପ୍ରୋକ୍ତୋ ଜୀବଃ ପ୍ରୋକ୍ତୋ ସନାତନଃ’ ଅର୍ଥାତ୍‌ ଏ ଦେହ ହେଉଛି ଏକ ଦେବାଳୟ, ଯାହା ଭିତରେ ପରମାତ୍ମା ସୂକ୍ଷ୍ମ ରୂପରେ ଥାଆନ୍ତି। କିନ୍ତୁ ମନରେ ପ୍ରଶ୍ନ ଆସେ ଦେହକୁ ସିନା ଦେଉଳ ସହ ତୁଳନା କରାଯାଇଛି ହେଲେ ଦେଉଳରେ ଯେଉଁ ପବିତ୍ରତା, ନୀତି ନିୟମ ପାଳିତ ହୁଏ ତାହା ଆମ ଦେହ ଦେଉଳରେ ଅନୁସୃତ ହେଉଛି ତ? ଆମେ ଜାଣୁ ମଣିଷ ଦ୍ୱାରା ନିର୍ମିତ ମନ୍ଦିରରେ ଧୂମପାନ, ମଦ୍ୟପାନ, ମନ୍ଦ ଆଚରଣ, ଆମିଷ ଭକ୍ଷଣ ନିଷେଧ ଓ ପରିବେଶକୁ ଶୁଦ୍ଧ ରଖିବାପାଇଁ ବିଭିନ୍ନ ନିର୍ଦ୍ଦେଶାବଳୀ ଜାରି କରାଯାଇଥାଏ। କିନ୍ତୁ ଥରେ ବିଚାରକଲେ! ମଣିଷ ତିଆରି କରିଥିବା ମନ୍ଦିରକୁ ସ୍ବଚ୍ଛ, ପରିଷ୍କାର ରଖିବାକୁ ଆମେ ଏତେ ତପତ୍ର କନ୍ତୁ ସ୍ବୟଂ ଈଶ୍ୱରଙ୍କ ଦ୍ୱାରା ନିର୍ମିତ ଆମର ଏ ଦେହ ଦେଉଳ ନିଶାସେବନ, ପାପାଚରଣ, ଅଭକ୍ଷଭକ୍ଷଣରେ ଏତେ କଳୁଷିତ ଆଉ କଳଙ୍କିତ କାହିଁକି?
ଗୀତାରେ ଅର୍ଜୁନକୁ ବୁଝାଇବାକୁ ଯାଇ ଶ୍ରୀକୃଷ୍ଣ କହିଲେ: ‘ଈଶ୍ୱର ସର୍ବଭୂତାନାଂ ହୃଦ୍ଦେଶେ ଅର୍ଜୁନ ତିଷ୍ଠତି’- ଦେହ ଯଦି ଦେଉଳ ହୁଏ ତେବେ ତା’ର ମସ୍ତକ ହେଉଛି ଦଧିନଉତି, ଶିଖା ହେଉଛି ଦେଉଳର ଧ୍ୱଜା ଓ ହୃଦୟ ହେଉଛି ଗର୍ଭଗୃହ; ଯେଉଁଠି ଈଶ୍ୱର ବିରାଜମାନ କରନ୍ତି। ପ୍ରଭୁ ଧାରଣକରିଥିବା ଶଙ୍ଖ, ଚକ୍ର, ଗଦା, ପଦ୍ମ ହେଉଛନ୍ତି ଆମ ଅନ୍ତଃକରଣ ଚତୁଷ୍ଟୟର ପ୍ରତୀକ ମନ, ବୁଦ୍ଧି, ଚିତ୍ତ ଓ ଅହଙ୍କାର। କିନ୍ତୁ ଏଠାରେ ପୂଜା ମନ୍ତ୍ରପାଠ ପରିବର୍ତ୍ତେ ଯଦି ଅତ୍ୟାଚାର ଓ ବ୍ୟଭିଚାର ଚାଲେ ତେବେ ଦେହ ଦେଉଳରେ ଦିଅଁ ଦର୍ଶନ ସମ୍ଭବ ହେବ କିପରି? ପ୍ରତିଟି ଶରୀରରେ ଈଶ୍ୱର ସୂକ୍ଷ୍ମ ରୂପରେ ଅଛନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଅଜ୍ଞାତସାରରେ ମଧ୍ୟ କାହା ଦେହରେ ଗୋଡ଼ ବାଜିଗଲେ ତୁରନ୍ତ ଆମ ପାଟିରୁ ବାହାରି ଆସେ ‘ବିଷ୍ଣୁ’। ହେଲେ ବିଡ଼ମ୍ବନାର ବିଷୟ ଗୋଡ଼ ବାଜିଗଲେ ବିଷ୍ଣୁ କହୁଥିବା ମଣିଷ ନିଜର ସ୍ବାର୍ଥ ଚରିତାର୍ଥ ପାଇଁ ଆଜି ଅନ୍ୟକୁ ଲହୁଲୁହାଣ କରି ତା’ର ଆଖିରୁ ନିଗିଡ଼ି ପଡ଼ୁଥିବା ଲୁହକୁ ନିର୍ଦ୍ଦୟ ଭାବେ ପିଇଯାଉଛି। ସାନ୍ତ୍ୱନାର ସଜଳ ଶ୍ରାବଣ ବୁନ୍ଦେ ବି ବାଢ଼ିଦେବାକୁ ମଣିଷର ମନ କହୁନି। ଏବେ ସମାଜରେ ନିତିପ୍ରତି ଘଟୁଥିବା ନାବାଳିକା ବଳାତ୍କାର, ଶିଶୁ ଅପହରଣ, ପତିପନତ୍ୀ ମଧ୍ୟରେ ପ୍ରତାରଣାର ବିସ୍ଫୋରଣ ଏହାର ଗୋଟିଏ ଗୋଟିଏ ନମୁନା ନୁହେଁ କି? ସମାଜରେ କେହି ବ୍ୟକ୍ତି ଆମର ଦେଖାହୋଇଗଲେ ଆମେ ତାଙ୍କୁ ‘ରାମ ରାମ’ କହି ତାଙ୍କୁ ସ୍ବାଗତ କରୁ। ହେଲେ ଉପରକୁ ଆମେ ରାମ ରାମ କହିଲେ ମଧ୍ୟ ଜୀବନରେ ରାମଙ୍କୁ ଅନୁସରଣ ନ କରି ଶାସ୍ତ୍ର ବିରୁଦ୍ଧ କର୍ମ ପଛରେ ସବୁବେଳେ ଧାଉଁଛେ। ଏପରି ବାହ୍ୟାଚାରରେ କି ଲାଭ? ରାମାୟଣରେ ଶ୍ରୀରାମଙ୍କ ପଛେ ପଛେ ମା’ ସୀତା ଓ ଲକ୍ଷ୍ମଣ ଅନୁଧାବନ କରିଥିଲେ ବୋଲି ସେମାନଙ୍କ ଜୀବନ ଜୟଯୁକ୍ତ ହୋଇଥିଲା । ମହାଭାରତରେ ଶ୍ରୀକୃଷ୍ଣଙ୍କ ପଛେ ପଛେ ପାଣ୍ଡବ ଅନୁସରଣ କରିଥିଲେ ବୋଲି ସେମାନଙ୍କର ଜୀବନ ସୁରକ୍ଷିତ ହୋଇଥିଲା । କିନ୍ତୁ ସମ୍ପ୍ରତି ମଣିଷର ଦେହ ଦେଉଳ କାମ, କ୍ରୋଧ, ଲୋଭ, ମୋହ, କପଟତା ଆଦି ଗନ୍ଧରେ ଅବରୁଦ୍ଧ ହୋଇଥିବାରୁ ଗୀତାର ଅମୃତ ବାଣୀ ‘ମାମେକଂ ଶରଣଂ ବ୍ରଜ’ ହୋଇଯାଇଛି ନିରୁଦ୍ଦିଷ୍ଟ। ତେଣୁ ଆମର ବାହ୍ୟ ଧର୍ମ ଦିନକୁ ଦିନ ସିନା ବଢୁଛି କିନ୍ତୁ ବ୍ୟକ୍ତିର ବିକାଶ ଓ ଚାରିତ୍ରିକ ଶୁଦ୍ଧତା କ୍ଷୀଣ ହେବାରେ ଲାଗିଛି। ତେବେ ପ୍ରଶ୍ନ ଆସେ ଦେହ ଦେଉଳରେ ଦିଅଁ ଦର୍ଶନ ସମ୍ଭବ କିପରି ହେବ? ଗୌତମ ବୁଦ୍ଧଙ୍କ ଜୀବନୀରୁ କରୁଣାକୁ ଜାଣିପାରିଲେ, ମହାବୀରଙ୍କ ଚରିତ୍ରରୁ ଅହିଂସାକୁ ଆଣିପାରିଲେ, ଯିଶୁଙ୍କ ଜୀବନୀରୁ ପ୍ରେମକୁ ପଢ଼ି ପାରିଲେ ଓ ଶ୍ରୀରାମଙ୍କ ମର୍ଯ୍ୟାଦାରେ ନିଜକୁ ଗଢ଼ିପାରିଲେ ତାହା ହିଁ ହେବ ଦେହ ଦେଉଳର ପ୍ରକୃତ ରୂପରେଖ। ଏହା ସତ୍ୟ ଯେ ଦେଉଳ ତୋଳିବାକୁ ହେଲେ ସଦ୍‌ଭାବର ଭୂମି ଲୋଡ଼ା। ତେଣୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବ୍ୟକ୍ତି ନିଜକୁ ପ୍ରଥମେ ସୁନ୍ଦର ମଣିଷଟିଏ କରି ଗଢ଼ିତୋଳିବା ଆବଶ୍ୟକ।
ରାମାୟଣକୁ ପଢନ୍ତୁ। ରାବଣ ବ୍ରହ୍ମାଙ୍କଠାରୁ ବର ମାଗିଲା ମୁଁ ମଣିଷ ହାତରେ ମରିବି। ସମସ୍ତେ ରାବଣକୁ ପଚାରିଲେ ଏତେବଡ଼ ଜ୍ଞାନୀ ହୋଇ ମଧ୍ୟ ଏପରି ବର କିପରି ମାଗିଲ ଯେ ଗୋଟିଏ ସାଧାରଣ ମଣିଷ ହାତରେ ମରିବ ବୋଲି। ରାବଣ ଉତ୍ତର ଦେଲା – ଏ ବର ସାଧାରଣ ନୁହେଁ କାରଣ ମଣିଷ ପରି ଦିଶିବା ଓ ମଣିଷ ପରି ମଣିଷଟିଏ ହେବା ଏକା କଥା ନୁହେଁ। ସମାଜରେ ମଣିଷପରି ଦିଶୁଥିବା ଅନେକଙ୍କ ଅନ୍ତର ଭିତରେ ଭରିରହିଛି ଛନ୍ଦ, କପଟ, ଘୃଣା, ଅସୂୟା, କାମ, କ୍ରୋଧ, ଲୋଭ ଆଦି ଜାଙ୍ଗଲିକ ପଶୁବୃତ୍ତି। ଉପରେ ‘ହରି’ ‘ହରି’ କହି ଭିତରେ ହରଣ କରିବାକୁ ସେମାନେ ଧୁରନ୍ଧର। କପାଳରେ ଚିତାତିଳକ କାଟି ବ୍ରହ୍ମାଣ୍ଡକୁ ଚିତା କାଟିବାରେ ସେମାନେ ତପତ୍ର। ଏପରି ଲକ୍ଷେ ମଣିଷ ଏକାଠି ହେଲେ ମଧ୍ୟ ମୋର ସାମାନ୍ୟ କ୍ଷତି କରିପାରିବେ ନାହିଁ। ମୁଁ ସେହି ମଣିଷ ହାତରେ ମରିବି, ଯାହାର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଓ ମଣିଷପଣିଆ ପାଖରେ ସମଗ୍ର ବିଶ୍ୱ ନଇଁ ଯାଉଥିବ, ଯାହାର ଆଚରଣ ଓ ଉଚ୍ଚାରଣ ମଧ୍ୟରେ ସାମାନ୍ୟ ବିଭେଦ ନ ଥିବ। ଶେଷରେ ପ୍ରଭୁ ରାମଚନ୍ଦ୍ର ବାଧ୍ୟ ହେଲେ ଆଦର୍ଶ ମଣିଷ ରୂପରେ ଆସି ରାବଣକୁ ନିଧନ କରିବା ପାଇଁ। ହେଲେ ବଡ଼ ଲାଜର କଥା ଆଜିର ପତନୋନ୍ମୁଖୀ ସମାଜରେ ମଣିଷପଣିଆ ଓ ମାନବିକତାର ମରୁଡ଼ି ପଡ଼ିଥିବାରୁ ଦେହ ଦେଉଳରେ ଦିଅଁ ଦର୍ଶନ ହେଉନାହିଁ। ଏହା ହିଁ ଦେହ ଦେଉଳର ଦୁଃଖ।
ଅଂଶ ସବୁବେଳେ ଅଂଶୀ ପାଖକୁ ଯାଏ, ଯେପରି କି ଅଗ୍ନି ଶିଖାର ଗତି ହେଉଛି ସୂର୍ଯ୍ୟଙ୍କ ନିକଟକୁ। ଠିକ୍‌ ସେହିପରି ଈଶ୍ୱର ହେଉଛନ୍ତି ଅଂଶୀ ଓ ଆମେ ତାଙ୍କର ଅଂଶ। ତେଣୁ ଈଶ୍ୱରଙ୍କର ଅମୂଲ୍ୟ ଉପହାର ରୂପେ ପାଇଥିବା ଏ ଦେହ ଦେଉଳକୁ ପବିତ୍ର ତୀର୍ଥସ୍ଥଳୀ ଜ୍ଞାନକରି ଏହାର ମର୍ଯ୍ୟାଦାକୁ ଅତୁଟ ରଖିପାରିଲେ ତାହା ହିଁ ହେବ ଧର୍ମର ଶ୍ରେଷ୍ଠ ମୂଲ୍ୟାୟନ ଓ ଈଶ୍ୱରଙ୍କର ସବୁଠାରୁ ପ୍ରିୟ ନିବାସସ୍ଥଳୀ ନ ହେଲେ ମଣିଷ ଜୀବନରେ ଶାନ୍ତି ଆସିବ ନାହିଁ କି ଆନନ୍ଦ ବି ମିଳିବ ନାହିଁ କାରଣ ଦିଅଁ ଦେଖି ଯିବା ଗୋ ସହି! ଦେଉଳରେ ଦିଅଁ ଦେବତା ନାହିଁ।
ଅଧ୍ୟାପକ, ଖ୍ରୀଷ୍ଟ ମହାବିଦ୍ୟାଳୟ, କଟକ
ମୋ:୯୪୩୭୧୧୩୧୬୨


Enter your email to get our daily news in your inbox.

All Right Reserved By Dharitri.Com

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri